Mobile Recharge Price Hike: ନଭେମ୍ବର/ଡିସେମ୍ବର ମାସରେ ମହଙ୍ଗା ହୋଇପାରେ ମୋବାଇଲ୍‌ ରିଚାର୍ଜ ପ୍ଲାନ୍‌!

Oct 22, 2026 - 18:52
Mobile Recharge Price Hike: ନଭେମ୍ବର/ଡିସେମ୍ବର ମାସରେ ମହଙ୍ଗା ହୋଇପାରେ ମୋବାଇଲ୍‌ ରିଚାର୍ଜ ପ୍ଲାନ୍‌!

ନୂଆଦିଲ୍ଲୀ: ନଭେମ୍ବର କିମ୍ବା ଡିସେମ୍ବର ମାସରେ ଟେଲିକମ୍‌ କମ୍ପାନିଗୁଡ଼ିକ ପୁଣି ଥରେ ମୋବାଇଲ୍‌ ରିଚାର୍ଜ ପ୍ଲାନ୍‌ ମହଙ୍ଗା କରିପାରନ୍ତି।

ଏହାକୁ ନେଇ ଟିପ୍ସଟର୍‌ ଅଭିଷେକ ଯାଦବ ନିକଟରେ ଏକ୍ସରେ ପୋଷ୍ଟ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ଅନେକ ରିପୋର୍ଟରେ ଚଳିତ ବର୍ଷ ଶେଷ ସୁଦ୍ଧା ଟେଲିକମ୍‌ କମ୍ପାନିଗୁଡ଼ିକ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ଟାରିଫ୍‌ ପ୍ଲାନ୍‌ର ଦାମ୍‌ ବଢ଼ାଇପାରନ୍ତି ବୋଲି ଦାବି କରାଯାଇଥିଲା।

ଅଭିଷେକ ଯାଦବଙ୍କ ପୋଷ୍ଟ ଏହି ଆଶଙ୍କାକୁ ଆହୁରି ବଢ଼ାଇଛି।

Advertisment ବିଶେଷଜ୍ଞଙ୍କ ଅନୁସାରେ, ଏବେ ଟେଲିକମ୍‌ କମ୍ପାନିଗୁଡ଼ିକ ପରସ୍ପର ସହ ପ୍ରତିଯୋଗିତା କରିବା ପରିବର୍ତ୍ତେ ରୋଜଗାର ଓ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

ଏପରି ସ୍ଥିତିରେ ନଭେମ୍ବର-ଡିସେମ୍ବର ମାସରେ ମୋବାଇଲ୍‌ ରିଚାର୍ଜର ହିସାବ ସମ୍ପୂର୍ଣ୍ଣ ବଦଳିଯାଇପାରେ।

ଦୀପାବଳି ପରେ ରିଚାର୍ଜ ଦର ବଢ଼ିପାରେ ବୋଲି ଅନେକ ରିପୋର୍ଟରେ ଦାବି କରାଯାଉଛି।

କେତେ ମହଙ୍ଗା ହୋଇପାରେ ରିଚାର୍ଜ? - ସେଣ୍ଟ୍ରମ୍‌ ଇନ୍‌ଷ୍ଟିଚ୍ୟୁସନାଲ୍‌ ରିସର୍ଚ୍ଚର ରିପୋର୍ଟ ଅନୁସାରେ, ଆଗାମୀ କିଛି ମାସ ମଧ୍ୟରେ ମୋବାଇଲ୍‌ ଟାରିଫ୍‌ ୧୨ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ।

