Welcome!

Unlock your personalized experience.
Sign Up

India vs Ireland 1st T20I: ଭାରତ ଆଗରେ ୧୮୩ ରନ୍‌ର ବିଜୟ ଲକ୍ଷ୍ୟ, ହର୍ଷିତଙ୍କ ବଲ୍‌ରେ ୩ ଆୟରିଶ ଖେଳାଳି ଆଉଟ୍‌

Jun 26, 2026 - 19:46
India vs Ireland 1st T20I: ଭାରତ ଆଗରେ ୧୮୩ ରନ୍‌ର ବିଜୟ ଲକ୍ଷ୍ୟ, ହର୍ଷିତଙ୍କ ବଲ୍‌ରେ ୩ ଆୟରିଶ ଖେଳାଳି ଆଉଟ୍‌

ବେଲଫାଷ୍ଟ: ଆର୍ୟଲାଣ୍ଡ ଘରୋଇ ମାଟିରେ ଦମଦାର ବ୍ୟାଟିଂ କରିଛି। ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶଙ୍ଖଳାର ପ୍ରଥମ ମୁକାବିଲା ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ୍‌ କ୍ଲବରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଟସ୍‌ ଜଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ୱିକେଟ୍‌ ହରାଇ ୧୮୨ ରନ୍‌ କରିଛି। ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୮୩ ରନ୍‌ର ଲକ୍ଷ୍ୟ ମିଳିଛି। ଭାରତୀୟ ଯୁବ ବୋଲର ହର୍ଷିତ ରାଣା ଭାରତ ପକ୍ଷରୁ ୩ଟି ୱିକେଟ୍‌ ନେଇଛନ୍ତି।

ଆର୍ୟଲାଣ୍ଡ ପାଇଁ ଅଧିନାୟକ ଲୋର୍କନ ଟକର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୬ଟି ବଲ୍‌ ଖେଳି ଥିଲେ ଏବଂ ୫ଟି ଚୌକା ଓ ୨ଟି ଛକା ବଳରେ ୫୦ ରନ୍‌ କରିତିଲେ। 

ଆର୍ୟଲାଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ଦଳ ୫୧ ରନ୍‌ ବେଳକୁ ଆଗଧାଡ଼ିର ୪ଜଣ ଖେଳାଳିଙ୍କୁ ହରାଇ ସାରିଥିଲା। ସ୍କୋର ୨୦ ରନ୍‌ରେ ପ୍ରାରମ୍ଭିକ ବ୍ୟାଟର ଟିମ୍‌ ଟେକଟର ଏବଂ ରସ ଆଦାଇର ଆଉଟ୍‌ ହୋଇଥିଲେ। ଉଭୟ ବ୍ୟାଟର ଯଥାକ୍ରମେ ୧୭ ଏବଂ ୧୨ ରନ୍ କରିଥିଲେ। ଭାରତର ତୃତୀୟ ଶିକାର ହୋଇଥିଲେ ଟିମ କେଟକଟର, ଯିଏ କି ଖାତା ଖୋଲିପାରି ନଥିଲେ। ଆର୍ୟଲାଣ୍ଡ ନିଜର ଚତୁର୍ଥ ୱ‌ିକେଟ ଭାବେ ବେଞ୍ଜାମିନ୍‌ କଲିଟ୍ଜ (୧୫ରନ୍‌)ଙ୍କୁ ହରାଇଥିଲା।

ସେହିପରି ଲୋର୍କାନ ଟକର ଅର୍ଦ୍ଧଶତକ ଏବଂ ଜର୍ଜ ଡକରେଲ୍‌ ବ୍ୟକ୍ତିଗତ ଭାବେ ୧୯ ରନ୍‌ କରି ପାଭିଲିନ ଫେରି ଆସିଥିଲେ। ଆର୍ୟଲାଣ୍ଡ ପଞ୍ଚମ ଏବଂ ଷଷ୍ଠ ୱିକେଟ୍‌ରେ ଯଥାକ୍ରମେ ୬୪ ଏବଂ ୪୯ ରନ୍‌ ସଂଗ୍ରହ କରିଥିଲା। ଭାରତର ସପ୍ତମ ଶିକାର ହୋଇଥିଲେ ଗରେଥ ଡେଲାନି, ଯିଏକି ବ୍ୟକ୍ତିଗତ ଭାବେ ଦଳ ପାଇଁ ୪୯ ରନ୍ ଯୋଗଦାନ ଦେଇଥିଲେ। ସେ ୩୨ଟି ବଲ୍‌ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଲିଆମ ମ୍ୟାକକାର୍ଥି ୭ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।