Shankhamedi: ଶଙ୍ଖାମେଦୀରେ ଏସ୍ଆଇଆର୍ ବିବାଦ: ଗାଁ ଓଡ଼ିଶାର, ଭୋଟ ଦେବେ ପଶ୍ଚିମବଙ୍ଗରେ
"ଭୋଗରାଇ/ଫୁଲବଣୀ: ପଶ୍ଚିମବଙ୍ଗ ଓ ଓଡ଼ିଶାର ଦ୍ବୈତ ଭୋଟର ରହୁଥିବା ଗ୍ରାମ ଶଙ୍ଖାମେଦୀରେ ଏସ୍ଆଇଆର୍ ବିବାଦ ଦେଖାଦେଇଛି।
ଏଠାରେ ଶତାଧିକ ଓଡ଼ିଆ ଭୋଟର ପଶ୍ଚିମବଙ୍ଗରେ ନାମ ପଞ୍ଜୀକରଣ କରିସାରିଛନ୍ତି।
ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଅନଳିଆ ପଞ୍ଚାୟତ ଅଧୀନରେ ରହିଛି ଶଙ୍ଖାମେଦୀ ଗ୍ରାମ।
୧୯୨୭ ମସିହାରୁ ୧୯୮୦ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାର ଏହି ଗ୍ରାମରୁ ରାଜସ୍ୱ ଆଦାୟ କରୁଥିଲେ।
ହେଲେ, ବିଭିନ୍ନ କାରଣ ପାଇଁ ପରେ ଆଉ ରାଜସ୍ବ ନେଲେ ନାହିଁ।
ଫଳରେ ଏଠାକାର ବିକାଶ ଅଟକିଗଲା।
ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ନ ମିଳିବାରୁ ଅନେକ ଉଚ୍ଚଶିକ୍ଷା ଓ ଚାକିରିରୁ ବଞ୍ଚିତ ହେଲେ।
ଏପରି ସମୟରେ ପଶ୍ଚିମବଙ୍ଗ ସରକାର ଶଙ୍ଖାମେଦୀ ଉପରେ ଆଖି ପକାଇ ଗ୍ରାମବାସୀଙ୍କୁ ନାନା ମୌଳିକ ସୁବିଧା ଯୋଗାଇ ଦେଉଛନ୍ତି।
Advertisment Annual Day: ଶ୍ରୀ ଧୁତପାପେଶ୍ବରର ପ୍ରତିଷ୍ଠା ଦିବସ ଶଙ୍ଖାମେଦୀରେ ଏସ୍ଆଇଆର୍ ବିବାଦଏବେ ବି ରହିଛି ଦ୍ବୈତ ଭୋଟର ବ୍ୟବସ୍ଥା କେବଳ ପଶ୍ଚିମବଙ୍ଗ ସରକାର ନୁହେଁ, ଓଡ଼ିଶା ସରକାର ମଧ୍ୟ ମୌଳିକ ସୁବିଧା ଯୋଗାଉଛନ୍ତି।
ଶଙ୍ଖାମେଦୀରେ ଉଭୟ ରାଜ୍ୟର ଶାସନ ଚାଲୁଥିବାରୁ ଗ୍ରାମବାସୀ ଓଡ଼ିଶା ଓ ପଶ୍ଚିମବଙ୍ଗର ଆଧାର କାର୍ଡ, ଭୋଟର କାର୍ଡ ହାତେଇଛନ୍ତି।
ଉଭୟ ରାଜ୍ୟର ନିର୍ବାଚନଗୁଡ଼ିକରେ ମତଦାନ ମଧ୍ୟ କରୁଛନ୍ତି।
ଏପରି ସମୟରେ ଏଠାରେ ଏସ୍ଆଇଆର୍ ବିବାଦ ଉପୁଜିଛି।
୨୬୮ ଗ୍ରାମବାସୀ ପଶ୍ଚିମବଙ୍ଗ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।
ଅର୍ଥାତ୍; ଓଡ଼ିଆ କହୁଥିବା, ଓଡ଼ିଆ ସ୍କୁଲ୍ରେ ପାଠ ପଢ଼ୁଥିବା ଏବଂ ଓଡ଼ିଶାରୁ ରାସନ୍ ପାଉଥିବା ଶଙ୍ଖାମେଦୀ ଗାଁ ଲୋକେ ଏଣିକି ଓଡ଼ିଶାରେ ଭୋଟ ଦେଇ ପାରିବେ ନାହିଁ।
ଫଳରେ ପଶ୍ଚିମବଙ୍ଗ ସରକାର ଶଙ୍ଖାମେଦୀକୁ ସେମାନଙ୍କର ଭୂଖଣ୍ଡ ବୋଲି କରିଆସୁଥିବା ଦାବିକୁ ଅଧିକ ବଳ ମିଳିଲା ବୋଲି ମତପ୍ରକାଶ ପାଇଛି।
Special Project: ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଥାନୀୟ ବିଏଲ୍ଓ ସୁମତୀ ମାଝୀ ନିକଟରେ ଏସ୍ଆଇଆର୍ ସର୍ଭେ ପାଇଁ ଶଙ୍ଖାମେଦୀ ଯାଇଥିବା ବେଳେ ତାଙ୍କୁ ବିରୋଧର ସାମନା କରିବାକୁ ପଡ଼ିଥିଲା।
ଗ୍ରାମବାସୀ କହିଥିଲେ, "ଓଡ଼ିଶା ସରକାର ଆମ କଥା ବୁଝିଲେନି।
ତେଣୁ ଓଡ଼ିଶାର ସର୍ଭେରେ ସାମିଲ ହେବୁନି।
ପଶ୍ଚିମବଙ୍ଗ ପ୍ରଶାସନକୁ ଆମେ ଏସ୍ଆଇଆର୍ ସମ୍ପର୍କିତ ଆବେଦନପତ୍ର ଦେଇସାରିଛୁ।" ଫଳରେ ବିଏଲ୍ଓ ସର୍ଭେ କରି ନ ପାରି ଫେରି ଆସିଥିଲେ।
ଏପଟେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ଶଙ୍ଖାମେଦୀକୁ ଓଡ଼ିଶାରେ ରଖିବାର ବ୍ୟବସ୍ଥା କରନ୍ତୁ ବୋଲି ଦାବି ଜଣାଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।