ଉଲ୍ଲେଖଯୋଗ୍ୟ ଯେ କିଛି ସପ୍ତାହ ପୂର୍ବରୁ ଏୟାରଟେଲ୍‌ ନିଜର ପୋଷ୍ଟପେଡ୍‌ ପ୍ଲାନ୍‌ର ଦାମ୍‌ ବଢ଼ାଇଛି। - ଯଦି ଆପଣ ଏବେ ୩୦୦ ଟଙ୍କାର ଏକ ରିଚାର୍ଜ ପ୍ଲାନ୍‌ ବ୍ୟବହାର କରୁଛନ୍ତି, ତେବେ ଆଗାମୀ ମାସଗୁଡ଼ିକରେ ସେହି ପ୍ଲାନ୍‌ ପାଇଁ ଆପଣଙ୍କୁ ଅତିରିକ୍ତ ୩୫ରୁ ୪୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। - ତେବେ ଟେଲିକମ୍‌ କମ୍ପାନିଗୁଡ଼ିକୁ ଶସ୍ତା କଲିଂ ପ୍ଲାନ୍‌ ଆଣିବାକୁ ଟ୍ରାଇ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ଏହାକୁ ଧ୍ୟାନରେ ରଖି ଏୟାରଟେଲ୍‌ ତିନୋଟି ପ୍ଲାନ୍‌ ଆଣିସାରିଛି।

ଦୀପାବଳି ପରେ ବଢ଼ିବ କି ରିଚାର୍ଜ ଦର?

ଏହି ପ୍ରସଙ୍ଗରେ ଟିପ୍ସଟର୍‌ ଅଭିଷେକ ଯାଦବ ନିକଟରେ ଏକ ପୋଷ୍ଟ କରିଛନ୍ତି।

ତାଙ୍କ ସୂଚନା ଅନୁସାରେ, ନଭେମ୍ବର କିମ୍ବା ଡିସେମ୍ବରରେ ମୋବାଇଲ୍‌ ରିଚାର୍ଜ ପ୍ଲାନ୍‌ ପୁଣି ମହଙ୍ଗା ହୋଇପାରେ।

ବଜାର ଉପରେ ନଜର ରଖୁଥିବା ବିଶେଷଜ୍ଞମାନେ ମଧ୍ୟ ଦୀପାବଳି ପରେ ଏପରି ହେବାର ଆଶଙ୍କା କରୁଛନ୍ତି।

ତେବେ ଏ ସମ୍ପର୍କରେ ଟେଲିକମ୍‌ କମ୍ପାନିଗୁଡ଼ିକ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ବିଶେଷଜ୍ଞଙ୍କ ମତରେ, ଟେଲିକମ୍‌ ଶିଳ୍ପର ବର୍ତ୍ତମାନର ଢାଞ୍ଚା ଯୋଗୁଁ କମ୍ପାନିଗୁଡ଼ିକ ପାଇଁ ଏପରି ନିଷ୍ପତ୍ତି ନେବା ସହଜ ହୋଇଛି।

ବଜାର କେତେକ ନିର୍ଦ୍ଦିଷ୍ଟ କମ୍ପାନିଙ୍କ ମଧ୍ୟରେ ସୀମିତ ରହିଥିବାରୁ ମୂଲ୍ୟ ନିର୍ଦ୍ଧାରଣର ପରିସ୍ଥିତି ଏବେ କମ୍ପାନିଗୁଡ଼ିକ ପାଇଁ ଅନୁକୂଳ ହୋଇଛି।

ପୂର୍ବରୁ ଗ୍ରାହକ ହରାଇବା ଭୟରେ କମ୍ପାନିଗୁଡ଼ିକ ରିଚାର୍ଜ ଦର ବଢ଼ାଇବାକୁ ଏଡ଼ାଉଥିଲେ।

କିନ୍ତୁ ଏବେ ସୀମିତ ବିକଳ୍ପ ଏବଂ ୫ଜି ଭିତ୍ତିଭୂମି ପାଇଁ ଅଧିକ ଖର୍ଚ୍ଚ ଯୋଗୁଁ କମ୍ପାନିଗୁଡ଼ିକ ପ୍ରତି ଗ୍ରାହକଙ୍କଠାରୁ ହେଉଥିବା ହାରାହାରି ରୋଜଗାର ବଢ଼ାଇବା ଦିଗରେ ଆଗକୁ ବଢ଼ୁଛନ୍ତି।

