21 JUNE 2026

Welcome!

Unlock your personalized experience.
Sign Up

Protest: ଚମେଲି ଓଝାଙ୍କୁ ନ୍ୟାୟ ଦାବିରେ ସରପଞ୍ଚ ସଂଘର ବିକ୍ଷୋଭ ପ୍ରଦର୍ଶନ

Jun 21, 2026 - 06:20
Protest: ଚମେଲି ଓଝାଙ୍କୁ ନ୍ୟାୟ ଦାବିରେ ସରପଞ୍ଚ ସଂଘର ବିକ୍ଷୋଭ ପ୍ରଦର୍ଶନ

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧିନ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ଦାବିରେ ଶନିବାର ଦିନ ମାଲକାନଗିରି ଜିଲ୍ଲା ସରପଞ୍ଚ ସଂଘର ସଭାପତି ସୁମନ ମୁଦୁଲିଙ୍କ ନେତୃତ୍ବରେ ଶତାଧିକ ସରପଞ୍ଚ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଥମେ ସମସ୍ତ ସରପଞ୍ଚ ସହର ପରିକ୍ରମା କରି ପୁଲିସ ଓ ବିଡିଓଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 

ଚାମେଲି ଓଝାଙ୍କୁ ନିର୍ଯାତନା ଦେଇଥିବା ପୁଲିସ ଓ ବିଡିଓଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ଲୋକ ପ୍ରତିନିଧିଙ୍କୁ ବିଡିଓ ଯେଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ,ତେବେ ଜଣେ ସାଧାରଣ ଜନତାଙ୍କୁ କିପରି ବ୍ୟବହାର କରୁଥିବେ ବୋଲି ଅଭିଯୋଗ କରାଯାଇଛି। ପୁଣି ଜଣେ ମହିଳା ସରପଞ୍ଚଙ୍କୁ ଏଭଳି ବ୍ୟବହାର ବରଦାସ୍ତ କରାଯିବ ନାହିଁ ବୋଲି ସଂଘ ଚେତାବନୀ ଦେଇଛି। ସଭାପତି ଶ୍ରୀ ମୁଦୁଲି ପ୍ରକାଶ କରି କହିଛନ୍ତି ଯେ ତୁରନ୍ତ ଯଦି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ଏବଂ ଚାମେଲିଙ୍କ ପ୍ରତି କରାଯାଇଥିବା କେଶକୁ ରଦ୍ଦ କରାନଯାଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି। 

PIL: ହାଇକୋର୍ଟରେ ପହଞ୍ଚିଲା ଚାମେଲି ଓଝା ମାମଲା: ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି