Vice President: ଆଜି ଆସୁଛନ୍ତି ଉପରାଷ୍ଟ୍ରପତି: ଜାରି ହେଲା ଟ୍ରାଫିକ୍ ନିର୍ଦ୍ଦେଶନାମା
"ଭୁବନେଶ୍ବର: ଗୁରୁବାର ଓୟୁଏଟି ଓ ନାଇଜର୍ର ଦୀକ୍ଷାନ୍ତ ସମାରୋହରେ ଯୋଗଦେବାକୁ ଉପରାଷ୍ଟ୍ରପତି ସି ପି ରାଧାକୃଷ୍ଣନ୍ ଭୁବନେଶ୍ବର ଆସୁଛନ୍ତି।
ତେଣୁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଟ୍ରାଫିକ୍ କଟକଣା ଜାରି କରାଯାଇଛି।
ଉପରାଷ୍ଟ୍ରପତି ଯେଉଁ ରାସ୍ତା ଦେଇ ଏହି ଦୁଇ ଅନୁଷ୍ଠାନକୁ ଯିବେ, ସେ ସମୟରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଭଳି ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ଯାନବାହନ ଯାତାୟାତ ଉପରେ କଟକଣା ଜାରି କରାଯାଇଛି।Advertisment Special Project: ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ ସିପି ସୁରେଶ ଦେବଦତ୍ତ ସିଂ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ଯେ ପୂର୍ବାହ୍ଣ ୧୦ଟା ୨୫ମିନିଟ୍ରୁ ୧୦ଟା ୪୫ମିନିଟ୍ ମଧ୍ୟରେ ଉପରାଷ୍ଟ୍ରପତି ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ଏୟାର୍ପୋର୍ଟ ଛକ ଦେଇ କ୍ୟାପିଟାଲ୍ ହସ୍ପିଟାଲ୍ ଛକ, ଏଜି ଛକରୁ ବାମମୋଡ଼ ନେଇ ଲୋକଭବନ ଛକ, ଗୋପବନ୍ଧୁ ଛକ ପାର୍ ହୋଇ ଓୟୁଏଟିରେ ପହଞ୍ଚିବେ।
ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ଯାତାୟାତ ବନ୍ଦ ରହିବ।
ଏହାପରେ ଓୟୁଏଟି କାର୍ଯ୍ୟକ୍ରମରୁ ଉପରାଷ୍ଟ୍ରପତି ଲୋକଭବନ ଅଭିମୁଖେ ଯାତ୍ରା କରିବେ।
ତେଣୁ ଅପରାହ୍ଣ ୧୨ଟା ୨୫ମିନିଟ୍ରୁ ୧୨ଟା ୪୦ମିନିଟ୍ ପର୍ଯ୍ୟନ୍ତ ଓୟୁଏଟି ଛକରୁ ଗୋପବନ୍ଧୁ ଛକ ଦେଇ ଲୋକଭବନ ଛକ ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଲାଗୁ ରହିବ।
ଏହାପରେ ଅପରାହ୍ଣ ପ୍ରାୟ ୧ଟା ୪୦ମିନିଟ୍ରେ ଉପରାଷ୍ଟ୍ରପତି ନାଇଜର୍ ଅଭିମୁଖେ ବାହାରିବେ।
ତେଣୁ ଅପରାହ୍ଣ ୧ଟା ୪୦ମିନିଟ୍ରୁ ୨ଟା ୩୦ମିନିଟ୍ ମଧ୍ୟରେ ଉପରାଷ୍ଟ୍ରପତିଙ୍କ କାର୍କେଡ୍ ଲୋକଭବନ ଛକରୁ ପାଵାର ହାଉସ୍ ଛକ, ୧୨୦ ବାଟାଲିୟନ୍ ଛକ, ଶାସ୍ତ୍ରୀନଗର ଛକ, ବେହେରାସାହି ଛକ, ଜୟଦେବବିହାର ଛକ ଦେଇ ୧୬ନମ୍ବର ଜାତୀୟ ରାଜପଥକୁ ଉଠିବ ଏବଂ ଖୋର୍ଦ୍ଧା ବାଇପାସ୍ ସର୍ଭିସ୍ ରୋଡ୍, କାର୍ମେଲ୍ ସ୍କୁଲ୍ ଛକ, ଖୋଲାଦ୍ବାର ଛକ, ପଦନପୁର ଛକ ଦେଇ ନାଇଜର୍ ଯିବ।
Ram Mandir: ରାମମନ୍ଦିର ଦାନ ଚୋରି; ଅବିନାଶ ଶୁକ୍ଳା ମୁଖ୍ୟ ଅଭିଯୁକ୍ତ ଅପରାହ୍ଣ ୩ଟା ୫୫ମିନିଟ୍ରେ ଉପରାଷ୍ଟ୍ରପତି ନାଇଜର୍ରୁ ବାହାରି ବିମାନବନ୍ଦର ଅଭିମୁଖେ ଫେରିବେ।
ତେଣୁ ପଦନପୁର ଛକରୁ ପୁଣି ଉପରାଷ୍ଟ୍ରପତିଙ୍କ କାର୍କେଡ୍ ଖୋଲାଦ୍ବାର ଛକ, କାର୍ମେଲ୍ ସ୍କୁଲ୍ ଛକ, ଖୋର୍ଦ୍ଧା ବାଇପାସ୍ ରୋଡ୍ ଦେଇ ୧୬ନମ୍ବର ଜାତୀୟ ରାଜପଥକୁ ଆସିବ ଏବଂ ସେଠାରୁ ଜୟଦେବବିହାର ଛକରୁ ୧୨୦ ବାଟାଲିୟନ୍ ଛକ, ପାଵାର୍ ହାଉସ୍ ଛକ, ଲୋକଭବନ ଛକ ଓ ଏଜି ଛକରୁ ହସ୍ପିଟାଲ୍ ଛକ ଦେଇ ବିମାନବନ୍ଦରରେ ପହଞ୍ଚିବ।
ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ଯାତାୟାତରେ କଟକଣା ଲାଗୁ ହେଉଥିବାରୁ ଲୋକେ ବିକଳ୍ପ ରାସ୍ତାରେ ଯିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।