Hundreds of Snake Idols ମହାନଦୀରୁ ମିଳିଲା ଶତାଧିକ ରହସ୍ୟମୟ ନାଗ ମୂର୍ତ୍ତି!

Jun 26, 2026 - 17:29
Hundreds of Snake Idols ମହାନଦୀରୁ ମିଳିଲା ଶତାଧିକ ରହସ୍ୟମୟ ନାଗ ମୂର୍ତ୍ତି!

"କଟକ (ଦିପ୍ତୀରଞ୍ଜନ ସାମଲ): ଗୋଟିଏ ନୁହେଁ କିମ୍ବା ଦୁଇଟି ଛୋଟ ବଡ଼ ଶତାଧିକ ନାଗମୂର୍ତ୍ତି ମହାନଦୀର ସ୍ରୋତରୁ ମିଳିଛି।

ଏହାପରେ ଅଞ୍ଚଳରେ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି ହୋଇଛି।

Advertisment ସୂଚନାନୁସ‌ାରେ, ଆଜି (ଶୁକ୍ରବାର) ପୂର୍ବାହ୍‌ଣ ପ୍ରାୟ ୧୦ଟା ବେଳେ ଓଗାଳପୁରର କେତେକ ଯୁବକ ମହାନଦୀକୁ ଗାଧୋଇବାକୁ ଯାଇଥିଲେ।

ଏହି ସମୟରେ ସେମାନଙ୍କ ପାଦ ଓ ହାତକୁ କିଛି କଠିନ ବସ୍ତୁ ଲାଗିଥିଲା।

ଉତ୍ସୁକତାର ସହକାରେ ସେ ଏହାକୁଉଠାଇବାକୁ ଉଦ୍ୟମ କରିବିଫଳ ହୋଇଥିଲେ।

ସାଥୀରେ ଥିବା ଅନ୍ୟ ଛଅ ଜଣ ବନ୍ଧୁଙ୍କୁ ଡାକି ଉଠାଇଥିଲେ।

ପ୍ରଥମେ ଏକ ୩-୪ଫୁଟର ବଡ଼ ନାଗମୂର୍ତ୍ତି ଉଦ୍ଧାର ହୋଇଥିଲା।

ଏହାପରେ ପରେ ସେଠାରେ ଛୋଟବଡ଼ ପ୍ରାୟ ୧୦୦ଟି ନାଗମୂର୍ତ୍ତି ମିଳିଥିଲା।

ନାଗମୂର୍ତ୍ତିକୁ ନେଇ ପଠାରେ ରଖି  ଧୂପ ଦୀପ ପୂଜାର୍ଚ୍ଚନା କରିଥିଲେ।

ପରେ ଓଗାଳପୁର  ସମ୍ବେଶ୍ୱର ଦେବ ଶିବ ମନ୍ଦିର ନିକଟକୁ ଅଣା ଯାଇଛି l ତେବେ ଏହି ମୂର୍ତ୍ତି ଗୁଡିକୁ କିଏ କେଉଁଠୁ ଚୋରି କରି ନେଉଥିବା ବେଳେ ଠାକୁରଙ୍କ ମହିମା ଯୋଗୁଁ ମହାନଦୀରେ ପକାଇ ଦେଇଛି ବୋଲି ଅନୁମାନ କରାଯାଉଛି l ପରବର୍ତୀ ସମୟରେ ମନ୍ଦିର କମିଟି କୁ ଏହି ମୂର୍ତ୍ତି ହସ୍ତାନ୍ତର କରାଯିବ ବୋଲି ଗ୍ରାମର ଉଦ୍ଧାର କରିଥିବା ଯୁବକମାନେ ସୂଚନା ଦେଇଛନ୍ତି l "