Maoists: କାଲିମେଳାରୁ ମାଟି ତଳୁ ମାଓ ଡମ୍ପ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀ ଜବତ
"ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧୀନ ଗୁଣ୍ଠାବେଡା ଜଙ୍ଗଲରେ କୁମ୍ବିଂ ଅପରେସନ୍ ବେଳେ ସୁରକ୍ଷା କର୍ମୀଙ୍କ ବଡ଼ ସଫଳତା ମିଳିଛି ।
ଘଟଣାସ୍ଥଳରୁ ବିଦେଶୀ ପିସ୍ତଲ, ଏସ୍ଏଲ୍ଆର୍, ରିଭଲଭର, ଆଇଇଡି ଓ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ।
ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧୀନ ଗୁଣ୍ଠାବେଡା ଜଙ୍ଗଲରେ ଚାଲିଥିବା କୁମ୍ବିଂ ଅପରେସନ୍ ବେଳେ ଡିଭିଏଫ ଯବାନମାନେ ମାଟି ତଳେ ପୋତାଯାଇଥିବା ଏକ ମାଓ ଡମ୍ପକୁ ଠାବ କରିଛନ୍ତି।Advertisment ମାଓବାଦୀଙ୍କ ବଡ଼ ଯୋଜନା ବିଫଳ ଏହି ଡମ୍ପରୁ ଏକ ୟୁଏସ୍ ନିର୍ମିତ ପିସ୍ତଲ, ୨ଟି ଏସ୍ଏଲ୍ଆର୍, ୨ଟି ରିଭଲଭର, ୨ଟି ଆଇଇଡି, ୪ଟି ୟୁବିଜିଏଲ୍, ୱାକି-ଟକି ସମେତ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଛି ।
ପ୍ରାଥମିକ ସୂଚନା ଅନୁସାରେ, ମାଓବାଦୀମାନେ ଭବିଷ୍ୟତରେ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଏହି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀକୁ ଜଙ୍ଗଲ ଭିତରେ ମାଟି ତଳେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି ।
ଠିକ୍ ସମୟରେ ଏହା ଜବତ ହେବାରୁ ମାଓବାଦୀଙ୍କ ଏକ ବଡ଼ ଯୋଜନା ବିଫଳ ହୋଇଥିବା ସୁରକ୍ଷା ଅଧିକାରୀମାନେ କହିଛନ୍ତି।
Indian Ship: ବୋମା ମାଡ଼ ମଧ୍ୟରେ ହର୍ମୁଜ୍ ଅତିକ୍ରମ କଲା ଭାରତୀୟ ଜାହାଜ "