Vimal Pan Masala: ବିମଲ୍ ପାନ୍ ମସଲା ବିବାଦ: ଶାହରୁଖ, ଅଜୟ ଓ ଟାଇଗରଙ୍କୁ ମହାରାଷ୍ଟ୍ର ଏଫଡିଏର କାରଣ ଦର୍ଶାଅ ନୋଟିସ୍
"ମୁମ୍ବାଇ: ମହାରାଷ୍ଟ୍ର ଫୁଡ୍ ଓ ଡ୍ରଗ୍ ଆଡମିନଷ୍ଟ୍ରେସନ୍ (ଏଫଡିଏ)ର କମିଶନର ତୁକାରାମ ମୁଣ୍ଡେଙ୍କ ନିର୍ଦ୍ଦେଶକ୍ରମେ ବଲିଉଡ୍ ତାରକା ଶାହରୁଖ ଖାନ୍, ଅଜୟ ଦେବଗନ୍ ଓ ଟାଇଗର ଶ୍ରୋଫ୍ଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ''ବିମଲ୍ ଇଲାଇଚି''ର ବିଜ୍ଞାପନରେ ଅଂଶଗ୍ରହଣ କରି ନିଷିଦ୍ଧ ପାନ୍ ମସଲା ଓ ତମାଖୁ ଜାତୀୟ ଦ୍ରବ୍ୟର ପ୍ରଚାର କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ, ୨୦୦୬ ଅନୁସାରେ ଅଗଷ୍ଟ ୧୧ରେ ଜାରି ହୋଇଥିବା ଏହି ନୋଟିସର ୧୫ ଦିନ ମଧ୍ୟରେ ଲିଖିତ ଉତ୍ତର ରଖିବାକୁ କୁହାଯାଇଛି, ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।Advertisment ସୁଧାର ନୋଟିସ୍ ଜାରି ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ପାନ୍ ମସଲା ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଥିବା ବେଳେ ବଜାରରେ ବିମଲ୍ ବ୍ରାଣ୍ଡ୍ ମୁଖ୍ୟତଃ ପାନ୍ ମସଲା ସହ ଜଡ଼ିତ ବୋଲି ଏଫଡିଏ ଦର୍ଶାଇଛି।
ଏହା ପୂର୍ବରୁ ଏଫଡିଏ ରାଜ୍ୟସାରା ହୋଟେଲ୍, କ୍ୟାଣ୍ଟିନ୍ ଏବଂ ୧୦୪ଟି ଚେନ୍ ରେଷ୍ଟୁରାଣ୍ଟରେ ବ୍ୟାପକ ଚଢ଼ାଉ କରିଥିଲା।
ଏହି ସ୍ପେଶାଲ୍ ଡ୍ରାଇଭ୍ ସମୟରେ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ କରାଡ଼ସ୍ଥିତ ପିଜା ହଟର ଲାଇସେନ୍ସ ରଦ୍ଦ କରାଯିବା ସହ ଅନେକ ସଂସ୍ଥାକୁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଓ ସୁଧାର ନୋଟିସ୍ ଜାରି କରାଯାଇଛି।
TMC Leader: ରାଜନୀତିକୁ ଆସି ମୁଁ ବଡ଼ ଭୁଲ୍ କଲି, ସୁଇସାଇଡ୍ ନୋଟ୍ରେ ଲେଖିଲେ ଆଶିଷ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
