Karnataka: ଚଳନ୍ତା କାରରେ ବିସ୍ଫୋରଣ, ଯୁବତୀଙ୍କୁ ଅପହରଣ କରିଥିବା ଯୁବକ ଜୀବନ୍ତ ଦଗ୍ଧ
"ତୁମକୁରୁ: ପ୍ରେମ ସମ୍ପର୍କରେ ତିକ୍ତତା ପରେ ଯୁବତୀଙ୍କୁ ଅପହରଣ କରି ନେଉଥିବା ଯୁବକ ଚଳନ୍ତା କାର୍ ଭିତରେ ବିସ୍ଫୋରଣ କାରଣରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
କର୍ଣ୍ଣାଟକର ତୁମକୁରୁ ଜିଲ୍ଲା ସିରା ତାଲୁକର ଜୋଗୀହଲ୍ଲୀ ନିକଟସ୍ଥ ୪୮ ନମ୍ବର ଜାତୀୟ ରାଜପଥରେ ଶନିବାର ଏହି ଲୋମଟାଙ୍କୁରା ଘଟଣା ଘଟିଛି।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୩୦ ବର୍ଷୀୟ ନାଗେନ୍ଦ୍ରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅପହୃତା ଯୁବତୀ ଓ କ୍ୟାବ୍ ଚାଳକ ପ୍ରବୀଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।Advertisment Iraq: ବାଗଦାଦର ଗ୍ରୀନ୍ ଜୋନ୍ରେ ସୁରକ୍ଷା ବାହିନୀ ମୁତୟନ କଲା ଇରାକ: ଆର୍ଥିକ ଦୁର୍ନୀତି ନେଇ ଅନେକ ରାଜନେତାଙ୍କୁ ଟାର୍ଗେଟ ପୁଲିସ ସୂଚନା ଅନୁଯାୟୀ, ମୃତ ନାଗେନ୍ଦ୍ର ଏବଂ ବେଙ୍ଗାଲୁରୁରେ ଓଟି ଟେକ୍ନିସିଆନ ଭାବେ କାର୍ଯ୍ୟରତ ସେହି ଯୁବତୀଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା, ମାତ୍ର ନିକଟରେ ସେମାନଙ୍କର ବିଚ୍ଛେଦ ହୋଇଥିଲା ଏବଂ ଯୁବତୀଜଣକ ନାଗେନ୍ଦ୍ରଙ୍କ ନମ୍ବର ବ୍ଲକ୍ କରିଦେଇଥିଲେ।
ଏଥିରେ ଉତକ୍ଷିପ୍ତ ହୋଇ ନାଗେନ୍ଦ୍ର ଶନିବାର ସକାଳେ ବେଙ୍ଗାଲୁରୁର ଜୟନଗରସ୍ଥିତ ଯୁବତୀଙ୍କ ଭଡ଼ାଘରେ ପହଞ୍ଚି ଝଗଡ଼ା କରିବା ସହ ଏକ ଉବେର କ୍ୟାବରେ ତାଙ୍କୁ ଜବରଦସ୍ତ ଅପହରଣ କରି ନେଇଥିଲେ।
ଝିଅ ନିଖୋଜ ହେବା ପରେ ପରିବାର ଲୋକେ ଜୟନଗର ଥାନାରେ ଅପହରଣ ସମ୍ପର୍କିତ ଅଭିଯୋଗ ମଧ୍ୟ କରିଥିଲେ।
ଯାତ୍ରା ସମୟରେ ନାଗେନ୍ଦ୍ର ଯୁବତୀଙ୍କୁ ଜୀବନରୁ ମାରିଦେବା ସହ ନିଜେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ଏବଂ ନିଜ ପାଖରେ ଥିବା ଏକ ବିସ୍ଫୋରକ ସାମଗ୍ରୀ ଦେଖାଇ ଭୟଭୀତ କରାଇଥିଲେ।
କାର୍ କବାଟ ଖୋଲି ବାହାରକୁ ଡେଇଁ ପଡ଼ିଥିଲେ ଯୁବତୀ ତେବେ ଜୋଗୀହଲ୍ଲୀ ନିକଟରେ ଗାଡ଼ି ଚାଲୁଥିବା ସମୟରେ ନାଗେନ୍ଦ୍ର ହଠାତ୍ ଏକ ଛୁରୀରେ ଯୁବତୀଙ୍କୁ ଆକ୍ରମଣ କରିଥିଲେ।
ଏହା ଦେଖି ଚାଳକ ଜଣକ ଗାଡ଼ିଟିକୁ ରୋକିଦେଇଥିଲେ, ଯାହାର ସୁଯୋଗ ନେଇ ଯୁବତୀ ଜଣକ କାର୍ କବାଟ ଖୋଲି ବାହାରକୁ ଡେଇଁ ପଡ଼ିଥିଲେ।
ସେ ବାହାରକୁ ଆସିବାର ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ କାର୍ ଭିତରେ ଭୟଙ୍କର ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା।
ଫଳରେ ନାଗେନ୍ଦ୍ର କାର୍ ଭିତରେ ହିଁ ଫସି ରହି ପୋଡ଼ି ପାଉଁଶ ହୋଇଯାଇଥିଲେ।
ଏହି ବିସ୍ଫୋରଣ ଯୋଗୁଁ ଜାତୀୟ ରାଜପଥରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ତୁମକୁରୁ ଏସପି ଅଶୋକ କେ.ଭି.
କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ନାଗେନ୍ଦ୍ର ନିଜେ ହିଁ ବିସ୍ଫୋରକ ଖଞ୍ଜି ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି।
ଘଟଣାସ୍ଥଳରୁ ବୋମା ସଦୃଶ ସାମଗ୍ରୀ ଜବତ କରାଯାଇଛି ଏବଂ କାଲ୍ଲାମ୍ବେଲା ପୁଲିସ ମାମଲା ରୁଜୁ କରି ଏହାର ଅଧିକ ତଦନ୍ତ ଚଳାଇଛି।
"