Hospital: ଡାକ୍ତରଖାନା ଅଛି, ଡାକ୍ତର ନାହାନ୍ତି: ୪୦ ଲକ୍ଷ ଲୋକ ରେଫରାଲ୍ ଭରସାରେ!
ବ୍ରହ୍ମପୁର: ରୋଗୀ ଆସୁଛନ୍ତି, ଡାକ୍ତରଖାନାରେ ଚିକିତ୍ସା ବି ହେଉଛି। କିନ୍ତୁ ଗୁରୁତର ହେଲେ ଏମ୍କେସିଜି ନଚେତ ଭୁବନେଶ୍ୱର ଯିବାକୁ ପଡ଼ୁଛି। ୪୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ସହ ଜଡ଼ିତ ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟସେବାର ଏ ହେଉଛି ବାସ୍ତବ ଚିତ୍ର। କୋଟି କୋଟି ଟଙ୍କାରେ ନିର୍ମିତ ଡାକ୍ତରଖାନା, ଅତ୍ୟାଧୁନିକ ଯନ୍ତ୍ରପାତି ଓ ଚିକିତ୍ସା ଭିତ୍ତିଭୂମି ଥାଇ ଡାକ୍ତର ଓ କର୍ମଚାରୀଙ୍କ ଅଭାବରୁ ରୋଗୀଙ୍କୁ ଆବଶ୍ୟକ ସେବା ମିଳୁନି। ଫଳରେ ଜିଲ୍ଲାର ଅଧିକାଂଶ ଡାକ୍ତରଖାନା ରେଫରାଲ କେନ୍ଦ୍ରରେ ପରିଣତ ହେଲାଣି।
Health: ରାମ୍କି ପାଇଁ ଦଲକିରେ କିଡ୍ନି ରୋଗର କାୟା; ୨ ବର୍ଷରେ ୨୭ ମୃତ୍ୟୁ, ପରିବାର ନିଶ୍ଚିହ୍ନ
ଶୁକ୍ରବାର ‘ସମ୍ବାଦ’ ପକ୍ଷରୁ ଜିଲ୍ଲାର ସ୍ୱାସ୍ଥ୍ୟସେବା ସଂପର୍କରେ ଗ୍ରାଉଣ୍ଡଜିରୋ ସ୍ଥିତି ପରଖିବା ବେଳେ ଡାକ୍ତର ଅଭାବର ସାଂଘାତିକ ଚିତ୍ର ସାମନାକୁ ଆସିଥିଲା। ଡାକ୍ତରଖାନାରେ ଅନ୍ୟାନ୍ୟ ସୁବିଧା ଥିଲେ ମଧ୍ୟ ଆବଶ୍ୟକ ଡାକ୍ତର ନଥିବାରୁ ରୋଗୀଙ୍କୁ ଉନ୍ନତ ଚିକିତ୍ସା ମିଳିପାରୁନି। ଶୁକ୍ରବାର ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାରୁ ୩ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ହାଡ଼ଫୁଟି ରୋଗୀ, ଜଣେ ଗର୍ଭବତୀ ଓ ଦୁର୍ଘଟଣାରେ ଆହତ ଜଣେ ବୃଦ୍ଧ ଥିଲେ। ସେହିପରି ଖଲ୍ଲିକୋଟ ଡାକ୍ତରଖାନାରୁ ୩ ଜଣଙ୍କୁ ରେଫର କରାଯାଇଥିଲା। ଏଥିରେ ଦୁଇ ଜଣ ଦୁର୍ଘଟଣାରେ ଆହତ ଓ ଜଣେ ଗର୍ଭବତୀ ଥିଲେ। ଆସିକା ଡାକ୍ତରଖାନାରୁ ୧୧ ଜଣ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ସାନଖେମୁଣ୍ଡି ବ୍ଲକ୍ର ଆଡ଼ପଡ଼ା ଡାକ୍ତରଖାନାରୁ ଜଣେ ଗର୍ଭବତୀ, ଜଣେ ଦୁର୍ଘଟଣାଗ୍ରସ୍ତ ଓ ବିଷପାନ କରି ଗୁରୁତର ହୋଇଥିବା ଜଣେ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିଲା।
