Welcome!

Unlock your personalized experience.
Sign Up

Education: ଓଡ଼ିଆ ଛାତ୍ରଙ୍କର ଜାପାନ ଯାତ୍ରା

Jun 26, 2026 - 23:00
Education: ଓଡ଼ିଆ ଛାତ୍ରଙ୍କର ଜାପାନ ଯାତ୍ରା

ଭୁବନେଶ୍ବର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ବିଭାଗ ଉଦ୍ୟମରେ ଜାପାନ ସରକାରଙ୍କର ପ୍ରାୟୋଜିତ ସମ୍ମାନଜନକ ସୁକୁରା ବିଜ୍ଞାନ ଶିକ୍ଷଣ ଶିବିରରେ ଯୋଗଦେବା ପାଇଁ କଟକଜିଲ୍ଲା ବିଜ୍ଞାନ ପରିଦର୍ଶିକା ବିଜ୍ଞାନ ସ୍ତମ୍ଭକାର ସାଗରିକା ରାଉତଙ୍କ ତତ୍ତ୍ଵାବଧାନରେ ଓଡିଶାରୁ ତିନି ଜଣ ଛାତ୍ର ଜାପାନ ଗସ୍ତରେ ଯାଇଛନ୍ତି। 

ଏହି ଶିବିରରେ ସ୍ଥାନ ପାଇବା ପାଇଁ ସର୍ବଭାରତୀୟ ସ୍ତରରେ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କର ସ୍ଵତନ୍ତ୍ର ମେଧା ପରୀକ୍ଷା ହୋଇଥାଏ। ଚଳିତ ପର୍ଯ୍ୟାୟରେ କୃତ୍ତିତ୍ଵ ହାସଲ କରିଥିବା ଓଡିଶାର ଛାତ୍ର ଶ୍ରୀ ରାଜୁ ପ୍ରଧାନ, ସୁଶ୍ରୀ ତେଜସ୍ଵୀ, ଟାକେଶ୍ଵରୀ ସିଦ୍ଧୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ଗତ ଜୁନ ୨୫ ତାରିଖରେ ଟ୍ରେନ ଯୋଗେ ଦିଲ୍ଲୀ ବାହାରି ଯାଇଛନ୍ତି। ସେଠାରୁ ଉଡାଜାହାଜରେ ଜାପାନ ଯିବେ। 

Education: ଖଣି ଅଞ୍ଚଳରେ ଓଏମ୍‌ସିର ଶିକ୍ଷା ପଦକ୍ଷେପ

୧୦ ଦିନ ବ୍ୟାପୀ ବିଭିନ୍ନ ବୈଷୟିକ ଅଭିଜ୍ଞତା ହାସଲ କରି ଦେଶକୁ ଫେରିବେ। କୁନି ବୈଜ୍ଞାନିକମାନଙ୍କୁ ବିଦାୟ ଦେବାକୁ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ରାଉତ ରେଳ ଷ୍ଟେସନରେ ଉପସ୍ଥିତ ଥିଲେ। ଓସେପାର ସଚିବ ଡକ୍ଟର ଥିରୁମଲ ନାୟକ ଓ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ଛାତ୍ରୀ ମାନଙ୍କର ଉନ୍ନତି କାମନା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି।