Bus Accident: ହଙ୍ଗେରୀ ହାଇୱେରେ ପୋଲାଣ୍ଡ ବସ୍ ଦୁର୍ଘଟଣାଗ୍ରସ୍ତ: ୧୨ ମୃତ, ୧୦ ଗୁରୁତର
"ବୁଦାପେଷ୍ଟ: ହଙ୍ଗେରୀର ଏକ ଜାତୀୟ ରାଜପଥରେ ରବିବାର ସକାଳେ ପୋଲାଣ୍ଡର ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।
ସର୍ବିଆରୁ ପୋଲାଣ୍ଡ ଅଭିମୁଖେ ୫୭ ଜଣ ଯାତ୍ରୀ ଏବଂ ୨ ଜଣ ଚାଳକଙ୍କୁ ନେଇ ଯାଉଥିବା ଏହି ବସଟି ବୁଦାପେଷ୍ଟର ପୂର୍ବରେ ଥିବା ଏମ୍୩ ହାଇୱେରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଖାଲକୁ ଓଲଟି ପଡ଼ିଥିଲା।
ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଛି।
ଏହାବ୍ୟତୀତ ୩୭ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।Advertisment କ୍ରେନ୍ ସାହାଯ୍ୟରେ ବସଟିକୁ ଉଠାଯାଇଛି ବସ୍ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ କାଚ ଭାଙ୍ଗି ଉଦ୍ଧାର କରାଯାଇଥିବା ବେଳେ କ୍ରେନ୍ ସାହାଯ୍ୟରେ ବସଟିକୁ ଉଠାଯାଇଛି।
୨୦୦୩ ମସିହା ପରେ ହାଙ୍ଗେରୀରେ ଏହାକୁ ସବୁଠାରୁ ଭୟଙ୍କର ସଡ଼କ ଦୁର୍ଘଟଣା ବୋଲି କୁହାଯାଉଛି।
ହଙ୍ଗେରୀ ପ୍ରଧାନମନ୍ତ୍ରୀ ପିଟର ମାଗ୍ୟାର ଏବଂ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ରାଡୋସ୍କୋ ସିକୋରସ୍କି ସ୍ଥିତି ଉପରେ ନଜର ରଖିବା ସହ ହଙ୍ଗେରୀ ପ୍ରଶାସନ ସହ ସମ୍ପର୍କରେ ଥିବା କହିଛନ୍ତି।
Vimal Pan Masala: ବିମଲ୍ ପାନ୍ ମସଲା ବିବାଦ: ଶାହରୁଖ, ଅଜୟ ଓ ଟାଇଗରଙ୍କୁ ମହାରାଷ୍ଟ୍ର ଏଫଡିଏର କାରଣ ଦର୍ଶାଅ ନୋଟିସ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