ମାତ୍ର ୩୩% ଡାକ୍ତରରେ ଚାଲିଛି ଗଞ୍ଜାମର ସ୍ୱାସ୍ଥ୍ୟସେବା
କୋଟି କୋଟି ଟଙ୍କାର ଯନ୍ତ୍ରପାତି ଅଚଳ
ଖଲ୍ଲିକୋଟ ଡାକ୍ତରଖାନାରେ ଜାତୀୟ ରାଜପଥରେ ଘଟୁଥିବା ଦୁର୍ଘଟଣାର ଆହତଙ୍କ ସଂଖ୍ୟା ଅଧିକ। ଅନ୍ୟପଟେ ଆସିକା, ଆଡ଼ପଡ଼ା ଓ ହିଞ୍ଜିଳି ଭଳି ଡାକ୍ତରଖାନା ଉପରେ ଗ୍ରାମାଞ୍ଚଳର ଲୋକ ନିର୍ଭର କରନ୍ତି। ହେଲେ ଏଠାରେ ଡାକ୍ତରଙ୍କ ଅଭାବ। ରୋଗୀଙ୍କୁ ଅନ୍ୟତ୍ର ଯିବାକୁ ପଡ଼ୁଥିବାରୁ ଅର୍ଥ, ସମୟ ନଷ୍ଟ ହେଉଛି। ଏହାର ପ୍ରଭାବ ସିଧାସଳଖ ଏମ୍କେସିଜି ମେଡିକାଲ ଉପରେ ପଡ଼ୁଛି। ଗଞ୍ଜାମ ସମେତ ଗଜପତି, କନ୍ଧମାଳ, ନୟାଗଡ଼, ବୌଦ୍ଧ ଏବଂ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳର ଲୋକେ ଏହି ମେଡିକାଲ ଉପରେ ନିର୍ଭରଶୀଳ। ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ବା ସିଟି ହସ୍ପିଟାଲରେ ମଧ୍ୟ ରୋଗୀ ସେବାରେ ଆଶାନୁରୂପ ସୁଧାର ଆସିପାରିନାହିଁ। ଏମ୍କେସିଜିରେ ଦୈନିକ ରୋଗୀଙ୍କ ଚାପ ବଢ଼ୁଥିବାରୁ ଶଯ୍ୟା ମିଳିବାଠାରୁ ଆରମ୍ଭ କରି ଉପଯୁକ୍ତ ଚିକିତ୍ସା ପାଇବା ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଦେଖାଦେଉଛି।
S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର
ଚିକିଟି, ପାତ୍ରପୁରଠାରୁ ସୋରଡ଼ା ଓ ଭଞ୍ଜନଗର ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ୍ଥିତି ପ୍ରାୟ ସମାନ। ଅନେକ ଡାକ୍ତରଖାନାରେ ଅତ୍ୟାଧୁନିକ ଯନ୍ତ୍ରପାତି ଥିଲେ ମଧ୍ୟ ଆବଶ୍ୟକ କର୍ମଚାରୀ ଅଭାବରୁ ସେଗୁଡ଼ିକ ବ୍ୟବହାର ହୋଇ ପାରୁନାହିଁ କି ରୋଗୀଙ୍କୁ ତାହାର ସୁଫଳ ମିଳି ପାରୁନାହିଁ। ସବୁଠାରୁ ଉଦ୍ବେଗଜନକ ତଥ୍ୟ ହେଉଛି, ଗଞ୍ଜାମ ଜିଲ୍ଲାରେ ଡାକ୍ତର ଓ ବିଶେଷଜ୍ଞଙ୍କ ପାଇଁ ମୋଟ ୧୦୮୪ଟି ଅନୁମୋଦିତ ପଦ ରହିଥିବା ବେଳେ ମାତ୍ର ୩୩ ପ୍ରତିଶତ ଡାକ୍ତରଙ୍କୁ ନେଇ ସ୍ୱାସ୍ଥ୍ୟସେବା ଚାଲିଛି। ଡାକ୍ତର ନଥିବା ସ୍ଥାନରେ ଫାର୍ମାସିଷ୍ଟମାନେ ରୋଗୀଙ୍କ ପାଇଁ ଶେଷ ଭରସା ସାଜୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
