Viksit Bharat Young Leaders Dialogue ନଭେମ୍ବର ୬ ଓ ୭ରେ ଗଞ୍ଜାମ ଜିଲ୍ଲାସ୍ତରୀୟ ’ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍’ ପ୍ରତିଯୋଗିତା

Oct 22, 2026 - 20:12
Viksit Bharat Young Leaders Dialogue ନଭେମ୍ବର ୬ ଓ ୭ରେ ଗଞ୍ଜାମ ଜିଲ୍ଲାସ୍ତରୀୟ ’ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍’ ପ୍ରତିଯୋଗିତା

ଛତ୍ରପୁର: ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟଠାରେ ନଭେମ୍ବର ୬ ତାରିଖରେ ଜିଲ୍ଲାସ୍ତରୀୟ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍–୨୦୨୭ ପ୍ରତିଯୋଗିତା ଏବଂ ନଭେମ୍ବର ୭ ତାରିଖରେ ଶ୍ରେଷ୍ଠ ୫୦ଟି ପ୍ରବନ୍ଧ ପାଇଁ ପିପିଟି ଚାମ୍ପିୟନସିପ୍ ଆୟୋଜନ କରିବାକୁ ସ୍ଥିର ହୋଇଛି।

Advertisment Gandhiji and Shastriji: ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶକୁ ନେଇ ବିକଶିତ ଭାରତ ଗଠନ ହୋଇପାରିବ: ମୁଖ୍ୟମନ୍ତ୍ରୀ ଏହି ଅବସରରେ, ଜିଲ୍ଲାସ୍ତରୀୟ ଯୁବ ପ୍ରତିଭା ଚୟନ ଓ ପ୍ରତିଯୋଗିତାଗୁଡିକୁ ସୁଚାରୁରୂପେ ଆୟୋଜନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଭି.

କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆଜି ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

PM Modi: 'ଶକ୍ତିର ସପ୍ତଧାରା'ରେ ବିକଶିତ ଭାରତ ନିର୍ମାଣ ହେବ: ନରେନ୍ଦ୍ର ମୋଦୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଚିତ୍ରାଙ୍କନ, ଲୋକନୃତ୍ୟ, ଲୋକଗୀତ, ନୁକ୍କଡ଼ ନାଟକ ଓ କବିତା ଲିଖନ ଆଦି ବିଭାଗରେ ପ୍ରତିଯୋଗିତା ହେବ।

ଏଥିରେ ୧୫ରୁ ୨୯ ବର୍ଷ ବୟସର ଯୁବକଯୁବତୀ ଭାଗ ନେଇପାରିବେ।

ପ୍ରତିଯୋଗୀମାନେ ମାଇଁ ଭାରତ (MY BHARAT) ପୋର୍ଟାଲରେ ପଞ୍ଜୀକରଣ କରି ପରିଚୟପତ୍ର ହାସଲ କରିବା ବାଧ୍ୟତାମୂଳକ।

ପ୍ରତ୍ୟେକ ପ୍ରତିଯୋଗୀ କେବଳ ଗୋଟିଏ ବିଭାଗରେ ଅଂଶଗ୍ରହଣ କରିପାରିବେ।

ପୂର୍ବବର୍ଷର ସାଂସ୍କୃତିକ ବିଭାଗରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଚଳିତ ବର୍ଷ ସେହି ବିଭାଗରେ ଅଂଶଗ୍ରହଣ କରିପାରିବେ ନାହିଁ।

ଆଗ୍ରହୀ ପ୍ରତିଯୋଗୀଙ୍କ ତାଲିକା ନଭେମ୍ବର ୨ ତାରିଖ ସୁଦ୍ଧା ଦାଖଲ କରିବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ଅନୁରୋଧ କରାଯାଇଛି ।

ବିକଶିତ ଭାରତ-୨୦୪୭ ଉପରେ ମୋଦୀ ସରକାରଙ୍କ ଦୁଇଦିନିଆ ମହାମନ୍ଥନ; ଆଜିଠାରୁ ସେବା ତୀର୍ଥରେ ବସିବ ମନ୍ତ୍ରିପରିଷଦ ବୈଠକ ପ୍ରତିଯୋଗିତାର ସୁପରିଚାଳନା ପାଇଁ ବିଚାରକ ଚୟନ, ଆଇନଶୃଙ୍ଖଳା ରକ୍ଷା, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ଚିକିତ୍ସା ସେବା, ଅଗ୍ନିଶମ ବ୍ୟବସ୍ଥା ଏବଂ ଆବଶ୍ୟକ କର୍ମଚାରୀ ନିୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା।

ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ଅଧିକ ସଂଖ୍ୟକ ଯୁବପ୍ରତିଭାଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ବ୍ଲକ୍ ମୁଖ୍ୟାଳୟଗୁଡ଼ିକରେ ନିର୍ଦ୍ଧାରିତ ସ୍ଥାନ ଚିହ୍ନଟ କରି ଯାତାୟାତ ବ୍ୟବସ୍ଥା କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।

Narendra Modi: 'ବିକଶିତ ଭାରତ' ଓ 'ୟଙ୍ଗି ଉଜବେକିସ୍ତାନ'ର ସମାନ ଦୃଷ୍ଟିକୋଣକୁ ଆଗେଇ ନେବା ନେଇ ମୁଁ ଆଶାବାଦୀ: ମୋଦୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେର୍କେଟା, ଆଞ୍ଚଳିକ ନିର୍ଦ୍ଦେଶକ,ଉଚ୍ଚଶିକ୍ଷା, ବ୍ରହ୍ମପୁର ନାରାୟଣ ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଦାମ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶାସନମୁ ଧନଞ୍ଜୟଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)