‘Arnab’ is gathering strength: ଶକ୍ତି ଗୋଟାଉଛି ‘ଅର୍ଣ୍ଣବ’: ଅଶାନ୍ତ ହେଲାଣି କେନ୍ଦ୍ରୀୟ ବଙ୍ଗୋପସାଗର
ଭୁବନେଶ୍ବର: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 'ଅର୍ଣ୍ଣବ'।
ସକାଳେ ଅବପାତ ରୂପରେ ଥିବା ଘୂର୍ଣ୍ଣିବଳୟ ଅପରାହ୍ଣରେ ଗଭୀର ଅବପାତରେ ପରିଣତ ହୋଇଛି।
ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ଉପକୂଳ ଆଡ଼କୁ ଘଣ୍ଟାପ୍ରତି ୬ କିମି ବେଗରେ ମାଡ଼ି ଆସୁଛି।
ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ଗଭୀର ଅବପାତ ସନ୍ଧ୍ୟା ସୁଦ୍ଧା ବିଜୟପୁରମ୍ (ଆଣ୍ଡାମାନ ଦୀପପୁଞ୍ଜ)ଠାରୁ ୪୫୦ କିମି ଉତ୍ତର-ଉତ୍ତରପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି।
ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୮୨୦ କିମି ପୂର୍ବ-ଦକ୍ଷିଣପୂର୍ବ, କାକିନଡ଼ାଠାରୁ ୯୧୦ କିମି ପୂର୍ବ-ଦକ୍ଷିଣପୂର୍ବ, ମଛଲିପଟଣମ୍ଠାରୁ ୧୦୧୦ କିମି ପୂର୍ବ ଓ ବାପତଲାଠାରୁ ୧୦୮୦ କିମି ପୂର୍ବରେ ରହିଛି।
ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ୨୬ ତାରିଖ ଭୋର ସମୟରେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେବ।
ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହୋଇ ଅତିଭୀଷଣ ବାତ୍ୟା ରୂପ ନେବ।
୨୮ ତାରିଖ ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ଏବଂ ପୂର୍ବାହ୍ଣ ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପେ ସ୍ଥଳଭାଗ ଛୁଇଁବ।
ଆନ୍ଧ୍ରପ୍ରଦେଶର ବାପତଲା ଓ ବିଶାଖାପାଟଣା ମଧ୍ୟରେ ଅତିକ୍ରମ କରିବା ସମୟରେ ଘଣ୍ଟାପ୍ରତି ୧୧୫ରୁ ୧୨୫ କିମି ବେଗରେ ପବନ ହେଉଥିବ।
ଝଟକା ପବନର ବେଗ ୧୪୦ କିମି ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ କରିଛି।
Advertisment Hope and the Sky: ଆଶା ଓ ଆକାଶ: ସ୍ଥାପତ୍ୟର ରାଜ୍ୟରେ ବଙ୍ଗୀୟ କାରିଗରଙ୍କ ଆଧିପତ୍ୟ ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ' (ବାତ୍ୟାରେ ପରିଣତ ହେଲେ ନାମକରଣ ହେବ) ପ୍ରଭାବରେ ୨୮ ତାରିଖରେ ୪ଟି ରାଜ୍ୟର ୨୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି।
ଯେଉଁଥିରେ ଆନ୍ଧ୍ରପ୍ରଦେଶର ସର୍ବାଧିକ ୧୧ଟି, ଓଡ଼ିଶାର ୫ଟି, ଛତିଶଗଡ଼ ଓ ତେଲେଙ୍ଗାନାର ୪ଟି ଲେଖାଏଁ ଜିଲ୍ଲା ରହିଛି।
