IMD Issues Heavy Rain Warning for This Week: ଏଇ ସପ୍ତାହରେ ପ୍ରବଳ ବର୍ଷା, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର
ସପ୍ତାହ ପାଇଁ ରାଜ୍ୟକୁ ପ୍ରବଳ ବର୍ଷା ଆଲର୍ଟ । ଆସନ୍ତା ୭ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ସକାଳ ସାଢେ ୮ଟା ଯାଏ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
୧୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଚେତାବନୀ ଜାରି ହୋଇଛି। ଆସନ୍ତାକାଲି କୋରାପୁଟ, ମୟୂରଭଞ୍ଜ ଜିଲ୍ଲାକୁ ଭୀଷଣ ବର୍ଷା ପାଇଁ ଅରେଞ୍ଜ, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସପ୍ତାହ ପାଇଁ ରାଜ୍ୟକୁ ପ୍ରବଳ ବର୍ଷା ଆଲର୍ଟ
ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ
କାଲି ସକାଳ ସାଢେ ୮ଟା ଯାଏ ୪ ଜିଲ୍ଲାକୁ ଭୀଷଣ ବର୍ଷା
୧୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଚେତାବନୀ