BJD leader: ମାନଭଞ୍ଜନରେ ବିଜେଡି ନେତା ସଫଳ: ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହେଲେ ବିରଞ୍ଚି

Jul 09, 2026 - 06:42
BJD leader: ମାନଭଞ୍ଜନରେ ବିଜେଡି ନେତା ସଫଳ: ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହେଲେ ବିରଞ୍ଚି

"ଭୁବନେଶ୍ବର: ବିଏମ୍‌ସି ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦକୁ ନେଇ ବିଜେଡିରେ ଦେଖା ଦେଇଥିବା ବିବାଦ ତୁଟିଛି।

୪୩ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ଭରତ କୁମାର ଲେଙ୍କାଙ୍କ ମାନଭଞ୍ଜନରେ ବରିଷ୍ଠ ନେତାମାନେ ସଫଳ ହୋଇଛନ୍ତି।

୫୯ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ଏକମାତ୍ର ପ୍ରାର୍ଥୀ ଭାବେ ଆଜି ନିର୍ଦ୍ବନ୍ଦ୍ବରେ ପୁଣିଥରେ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।

ପୂର୍ବରୁ ଜିଦ୍‌ କରି ଆସୁଥିବା ଭରତ ଆଜିର ନିର୍ବାଚନରୁ ସଂପୂର୍ଣ୍ଣ ଦୂରେଇ ରହିଛନ୍ତି।Advertisment Special Project: ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ ବିରଞ୍ଚି ପୂର୍ବରୁ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଥିଲେ।

ବର୍ଷକର କାର୍ଯ୍ୟକାଳ ଶେଷ ପରେ ଗତ ୨୩ ତାରିଖରେ ପରିମଳ ଷ୍ଟାଣ୍ଡିଂ କମିଟି ସହ ଅନ୍ୟ ୮ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା।

ନିର୍ବାଚନ ବେଳେ ଦୁଇ ବିଜେଡି କର୍ପୋରେଟର ଭରତ ଓ ବିରଞ୍ଚି ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ।

କର୍ପୋରେଟର ଛବି ଦାଶ ଦୁଇଜଣଙ୍କ ଦ୍ବିତୀୟ ପ୍ରସ୍ତାବକ ରହିବାରୁ ନାମାଙ୍କନପତ୍ର ନାକଚ କରି ଦିଆଯାଇଥିଲା।

କିନ୍ତୁ ଦୁଇ ବିଜେଡି କର୍ପୋରେଟର ଗୋଟିଏ ପଦ ପାଇଁ ନାମାଙ୍କନ କରିବା ବିଜେଡିରେ ଥିବା ଅନ୍ତଃକନ୍ଦଳକୁ ପଦାରେ ପକାଇଥିଲା।

ପୂର୍ବରୁ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ବିଜେଡି ଭୁବନେଶ୍ବର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନିଷ୍ପତ୍ତିକ୍ରମେ ମେୟର ଶ୍ରୀମତି ଦାସ ବିରଞ୍ଚିଙ୍କୁ ପୁଣି ଥରେ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚିତ କରିବାକୁ ସମସ୍ତ ବିଜେଡି କର୍ପୋରେଟରଙ୍କୁ କହିଥିଲେ।

ଏହି ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରି ଭରତ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ କରିଥିଲେ।

ଏପରିକି ତାଙ୍କ ପ୍ରାର୍ଥିପତ୍ର ବେଆଇନ୍‌ ଭାବେ ନାକଚ କରାଯାଇଛି ଓ ସେ ଏହା ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଧମକ ଦେଇଥିଲେ।

Horoscope 2026 July 09: ଜାଣନ୍ତୁ ଆଜିର ରାଶିଫଳ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପାଇଁ ସେ ପୁଣି ନାମାଙ୍କନ କରିବେ ବୋଲି କହିଥିଲେ।

କିନ୍ତୁ ଆଜି ନିର୍ବାଚନ ବେଳେ ତାଙ୍କୁ ଦେଖିବାକୁ ମିଳିନଥିଲା।

ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ କେବଳ ବିରଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲେ।

ଅନ୍ୟ କେହି ନାମାଙ୍କନ ନ କରିବାରୁ ବିରଞ୍ଚିକୁ ମେୟର ସୁଲୋଚନା ଦାସ ବିଜୟୀ ଘୋଷଣା କରିଥିଲେ।

ବିରଞ୍ଚି ଏ ନେଇ ଖୁସିବ୍ୟକ୍ତ କରିବା ସହ ଦଳୀୟ ନିଷ୍ପତ୍ତିକ୍ରମେ ସେ ଆଜି ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହୋଇଛନ୍ତି ବୋଲି କହିଛନ୍ତି।

ବିଜୟୀ ପରେ ବିରଞ୍ଚିଙ୍କୁ ମେୟର ଓ କମିଟିର ଅନ୍ୟ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି।

କିନ୍ତୁ ଭରତ ଆଜି ମୋବାଇଲ୍ ସୁଇଚ୍‌ ଅଫ୍‌ ରଖିଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନି।

ଶୁଣିବାକୁ ମିଳୁଛି, ଗତକାଲି ଶଙ୍ଖ ଭବନରେ ମେୟରଙ୍କ ଉପସ୍ଥିତିରେ ଦୁଇ ବିଧାୟକ ଓ ବିଜେଡି ଜିଲ୍ଲା ସଭାପତି ଏ ସଂପର୍କରେ ଆଲୋଚନା କରିଥିଲେ।

ବିରଞ୍ଚି ଅଧ୍ୟକ୍ଷ ହୁଅନ୍ତୁ ବୋଲି ସମସ୍ତେ ନିଷ୍ପତ୍ତି ନେଇଥିଲେ।

ସେହି ଅନୁସାରେ ଭରତଙ୍କୁ ବି ନାମାଙ୍କନ ନ କରିବାକୁ କୁହାଯାଇଥିଲା।

ଅପରପକ୍ଷେ ବିରଞ୍ଚି ବି ଗତକାଲି ଭରତ ଓ କମିଟିର ଅନ୍ୟ ସଦସ୍ୟଙ୍କ ଘରକୁ ଯାଇ ଭେଟିଥିଲେ।

ଦଳ କଥା ମାନିବାକୁ ଅନୁରୋଧ କରିଥିଲେ।

ଯେଉଁଥିପାଇଁ ଭରତ ନିର୍ବାଚନଠାରୁ ଦୂରେଇ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।