୨୬ ତାରିଖ ରାତିଠାରୁ ଓଡ଼ିଶାରେ ପାଗ ବଦଳିବାକୁ ଥିଲେ ମଧ୍ୟ ୨୭ ତାରିଖରେ ଗଞ୍ଜାମ , ଗଜପତି , ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ବାଲେଶ୍ବର, ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା, କଟକ , କେନ୍ଦୁଝର , ମୟୂରଭଞ୍ଜ , କନ୍ଧମାଳ , କଳାହାଣ୍ଡି , ନବରଙ୍ଗପୁର , ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ।
୨୮ ତାରିଖ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ।
ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶାରେ ବର୍ଷା ପ୍ରକୋପ ବଢ଼ିବ।
ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ।
କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର , ବରଗଡ଼, ପୁରୀ, ଖୋରଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।
୨୯ ତାରିଖରେ ବର୍ଷାପବନ କମିବାକୁ ଥିଲେ ମଧ୍ୟ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ଏବଂ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ହୋଇପାରେ।
ଅଶାନ୍ତ ହେଲାଣି କେନ୍ଦ୍ରୀୟ ବଙ୍ଗୋପସାଗର ଆନ୍ଧ୍ରରେ ଉଡ଼ାଇବ, ଓଡ଼ିଶାରେ ବୁଡ଼ାଇବ ଭୂସ୍ଖଳନ, ରାସ୍ତା ଧୋଇଯିବାର ଆଶଙ୍କା ୪ ରାଜ୍ୟର ୨୪ ଜିଲ୍ଲାକୁ ରେଡ୍ ଆଲର୍ଟ ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆନ୍ଧ୍ରରେ ବାତ୍ୟା ମାଡ଼ ହେବ।
ହେଲେ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ରହିବ।
୨୭ ତାରିଖଠାରୁ ଓଡ଼ିଶା ଉପକୂଳରେ ୪୦ରୁ ୫୦ କିମି ବେଗରେ ପବନ ବହିବ।
ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଉପକୂଳରେ ସମାନ ସ୍ଥିତି ଲାଗିରହିବ।
୨୮ ତାରିଖ ପୂର୍ବାହ୍ଣରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ।
ଫଳରେ ରାତିରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୬୦ରୁ ୭୦ କିମି ବେଗରେ ପବନ ବହିବ।
ଅବଶ୍ୟ ସେତେବେଳକୁ ବାତ୍ୟା ଦୁର୍ବଳ ହୋଇ ଯାଇଥିବ।
ପବନ ବେଶି ନ ହେଲେ ମଧ୍ୟ ବର୍ଷା ଅଧିକ ହେବ।
ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ବର୍ଷା ହେବ।
ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ରାସ୍ତା ଧୋଇଯିବା, ଚାଳଛପର ଘର ଭାଙ୍ଗିବା ପରି ସମସ୍ୟା ହୋଇପାରେ।
ଏବେ ସମୁଦ୍ର ଅଶାନ୍ତ ରହିଛି, ଯାହାକି ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ।
ସାମୁଦ୍ରିକ ଜୁଆର ଆନ୍ଧ୍ରପ୍ରଦେଶରେ ଅଧିକ ରହିବ ବୋଲି ସେ କହିଛନ୍ତି।
