Violent Robbers Attack Woman: ଲୁଟ୍ ବେଳେ ରକ୍ତମୁଖା ହେଲେ ଦୁର୍ବୃତ୍ତ, ମହିଳାଙ୍କୁ ମାଡ ମାରି ଦାନ୍ତ ଭାଙ୍ଗିଦେଲେ
ସିଡି ଘର ଆଜବେଷ୍ଟସ ଭାଙ୍ଗି ଆସିଲେ, ସ୍ୱାମୀକୁ କବାଟ ଦେଇଦେଲେ, ସ୍ତ୍ରୀକୁ ପିଟିଲେ। ଆଉ ଲୁଟିନେଲେ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୨୫ ହଜାର। ଗତକାଲି ରାତିରେ ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନିଆଳ ଗାଁରେ। ଧର୍ମଜୟ ନନ୍ଦଙ୍କ ଘରୁ ବିଳମ୍ବିତ ରାତିରେ ଚୋରି ହୋଇଛି। ସିଡ଼ି ଘରର ଆଜବେଷ୍ଟସ ଭାଙ୍ଗି ଚୋରମାନେ ଘର ଭିତରକୁ ପଶିଥିଲେ।
ଘରର କବାଟ ତାଡ଼ି ୩୫ ଗ୍ରାମରୁ ଊର୍ଦ୍ଧ୍ୱ ଓଜନର ସୁନା ଅଳଙ୍କାର ଲୁଟିନେଇଛନ୍ତି। ଧର୍ମଜୟଙ୍କ ପତ୍ନୀଙ୍କୁ ମାଡ଼ମାରି ଦାନ୍ତ ବି ଭାଙ୍ଗି ଦେଇଛନ୍ତି। ଏନେଇ ଆଳି ଥାନାରେ ଅଭିଯୋଗ ହେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲିର ସେଇ କଳା ରାତିର କଥାକୁ ଭୁଲି ପାରୁନାହାନ୍ତି ପରିବାର ଲୋକ । ମନେ ପଡିଲେ, ପରିବାର ଲୋକ ଭୟରେ ଥରୁଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନିଆଳ ଗାଁରେ ଲୁଟ୍
ସିଡି ଘର ଆଜବେଷ୍ଟସ ଭାଙ୍ଗି ଆସିଲେ, ମହିଳାଙ୍କୁ ପିଟିଲେ
ଲୁଟିନେଲେ ୫ଲକ୍ଷର ସୁନା ଅଳଙ୍କାର ସହ ନଗଦ ୨୫ ହଜାର
ଲୁଟ ବେଳେ ସ୍ୱାମୀଙ୍କୁ କବାଟ ଲକ୍ କରିଦେଇଥିଲେ
ମହିଳାଙ୍କୁ ମାରି ମୁହଁ ଫଟାଇବା ସହ ଦାନ୍ତ ଭାଙ୍ଗିଦେଲେ