Ketan Agrawal: ଲୋହଗଡ଼ ଦୁର୍ଗରେ କେତନ ହତ୍ୟା ମାମଲା, ସିୟାଙ୍କୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୁଲିସ
"ପୁଣେ: ପୁଣେର ପ୍ରତିଷ୍ଠିତ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାରେ ତଦନ୍ତକୁ ଆଗକୁ ବଢ଼ାଇ ପୁଲିସ ରବିବାର ମୁଖ୍ୟ ଅଭିଯୁକ୍ତ ତଥା କେତନଙ୍କ ସହ ନିର୍ବନ୍ଧ ହୋଇଥିବା କନ୍ୟା ସିୟା ଗୋୟଲଙ୍କୁ ଲୋହଗଡ଼ ଦୁର୍ଗକୁ ନେଇ କ୍ରାଇମ୍ ସିନର ପୁନରାବୃତ୍ତି (ରିକ୍ରିଏସନ୍) କରିଛି।
ଗତ ଜୁନ୍ ୧୮ ତାରିଖରେ ଘଟିଥିବା ଏହି ହତ୍ୟାକାଣ୍ଡର ରହସ୍ୟ ଖୋଲିବା ପାଇଁ ପୁଣେ ଗ୍ରାମୀଣ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ସନ୍ଦୀପ ସିଂହ ଗିଲଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳକୁ ଯାଇଥିଲା।
ଅଭିଯୁକ୍ତମାନେ କେଉଁ ରାସ୍ତା ଦେଇ ଆସିଥିଲେ, ଘଟଣା ସମୟରେ ସେମାନଙ୍କର ସ୍ଥିତି କଣ ଥିଲା ଏବଂ କେଉଁଭଳି ଭାବେ କେତନଙ୍କୁ ପାହାଡ଼ରୁ ତଳକୁ ଠେଲି ଦିଆଯାଇଥିଲା, ସେ ସମସ୍ତ ବିଷୟର ତଦନ୍ତ କରାଯାଇଛି।
ପୁଲିସ ତଦନ୍ତ ସମୟରେ ସିୟା ନିଜେ ସେହି ଦିନର ସମ୍ପୂର୍ଣ୍ଣ ରୁଟ୍ ଏବଂ ଘଟଣାକ୍ରମ ବିଷୟରେ ପୁଲିସ ଆଗରେ ସବିଶେଷ ତଥ୍ୟ ରଖିଛନ୍ତି।Advertisment ବ୍ୟବହାର ହେଲା କେତନଙ୍କ ଓଜନର ଡମି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଗଜାନନ ତୋମ୍ପେଙ୍କ ସୂଚନା ଅନୁଯାୟୀ, ଏହି କ୍ରାଇମ୍ ସିନ୍ ରିକ୍ରିଏସନକୁ ସଠିକ୍ ଭାବେ ପ୍ରମାଣିତ କରିବା ପାଇଁ ପୁଲିସ ମୃତ କେତନଙ୍କ ଓଜନର ଏକ କୃତ୍ରିମ ମାନବ ସଦୃଶ ''ଡମି'' ବ୍ୟବହାର କରିଥିଲା।
ଅଭିଯୁକ୍ତମାନେ କେତନଙ୍କୁ ପାହାଡ଼ରୁ ତଳକୁ ଠେଲିଦେବା ନେଇ ଯେଉଁ ବୟାନ ଦେଇଥିଲେ, ତାହାର ସତ୍ୟାସତ୍ୟ ପରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ବର୍ତ୍ତମାନ ତଦନ୍ତକାରୀ ଦଳ ହତ୍ୟାକାଣ୍ଡର ପ୍ରକୃତ ପରିସ୍ଥିତି ଏବଂ ଏଥିରେ ଦୁଇ ଅଭିଯୁକ୍ତଙ୍କ ଭୂମିକାକୁ ଅତି ସୂକ୍ଷ୍ମ ଭାବେ ଯାଞ୍ଚ କରୁଛନ୍ତି।
Myanmar: ମିଆଁମାର ବିଶ୍ୱର ସର୍ବବୃହତ ବେଆଇନ ଅଫିମ ଉତ୍ପାଦନକାରୀ ଦେଶ: ଭାରତର ସୁରକ୍ଷା ପାଇଁ ଗମ୍ଭୀର ବିପଦ ସୃଷ୍ଟିସୂଚନାଯୋଗ୍ୟ ଯେ, ୨୫ ବର୍ଷୀୟ ମୃତ କେତନ ଅଗ୍ରୱାଲ ମହାରାଷ୍ଟ୍ରର ସବୁଠାରୁ ବଡ଼ ସେୟାରହାଉସିଂ ଡେଭଲପର ସଂସ୍ଥା ''ସକ୍ସେସ୍ ଗ୍ରୁପ୍''ର ଜଣେ ନିର୍ଦ୍ଦେଶକ ଥିଲେ।
ଚଳିତ ବର୍ଷ ଫେବୃଆରୀ ମାସରେ ପୁଣେର ଅନ୍ୟ ଏକ ସମ୍ଭ୍ରାନ୍ତ ବ୍ୟବସାୟୀ ପରିବାରର ୨୦ ବର୍ଷୀୟା କନ୍ୟା ସିୟା ଗୋୟଲଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା।
ଆସନ୍ତା ନଭେମ୍ବର ମାସରେ ଉଦୟପୁରଠାରେ ଉଭୟଙ୍କର ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା।
ମାତ୍ର ସିୟା ପୂର୍ବରୁ ଚେତନ ଚୌଧୁରୀ (୨୨) ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ।
ସିୟା ପୁଲିସ ଆଗରେ ସ୍ୱୀକାର କରିଛନ୍ତି ଯେ, ସେ କେତନଙ୍କୁ ବିବାହ କରିବାକୁ ଚାହୁଁନଥିଲେ।
ମାତ୍ର ବିବାହ ଭାଙ୍ଗିଲେ ପରିବାରର ବଦନାମ ହେବା ଭୟରେ ସେ ନିଜ ପ୍ରେମିକ ଚେତନ ସହ ମିଶି କେତନଙ୍କୁ ରାସ୍ତାରୁ ହଟାଇବା ପାଇଁ ଏହି ସଂଘାତିକ ଷଡ଼ଯନ୍ତ୍ର ରଚିଥିଲେ।
ବର୍ତ୍ତମାନ ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍) ର ଧାରା ୧୦୩ ଓ ୬୧(୨) ଅନୁଯାୟୀ ଉଭୟଙ୍କୁ ଗିରଫ କରି ସେମାନଙ୍କର ଡିଜିଟାଲ୍ ପ୍ରମାଣ ଓ ଗତିବିଧିର ଅଧିକ ତଦନ୍ତ ଚଳାଇଛି।
"