S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର ପବନ କମ୍, ବର୍ଷା ଅଧିକ ହେବ: ପଶୁପାଳକ ପଛକୁ ପଛ ଆସୁଛି ଦୁଇଟି ସିଷ୍ଟମ: ଶରତ ସାହୁ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଇସିଏମ୍ଡବ୍ଲୁଏଫ୍ ମଡେଲରେ ମୁଖ୍ୟ ବାତ୍ୟା ପଛରେ ଆଉ ଏକ ଘୂର୍ଣ୍ଣନ ଦେଖାଯାଉଛି।
କିନ୍ତୁ ଏହା ଏକ ସ୍ବତନ୍ତ୍ର ବାତ୍ୟାରେ ପରିଣତ ହେବାକୁ ଆବଶ୍ୟକ ଅନୁକୂଳ ପରିସ୍ଥିତି ନାହିଁ।
ମୁଖ୍ୟ ବାତ୍ୟା ଯିବା ପରେ ସମୁଦ୍ର ଜଳର ତାପମାତ୍ରା କମିବ ଏବଂ ବିଭିନ୍ନ ଉଚ୍ଚତାରେ ପବନର ଗତି ଓ ଦିଗରେ ପାର୍ଥକ୍ୟ ରହିବା ଯୋଗୁଁ ଆଉ ଏକ ବାତ୍ୟା ସୃଷ୍ଟି ପାଇଁ ପରିସ୍ଥିତି ଅନୁକୂଳ ହୋଇପାରିବନି।
ତେଣୁ ବର୍ତ୍ତମାନର ବିଶ୍ଳେଷଣ ଅନୁଯାୟୀ ଦ୍ବିତୀୟ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଅତି କମ୍।
ତେବେ ମୁଖ୍ୟ ବାତ୍ୟା ପଛରେ ରହିଯାଇଥିବା ମେଘମାଳା ଓ ନିମ୍ନଚାପ ରେଖା ଯୋଗୁଁ ଓଡ଼ିଶାରେ ଅଧିକ ବର୍ଷା ହେବ।
୨୭ ଓ ୨୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବାତ୍ୟାର ବାହ୍ୟ ମେଘମାଳା ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ।
କେତେକ ସ୍ଥାନରେ ଝଟକା ପବନ ମଧ୍ୟ ବହିପାରେ।
ତେବେ ୨୯ ତାରିଖରୁ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା ହେବ।
୩୦ ଓ ୩୧ ତାରିଖରେ ବି ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବା ନେଇ ସେ ଆକଳନ କରିଛନ୍ତି।
ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବାନୁଯାୟୀ ତାମିଲନାଡ଼ୁ ପାଖରେ ଥିବା ସିଷ୍ଟମ ଆରବ ସାଗରରୁ ବଙ୍ଗୋପସାଗରକୁ ଫେରୁଛି।
ଅତି କ୍ଷୀପ୍ର ଗତିରେ ଆସୁଥିବା ତାମିଲନାଡ଼ୁ ସିଷ୍ଟମ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସିଷ୍ଟମ ସହ ପଛକୁ ମିଶିବ।
ବାତ୍ୟା ଆନ୍ଧ୍ର ଉପକୂଳ ଛୁଇଁଲେ ମଧ୍ୟ ତାମିଲନାଡ଼ୁ ପାଖରେ ଥିବା ସିଷ୍ଟମ ଓଡ଼ିଶା ଉପକୂଳକୁ ଆସିବ।
ସମ୍ଭବତଃ ଗଞ୍ଜାମରୁ ପୁରୀ ମଧ୍ୟରେ ସମୁଦ୍ର ଉପକୂଳକୁ ସ୍ପର୍ଶ କରିବ।
ତେଣୁ ୨୬ ତାରିଖ ସନ୍ଧ୍ୟାରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଲାଗିରହିବ।
କେତେକ ସ୍ଥାନରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।
ଓଡ଼ିଶା ଉପକୂଳକୁ ଆସିବାକୁ ଥିବା ସିଷ୍ଟମରେ ଘଣ୍ଟାପ୍ରତି ପବନର ବେଗ ୭୫ରୁ ୧୦୦ କିମି ଭିତରେ ରହିବ।
ଖୋରଧା, କଟକ, ଜଗତସିଂହପୁର, ଗଞ୍ଜାମ, ପୁରୀ, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ ଜିଲ୍ଲା ଉପରେ ବର୍ଷାର ପ୍ରଭାବ ପଡ଼ିବ।