ଦୀର୍ଘ ଅବଧିର ରିଚାର୍ଜ ପ୍ଲାନ୍‌ ବିଷୟରେ ଭାବନ୍ତୁ: ରିପୋର୍ଟ ଓ ଟିପ୍ସଟର୍‌ଙ୍କ ଦାବି ଅନୁସାରେ ଯଦି ରିଚାର୍ଜ ଦର ବଢ଼େ, ତେବେ ୮୪ ଦିନିଆ କିମ୍ବା ବାର୍ଷିକ ପ୍ଲାନ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କ ଉପରେ ଅଧିକ ପ୍ରଭାବ ପଡ଼ିପାରେ।

ଗୋଟିଏ ନମ୍ବରରେ ଏକାଧିକ ଥର ରିଚାର୍ଜ କଲେ, ସାଧାରଣତଃ ପୂର୍ବ ପ୍ଲାନ୍‌ର ଅବଧି ଶେଷ ହେବା ପରେ ପରବର୍ତ୍ତୀ ପ୍ଲାନ୍‌ ସକ୍ରିୟ ହୁଏ।

ବାର୍ଷିକ ରିଚାର୍ଜ କରିବାର ବିକଳ୍ପ ଦେଖନ୍ତୁ: ଦର ବଢ଼ିବା ପୂର୍ବରୁ ବାର୍ଷିକ ରିଚାର୍ଜ କଲେ ଦୀର୍ଘ ସମୟ ପାଇଁ ବର୍ଦ୍ଧିତ ଦରର ପ୍ରଭାବରୁ ରକ୍ଷା ପାଇପାରନ୍ତି।

କିନ୍ତୁ ଏଥିପାଇଁ ଏକାଥରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ତେଣୁ ନିଜର ଆବଶ୍ୟକତା ଓ ବଜେଟ୍‌ ଅନୁସାରେ ନିଷ୍ପତ୍ତି ନିଅନ୍ତୁ।

କେବଳ କଲିଂ ପ୍ଲାନ୍‌ର ବିକଳ୍ପ ଉପରେ ନଜର ରଖନ୍ତୁ: ଏୟାରଟେଲ୍‌ ପରେ ଅନ୍ୟ ଦୁଇଟି ପ୍ରମୁଖ ଟେଲିକମ୍‌ କମ୍ପାନି ଆଣିବାକୁ ଥିବା ଭଏସ୍‌ ପ୍ଲାନ୍‌କୁ ଅପେକ୍ଷା କରିପାରନ୍ତି।

ଏହି ପ୍ଲାନ୍‌ ମାଧ୍ୟମରେ ଇଣ୍ଟରନେଟ୍‌ ସେବା ବିନା କଲ୍‌ ଓ ଏସ୍‌ଏମ୍‌ଏସ୍‌ କରିବା ସହ ଅତିରିକ୍ତ ସିମ୍‌କୁ ସକ୍ରିୟ ରଖିବା ସମ୍ଭବ ହୋଇପାରେ।

ଧ୍ୟାନ ଦିଅନ୍ତୁ: ନଭେମ୍ବର କିମ୍ବା ଡିସେମ୍ବରରେ ରିଚାର୍ଜ ଦର ବଢ଼ିବା ନେଇ ଏପର୍ଯ୍ୟନ୍ତ କମ୍ପାନିଗୁଡ଼ିକର କୌଣସି ଅଧିକାରିକ ଘୋଷଣା ହୋଇନାହିଁ।

ତେଣୁ ଏହା ନିଶ୍ଚିତ ନିଷ୍ପତ୍ତି ନୁହେଁ, ବରଂ ଏକ ସମ୍ଭାବନା ଭାବେ ଦେଖିବା ଉଚିତ୍‌।

'ରାଧା-ଦାମୋଦର' ବେଶରେ ଦର୍ଶନ ଦେଲେ ଶ୍ରୀବିଗ୍ରହ, ଆରମ୍ଭ ହେଲା ରାଇଦାମୋଦର ବ୍ରତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)