Varun Dhawan: ବରୁଣଙ୍କ ମା’ ହେବାପରେ ମୌନି ହେଲେ ଟ୍ରୋଲ

Jun 24, 2026 - 06:28
Varun Dhawan: ବରୁଣଙ୍କ ମା’ ହେବାପରେ ମୌନି ହେଲେ ଟ୍ରୋଲ

"ମୁମ୍ବାଇ: ଡେଭିଡ୍ ଧବନଙ୍କ ନିର୍ଦ୍ଦେଶିତ "ହେ ଯବାନୀ ତୋ ଇସ୍କ ହୋନା ହି ହେ" ଫିଲ୍ମରେ ବରୁଣ ଧବନଙ୍କ "ନକଲି ମା" ଭୂମିକାରେ ଅଭିନୟ କରିଥିବା ମୌନି ରାୟଙ୍କୁ ସୋସିଆଲ ମିଡିଆରେ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡ଼ିଛି।Advertisment ଏହି ଘଟଣାକୁ ନେଇ ମୌନୀ କହିଛନ୍ତି, “ଲୋକେ କ"ଣ କହୁଛନ୍ତି କିମ୍ବା କ"ଣ ସମାଲୋଚନା କରୁଛନ୍ତି ତାହା ପାଇଁ ମୋର କୌଣସି ଚିନ୍ତା ନାହିଁ।

କାରଣ ଫିଲ୍ମରେ ମୁଁ କ"ଣ କରିଛି ମୁଁ ଜାଣିଛି।

ମୋର ନିର୍ଦ୍ଦେଶକ ଓ ସହଅଭିନେତାମାନେ ମୋ କାମରେ ଖୁସି ଅଛନ୍ତି।

ବାକିମାନେ କ"ଣ କହୁଛନ୍ତି ସେ ନେଇ ମୋ ଉପରେ କୌଣସି ପ୍ରକାର ପ୍ରଭାବ ପଡ଼ିବ ନାହିଁ।” ନିଜକୁ ଡେଭିଡ୍ ଧବନଙ୍କ ବଡ଼ ପ୍ରଶଂସକ ବୋଲି କହିଥିବା ମୌନି କହିଛନ୍ତି, ତାଙ୍କ ଫିଲ୍ମ ଦେଖିବା ତାଙ୍କ ପାଇଁ ଏକ ସୁଖଦ ଅନୁଭବ।

ଏହାସହ ପ୍ରଥମ ଥର ପାଇଁ କମେଡି ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିବାରୁ ସେ ବେଶ ଉତ୍ସାହିତ ଅଛନ୍ତି।

ଉଲ୍ଲେଖଯୋଗ୍ୟ, "ହେ ଯବାନୀ ତୋ ଇସ୍କ ହୋନା ହି ହେ" ରେ ବରୁଣ ଧବନଙ୍କ ସହ ମୃଣାଳ ଠାକୁର, ପୂଜା ହେଗଡେ, ଜିମି ଶେରଗିଲ, ମନୀଷ ପଲ୍, ଚଙ୍କି ପାଣ୍ଡେ ଓ ରାକେଶ ବେଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ତେବେ ଫିଲ୍ମଟି ସମାଲୋଚକଙ୍କ ପାଖରୁ ମିଶ୍ର ପ୍ରତିକ୍ରିୟା ପାଇଥିବା ବେଳେ ବକ୍ସ ଅଫିସରେ ମଧ୍ୟ ବିଶେଷ ସଫଳତା ହାସଲ କରିପାରିନାହିଁ।

"