Vinayatosh Mishra's Tenure as DGP to Conclude: ଅବସର ନେବେ ଆଇପିଏସ ବିନୟତୋଷ ମିଶ୍ର, ୩୦ରେ ସରିବ ଡିଜିପିଙ୍କ କାର୍ଯ୍ୟକାଳ
ନଭେମ୍ବର ୩୦ ତାରିଖରେ ଅବସର ନେବେ ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର।
ତାଙ୍କ କାର୍ଯ୍ୟକାଳ ଶେଷ ହେବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିନୟତୋଷ ମିଶ୍ର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।
ନଭେମ୍ବର ୩୦ରେ ତାଙ୍କ ଚାକିରି କାର୍ଯ୍ୟକାଳ ଶେଷ ହେବାକୁ ଥିବାରୁ ପରବର୍ତ୍ତୀ ଡିଜିପି କିଏ ହେବେ, ସେ ନେଇ ଚର୍ଚ୍ଚା ଜୋର ଧରିଛି।
Advertisment ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର ବର୍ତ୍ତମାନ କଟକସ୍ଥିତ କ୍ରାଇମବ୍ରାଞ୍ଚ ଓ ସିଆଇଡି (CID-CB)ର ଡିଜି ଭାବେ କାର୍ଯ୍ୟରତ ଅଛନ୍ତି।
ଏହା ସହିତ ସେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (DGP) ଏବଂ ହେଡ୍ ଅଫ୍ ପୋଲିସ୍ ଫୋର୍ସ (HoPF) ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି।
ପୂର୍ବତନ ଡିଜିପି ୱାଇ.ବି.
ଖୁରାନିଆଙ୍କ ଅବସର ପରେ ୧୬ ଅଗଷ୍ଟ ୨୦୨୬ରେ ବିନୟତୋଷ ମିଶ୍ର ଡିଜିପି ପଦବୀରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ।
ପୋଲିସ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ବିନୟତୋଷ ମିଶ୍ରଙ୍କୁ ଏକାଧିକ ଜାତୀୟ ସମ୍ମାନ ମିଳିଛି।
୨୦୦୯ରେ ପ୍ରଶଂସନୀୟ ସେବା ପାଇଁ ପୋଲିସ ପଦକ, ୨୦୧୬ରେ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ, ୨୦୧୭ରେ ପୋଲିସ ଆନ୍ତରିକ ସୁରକ୍ଷା ସେବା ପଦକ ମିଳିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
