Venezuela: ଭୂକମ୍ପ ବିପର୍ଯ୍ୟୟ ସହାୟତା ପାଇଁ ପହଞ୍ଚିଲା ସେନା ମେଡିକାଲ୍ ଦଳ ଓ ୩୫ ଟନ୍ ସାମଗ୍ରୀ
"ନୂଆଦିଲ୍ଲୀ: ପ୍ରଳୟଙ୍କରୀ ଭୂମିକମ୍ପରେ କ୍ଷତିଗ୍ରସ୍ତ ହୋଇଥିବା ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାକୁ ସହାୟତାର ହାତ ବଢ଼ାଇଛି ଭାରତ।
ସେଠାରେ ଉଦ୍ଧାର ଓ ଜରୁରୀକାଳୀନ ଚିକିତ୍ସା କାର୍ଯ୍ୟ ପାଇଁ ଭାରତ ସରକାର "ଅପରେସନ୍ ଅମିଷ୍ଟାଡ୍" ଆରମ୍ଭ କରିଛନ୍ତି।
ଏହି ଅଭିଯାନ ଅଧୀନରେ ଭାରତୀୟ ବାୟୁସେନାର ଦୁଇଟି "ସି-୧୭ ଗ୍ଲୋବମାଷ୍ଟର" ଭାରୀ ପରିବହନ ବିମାନ ଏକ ସେନା ମେଡିକାଲ୍ ଦଳ, ମେଡିକାଲ୍ ୟୁନିଟ୍ ଓ ୩୫ ଟନରୁ ଅଧିକ ସାହାଯ୍ୟ ସାମଗ୍ରୀ ନେଇ ଶୁକ୍ରବାର ଦିନ ଭେନେଜୁଏଲା ଅଭିମୁଖେ ଯାତ୍ରା କରିଛନ୍ତି।
କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ "ଏକ୍ସ" ରେ ଏହି ସୂଚନା ପ୍ରଦାନ କରିଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଶ୍ୱର ଯେକୌଣସି ସ୍ଥାନରେ ସହଯୋଗ କରି ପ୍ରଥମ ସହାୟତା ପ୍ରଦାନକାରୀ ଭାବେ ଭାରତ ନିଜର ସୁନାମ ବଜାୟ ରଖିଛି।Advertisment କେତନ ହତ୍ୟା ମାମଲା: "ଆମ ଝିଅ ଯଦି ଦୋଷୀ ତାକୁ ମୃତ୍ୟୁଦଣ୍ଡ ଦିଆଯାଉ": ସିୟାଙ୍କ ବାପାମା" ହିନ୍ଦନ ବାୟୁସେନା ଘାଟିରୁ ଯାତ୍ରା ଆରମ୍ଭ କରିଥିବା ଏହି ସାମରିକ ଦଳରେ ଭାରତୀୟ ସେନାର "୬୦ ପାରା ଫିଲ୍ଡ ହସ୍ପିଟାଲ୍"ର ୯ ଜଣ ମେଡିକାଲ ଅଫିସରଙ୍କ ସମେତ ମୋଟ ୪୧ ଜଣ ବିଶେଷଜ୍ଞ କର୍ମଚାରୀ ସାମିଲ ଅଛନ୍ତି।
ଏହି ସ୍ୱତନ୍ତ୍ର ଦଳ ବିପର୍ଯ୍ୟୟ ଓ ଯୁଦ୍ଧ ସମୟରେ ଜରୁରୀକାଳୀନ ଚିକିତ୍ସା ଯୋଗାଇବାରେ ବିଶେଷ ପ୍ରଶିକ୍ଷଣ ପ୍ରାପ୍ତ।
ଭେନେଜୁଏଲାରେ ପହଞ୍ଚିବା ପରେ ଏହି ଦଳ ଭୂମିକମ୍ପରେ ଭାଙ୍ଗିଯାଇଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟରେ ଅସ୍ଥାୟୀ ଚିକିତ୍ସାଳୟ ପ୍ରତିଷ୍ଠା କରିବେ ଏବଂ ଗୁରୁତର ଆହତମାନଙ୍କୁ ଆଶୁ ଚିକିତ୍ସା, ଜରୁରୀକାଳୀନ ଅସ୍ତ୍ରୋପଚାର ଓ ଜୀବନ ରକ୍ଷାକାରୀ ସେବା ଯୋଗାଇଦେବେ।
ସେନା ଦଳ ନିଜ ସହ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଯୋଗାଇ ଦିଆଯାଇଥିବା ପ୍ରାୟ ୬ ଟନ୍ ଔଷଧ ଓ ଚିକିତ୍ସା ଉପକରଣ ମଧ୍ୟ ନେଇଛନ୍ତି।
ଏହି ସହାୟତା ପ୍ୟାକେଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ "ଭୀଷ୍ମ କ୍ୟୁବ୍"।
ଆଗାମୀ ଦିନରେ ମାନବୀୟ ସହାୟତା ଜାରି ରହିବ ଏହା ଭାରତର ଆରୋଗ୍ୟ ମୈତ୍ରୀ ପ୍ରକଳ୍ପ ଅଧୀନରେ ବିକଶିତ ଏକ ମଡ୍ୟୁଲାର୍ ମେଡିକାଲ ସେଣ୍ଟର, ଯାହାକୁ ଖୁବ୍ କମ୍ ସମୟ ମଧ୍ୟରେ ଯେକୌଣସି ସ୍ଥାନକୁ ନିଆଯାଇ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଫିଲ୍ଡ ହସ୍ପିଟାଲରେ ପରିଣତ କରାଯାଇପାରିବ।
ଭାରତ ଏଭଳି ଦୁଇଟି "ଭୀଷ୍ମ କ୍ୟୁବ୍" ପଠାଇଛି।
ଏଥିରେ ପୋର୍ଟେବଲ୍ ଭେଣ୍ଟିଲେଟର, ରୋଗୀ ମନିଟର, ଅକ୍ସିଜେନ୍ ସପ୍ଲାଇ ଏବଂ ନିଜସ୍ୱ ସ୍ୱାଧୀନ ବିଦ୍ୟୁତ ଶକ୍ତି ବ୍ୟବସ୍ଥା ରହିଛି, ଯାହା ହସ୍ପିଟାଲ ନଥିବା ଅଞ୍ଚଳରେ ମଧ୍ୟ ଏକ ସଙ୍ଗେ ୨୦୦ ଗୁରୁତର ରୋଗୀଙ୍କୁ ଆଇସିୟୁ ଓ ଟ୍ରମା କେୟାର୍ ସେବା ଯୋଗାଇବାରେ ସକ୍ଷମ।
ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଭେନେଜୁଏଲାର ଜନସାଧାରଣଙ୍କ ସହ ଭାରତ ସର୍ବଦା ରହିଛି ବୋଲି ଦୋହରାଇବା ସହ ଆଗାମୀ ଦିନରେ ମଧ୍ୟ ଏହି ମାନବୀୟ ସହାୟତା ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
"