Village kangaroo court: ଗାଁରେ କଙ୍ଗାରୁ କୋର୍ଟ: ବୁଲୁଛି ଖଟ, ନଖ ଦର୍ପଣ କରେ ଚୋର ଚିହ୍ନଟ, ବିଧବା ମହିଳାଙ୍କ ଉପରେ ଛାଟ

Jun 05, 2026 - 15:40
Village kangaroo court: ଗାଁରେ କଙ୍ଗାରୁ କୋର୍ଟ: ବୁଲୁଛି ଖଟ, ନଖ ଦର୍ପଣ କରେ ଚୋର ଚିହ୍ନଟ, ବିଧବା ମହିଳାଙ୍କ ଉପରେ ଛାଟ

"ରଣପୁର(ବିଶ୍ୱରଂଜନ ଆଚାର୍ଯ୍ୟ ): ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଏବେବି ଅନ୍ଧବିଶ୍ୱାସ ଭରି ରହିଛି।

ଚୋର ଧରିବାକୁ ଗାଁରେ ବୁଲୁଛି ଖଟ, ପ୍ରଶାସନର ନାହିଁ ଆକଟ, ନଖ ଦର୍ପଣରେ ଚୋର ଚିହ୍ନଟ, ବିଧବା ମହିଳାଙ୍କୁ ଗ୍ରାମବାସୀ ମାରୁଛନ୍ତି ଛାଟ।

ଚୋର ଧରିବା ପାଇଁ ଗାଁରେ ବୁଲିଲା ଖଟ ଏବଂ ନଖ ଦର୍ପଣ ଦେଖା।

ଗୁଣିଆ ଡାକି ଚୋର ଧରିବା ପାଇଁ  ଏବେବି  ନୟାଗଡ଼ ଜିଲ୍ଲାରେ ଅନ୍ଧବିଶ୍ଵାସ  ଲୋକଙ୍କ ମନରୁ ଦୂର ହୋଇନି।

ରଣପୁର ଥାନା ଅଞ୍ଚଳରେ ଏ ଭଳି ଘଟଣା ଜଣେ ବିଧବା ବୃଦ୍ଧାଙ୍କୁ ଚୋର ସଜାଇ ଦିଆଯାଇଛି।

ଗାଁରେ କଙ୍ଗାରୁ କୋର୍ଟ ବସାଇ ଖଟ ଏବଂ ନଖ ଦର୍ପଣ ଦ୍ଵାରା  ବୃଦ୍ଧଙ୍କୁ ଚୋର ସଜାଇ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ ରାଜସୁନଖଳା ଫାଣ୍ଡି କାସନ୍ଧା ପଞ୍ଚାୟତ ଜାମୁସାହି ଗାଁର  ବିଧବା ବୃଦ୍ଧା କୁମା ବେୱାଙ୍କୁ  ଖଟ ଏବଂ ନଖ ଦର୍ପଣରେ ଚୋର ସଜାଇ  ମାଡ଼ ମରାଯାଇଛି।

ଅଭିଯୋଗ ପାଇ ଫାଣ୍ଡି ଅଧିକାରୀ ରମେଶ ଜେନା ନିରବ ଅଭିଯୋଗ।Advertisment ନ୍ୟାୟ ଅପେକ୍ଷାରେ ବିଧବା ମହିଳା ସୂଚନା ଅନୁଯାୟୀ ଗତ ୧୫ ଦିନ ତଳେ ଜାମୁ ସାହି ଗାଁର ବିଭୂତି ଭୂଷଣ ପ୍ରଧାନଙ୍କ ଘରୁ ସୁନା ଅଳଙ୍କାର ଚୋରି ହୋଇଥିଲା।

ଏଥିପାଇଁ ସେ ବିଧବା ବୃଦ୍ଧା କୁମା ବେୱାଙ୍କ ଉପରେ ସନ୍ଦେହ  କରିଥିଲେ।

କୁମା ବେୱା ଘରେ ପଶି ସୁନା ଜିନିଷ ଚୋରି କରି ନେଇଥିବା ଗାଁ ସଭାରେ ଅଭିଯୋଗ କରିଥିଲେ।

ଏଥିରେ  କୁମା ବେୱା ରାଜି ନହେବାରୁ ଚୋର ଧରିବା ପାଇଁ ଗୁଣିଆ ଡାକି ଗାଁରେ ବୁଲିଲା ଖଟ ଏବଂ ନଖ ଦର୍ପଣ।

ଏଥିରେ କୁମା ବେୱାଙ୍କୁ ଚୋର ସଜାଇ ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ତାଙ୍କୁ ବିଭୂତି ଭୂଷଣ ପ୍ରଧାନଙ୍କ ପରିବାର ଲୋକ ମିଶି  ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି।

ରାଜ ସୁନାଖଳା ଫାଣ୍ଡିରେ ନ୍ୟାୟ ନ ମିଳିବାରୁ ନ୍ୟାୟ ପାଇଁ ପାଇଁ କର୍କଟ ରୋଗରେ  ପୀଡ଼ିତ ରୋଗୀଣା ପୁଅକୁ ଧରି ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ପାଖରେ ଅଭିଯୋଗ କରିଛନ୍ତି ସେ।

କୁମା ବେୱାଙ୍କ ଅଭିଯୋଗ ବିନା ଦୋଷରେ ଖଟ ଏବଂ ନଖ ଦର୍ପଣ ଦ୍ଵାରା  ଚୋର ସଜାଇ ତାଙ୍କୁ ମାଡ଼ ମରାଗଲା।

ଏବେ ଫାଣ୍ଡିରେ ଭଦ୍ରଲୋକଙ୍କ ଦ୍ଵାରା ସମାଧାନ କରିବା ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି।

ଏଥିପାଇଁ ସେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ  ନ୍ୟାୟ ମାଗିବା ପରେ ରାଜ ସୁନାଖଳା ପୁନର୍ବାର ଅଭିଯୋଗ ଦେବା ପାଇଁ କୁହାଯାଇଛି।

ତଦନୁଯାୟୀ ପୁନର୍ବାର ଅଭିଯୋଗ କରି ନ୍ୟାୟ ଅପେକ୍ଷାରେ ବିଧବା ମହିଳା।

ରାଜ ସୁନାଖଳା ଫାଣ୍ଡି ଅଧିକାରୀ ରମେଶ ଜେନା କହିଛନ୍ତି ମୁଁ ବାହାରେ ଅଛି ବୋଧହୁଏ ଏକ ମାମଲା ହୋଇଥିବ।

ରଣପୁର ଥାନା ନିରୀକ୍ଷକ ଆଶିଷ ଦେବ ସାହୁ କହିଛନ୍ତି ଏନେଇ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ, ଯେଭଳି ଆଉ ଗାଁରେ କଙ୍ଗାରୁ କୋର୍ଟ କରିବାକୁ କେହି ସାହସ କରିବେନି।

ଅଧିକପଢ଼ନ୍ତୁ:ସ୍କୁଲ ଏନ୍ ଓ ସି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୁନିଅର ଆସିଷ୍ଟାଣ୍ଟଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଅଧିକଦେଖନ୍ତୁ: "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।