ଏହା ଗଭୀର ଅବପାତ ରୂପରେ ଛୁଇଁପାରେ ବୋଲି ସେ ଆକଳନ କରିଛନ୍ତି।
୪ ଜିଲ୍ଲା ଜଗିବ ଏନ୍ଡିଆର୍ଏଫ୍ କଟକ: ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'କୁ ନେଇ ଉଭୟ ଏନ୍ଡିଆରଏଫ୍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ଏନ୍ଡିଆରଏଫ୍ ପକ୍ଷରୁ ୧୩୦ ଯବାନଙ୍କୁ ୪ ଜିଲ୍ଲାରେ ମୁତୟନ କରାଯାଇଛି।
କଟକ ଅଗ୍ନିଶମ କେନ୍ଦ୍ର ପକ୍ଷରୁ ୧୨୪ ଜଣ ଅଫିସର ଓ କର୍ମଚାରୀଙ୍କୁ କଟକ ଜିଲ୍ଲାରେ ମୁତୟନ କରାଯାଇଛି।
ଜଳବନ୍ଦି ସମସ୍ୟା ହେଲେ ଜଳ ନିଷ୍କାସନଠାରୁ ଆରମ୍ଭ କରି ଗଛକଟା, ଆହତ କିମ୍ବା ଅସୁସ୍ଥଙ୍କୁ ଷ୍ଟ୍ରେଚର ଯୋଗେ ଉଦ୍ଧାର କାର୍ଯ୍ୟ ଇତ୍ୟାଦି ପାଇଁ ପର୍ଯ୍ୟାପ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।
ଏଥିପାଇଁ ସମସ୍ତ ଅଗ୍ନିଶମ ଓ ଏନ୍ଡିଆରଏଫ୍ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
ସମସ୍ତଙ୍କୁ ଡ୍ୟୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ସେମାନଙ୍କୁ ମୁତୟନ କରାଯାଇଛି।
ମୁଣ୍ଡଳୀ ଏନ୍ଡିଆରଏଫ୍ ତୃତୀୟ ବାଟାଲିୟନ ପକ୍ଷରୁ କମାଣ୍ଡାଣ୍ଟ ନଗେନ୍ଦ୍ର ଶର୍ମାଙ୍କ ତତ୍ତ୍ୱାବଧାନରେ ୧୩୦ ଜଣ ଯବାନଙ୍କୁ ନେଇ ଗଠିତ ୪ଟି ଏନ୍ଡିଆରଏଫ୍ ଟିମ୍କୁ ମୁତୟନ କରାଯାଇଛି।
Health: ରାମ୍କି ପାଇଁ ଦଲକିରେ କିଡ୍ନି ରୋଗର କାୟା; ୨ ବର୍ଷରେ ୨୭ ମୃତ୍ୟୁ, ପରିବାର ନିଶ୍ଚିହ୍ନ ଉକ୍ତ ଟିମ୍ଗୁଡ଼ିକୁ କୋରାପୁଟ , ମାଲକାନଗିରି , ରାୟଗଡ଼ା , ଗଜପତି ଜିଲ୍ଲାରେ ମୁତୟନ କରାଯାଇଛି।
ଏହି ନିୟୋଜନ ପ୍ରକ୍ରିୟା ଡକ୍ଟର ଟି.
ବି.
ସାହୁ, ସହକାରୀ କମାଣ୍ଡାଣ୍ଟ ସୁଧାଂଶୁ ଶେଖର ଏବଂ ଏନ୍ଡିଆରଏଫ୍ର ତୃତୀୟ ବାଟାଲିୟନ୍ (ମୁଣ୍ଡଳି) କମାଣ୍ଡାଣ୍ଟ ନଗେନ୍ଦ୍ର ଶର୍ମାଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଛି।
ସେହିଭଳି କଟକ ଅଗ୍ନିଶମ ବିଭାଗ ପକ୍ଷରୁ ୩୦ଟି ଟିମ୍ ଗଠନ କରାଯାଇଛି।
ପ୍ରତି ଟିମରେ ୬ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ଜିଲ୍ଲାରେ ମୋଟ ୨୪ ଜଣ ଅଫିସର ଓ ୧୦୦ ଜଣ ଅଗ୍ନିଶମ କର୍ମଚାରୀ ରହିବେ।
ଏମାନଙ୍କ ସହିତ ୩୦ଟି ଦମକଳ ଗାଡ଼ି, ୧୭ଟି ବୋଟ୍, ୫୦ଟି ଲାଇଫ୍ ବଏ ଓ ଲାଇଫ ଜ୍ୟାକେଟ୍, ୬୦ଟି ପାୱାର ସ, ୩୦ଟି ଆସ୍କା ଲାଇଟ୍ ଓ ୨୦ଟି ଷ୍ଟ୍ରେଚର ଯୋଗାଇ ଦିଆଯାଇଛି।
କଟକ ସହରରେ ଅଧିକ ବର୍ଷା ହେଲେ ଜଳବନ୍ଦି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
ଏଥିପାଇଁ ୧୮ଟି ପମ୍ପ, ୫ଟି ହାଇଡ୍ରୋଲିକ୍ କଟର ଯୋଗାଇ ଦିଆଯାଇଥିବା ଅଗ୍ନିଶମ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
