Wife Kills Husband: ଟଏଲେଟ୍ କ୍ଲିନର ଇଞ୍ଜେକ୍ସନ ଦେଇ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ: ପ୍ରେମିକ ସହ ୩ ଗିରଫ

Jul 07, 2026 - 11:00
Wife Kills Husband: ଟଏଲେଟ୍ କ୍ଲିନର ଇଞ୍ଜେକ୍ସନ ଦେଇ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ: ପ୍ରେମିକ ସହ ୩ ଗିରଫ

"ନିଜାମାବାଦ: ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଜଣେ ବିଦେଶ ଫେରନ୍ତା ଯୁବକଙ୍କୁ ତାଙ୍କ ପତ୍ନୀ ଅତି ନିର୍ମମ ଭାବେ କ୍ୟାନୁଲା ସାହାଯ୍ୟରେ ଶରୀରରେ ଟଏଲେଟ୍ କ୍ଲିନର ଓ ଆନେସ୍ଥେସିଆ ଔଷଧ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ନେଇ ଅଭିଯୋଗ ପରେ ଏହି ସଙ୍ଗୀନ ମାମଲାରେ ସମ୍ପୃକ୍ତ ମହିଳା, ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ସହଯୋଗୀଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି।

ଉପସାଗରୀୟ ଦେଶରେ କାର୍ଯ୍ୟ କରୁଥିବା ମୃତ ପ୍ରଶାନ୍ତଙ୍କ ମାଆ ଗତ ଜୁଲାଇ ୧ ତାରିଖରେ ନିଜ ପୁଅର ସନ୍ଦେହଜନକ ମୃତ୍ୟୁକୁ ନେଇ ଥାନାରେ ଏକ ଅଭିଯୋଗ କରିବା ପରେ ଏହି ସାଂଘାତିକ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇଛି।

ପ୍ରଶାନ୍ତ ବିଦେଶରୁ ଭାରତ ଫେରିବା କିମ୍ବା ଜୁନ୍ ୩୦ରେ ତାଙ୍କର ମୃତ୍ୟୁ ହେବା ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ଅଭିଯୋଗରେ ଦର୍ଶାଇଥିଲେ।

ଏହି ଅଭିଯୋଗକୁ ଆଧାର କରି ପୁଲିସ ଯେତେବେଳେ ପାରିପାର୍ଶ୍ୱିକ ପ୍ରମାଣର ଯାଞ୍ଚ କରିଥିଲା, ସେତେବେଳେ ପ୍ରଶାନ୍ତଙ୍କ ୩୨ ବର୍ଷୀୟା ପତ୍ନୀ ସନ୍ଧ୍ୟା ଓ ତାଙ୍କର ୩୫ ବର୍ଷୀୟ ପ୍ରେମିକ ଅନିଲଙ୍କ ମଧ୍ୟରେ ଥିବା ଅବୈଧ ସମ୍ପର୍କର ପର୍ଦ୍ଦାଫାଶ ହୋଇଥିଲା, ଯେଉଁମାନେ କି ପ୍ରଶାନ୍ତଙ୍କୁ ନିଜ ସମ୍ପର୍କର କଣ୍ଟା ଭାବି ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସନ୍ଧ୍ୟା ଓ ଅନିଲ, ଭେଙ୍କଟ ସାଈ ନାମକ ଜଣେ ବ୍ୟକ୍ତିର ସହଯୋଗ ନେଇଥିଲେ।Advertisment ମାମଲାର ଅଧିକ ତଦନ୍ତ ଜାରି ପୁଲିସର ସୂଚନା ଅନୁଯାୟୀ, ଗତ ଜୁନ୍ ୨୯ ତାରିଖରେ ସାଈ, ପ୍ରଶାନ୍ତଙ୍କ ଘରକୁ ଯାଇ ତାଙ୍କୁ ପ୍ରଚୁର ପରିମାଣରେ ମଦ୍ୟପାନ କରାଇବା ସହ କୋଠା ଉପରକୁ ନେଇଯାଇଥିଲେ ଏବଂ ସେଠାରେ ସନ୍ଧ୍ୟାଙ୍କ ଫୋନ୍ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଛାତ ଉପରୁ ତଳକୁ ଠେଲି ଦେଇଥିଲେ।

ତେବେ ଗୁରୁତର ଆହତ ହେବା ସତ୍ତ୍ୱେ ପ୍ରଶାନ୍ତ ବଞ୍ଚି ଯାଇଥିବାରୁ, ସନ୍ଧ୍ୟା ଓ ସାଈ ପ୍ରଥମେ ତାଙ୍କୁ ଏକ ସରକାରୀ ହସ୍ପିଟାଲ ଓ ପରେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ଶେଷରେ ଘରକୁ ନେଇ ଆସିଥିଲେ।

ଏହାପରେ ପ୍ରେମିକ ଅନିଲର ପ୍ରରୋଚନାରେ ସନ୍ଧ୍ୟା ଚିକିତ୍ସିତ ଅବସ୍ଥାରେ ଥିବା ପ୍ରଶାନ୍ତଙ୍କ ହାତରେ ଲାଗିଥିବା କ୍ୟାନୁଲା ସାହାଯ୍ୟରେ ବିଷାକ୍ତ ଟଏଲେଟ୍ କ୍ଲିନର ଏବଂ ଆନେସ୍ଥେସିଆ ଔଷଧ ଶରୀର ଭିତରକୁ ପ୍ରବେଶ କରାଇଥିଲେ ଏବଂ ପରେ ତାଙ୍କୁ ଖଟରୁ ତଳକୁ ଠେଲି ଦେଇଥିଲେ, ଯାହାଫଳରେ ପ୍ରଶାନ୍ତଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଜେରା ସମୟରେ ୩ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ଏବଂ ମାମଲାର ଅଧିକ ତଦନ୍ତ ଜାରି ରହିଛି।

Trump Warns To Iran: ଚୁକ୍ତି ନହେଲେ ଆମେରିକା ସବୁ ଧ୍ବଂସ କରିଦେବ: ଇରାନକୁ ଧ୍ୱଂସ କରିବାକୁ ପୁଣି ଧମକ ଦେଲେ ଟ୍ରମ୍ପ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।