Rapecase:୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ,ଥାନାରେ ଏତଲା
"ଡାବୁଗାଁ: ଜଣେ ୧୨ ବର୍ଷର ନାବାଳକ ନିଜ ସମ୍ପର୍କୀୟ ୪ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବାର ସଂଗୀନ ଅଭିଯୋଗ ଆସିଛି | ନାବାଳିକା ଝିଅକୁ ପରିବାର ଲୋକେ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
ନାବାଳିକାର ବାପା ଏନେଇ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।Advertisment ଆହୁରି ପଢନ୍ତୁ:sundargarh: ବାଲି ଚୋରାଚାଲାଣ ଉପରେ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଘଟିଥିବାବେଳେ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ସୂଚନା ଅନୁଯାୟୀ ବୁଧବାର ଡାବୁଗାଁ ଥାନା ଅଞ୍ଚଳର ଜଣେ ନାବାଳିକା ନିଜ ଘର ପାଖରେ ଖେଳୁଥିବାବେଳେ ସେହି ଗ୍ରାମର ଜଣେ ନାବାଳକ ଡାକି ନେଇ ଦୁଷ୍କର୍ମ କରିଥିଲା।
ଏହାପରେ ନାବାଳିକା ଝିଅକୁ ବାପା ଖୋଜି ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଅବସ୍ଥା ଗୁରୁତର ଥିବାରୁପ୍ରାଥମିକ ଚିକିତ୍ସା ପରେ ନାବାଳିକା ଆହୁରି ପଢନ୍ତୁ:Jainam Jain Success Story: ୧୪ବର୍ଷରେ କରିଦେଲେ କମାଲ, ବୁର୍ଜ ଖଲିଫାରେ ଅଛି ନିଜର AI କମ୍ପାନି ଝିଅକୁ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ଏ ନେଇ ନାବାଳିକାର ବାପା ବୁଧବାର ରାତ୍ରରେ ଡାବୁଗାଁ ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ଲଛମି ପରଜା ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଥିଲେ।
ଆଜି ସକାଳେ ନାବାଳକକୁ ପୁଲିସଗିରଫ କରି ଥାନାରେ ଆଣି ଅଧିକ ପଚରାଉଚୁରା ଜାରି ରଖିଛି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।