Varanasi and Nagpur: ଅନ୍ୟକୁ ଉପଦେଶ ଦେବା ବନ୍ଦ କର, ବାରାଣସୀ ଓ ନାଗପୁର ପରାଜୟର ସମୀକ୍ଷା କର: ମୋଦୀଙ୍କୁ କଂଗ୍ରେସର ଜବାବ

Oct 29, 2026 - 18:49
Varanasi and Nagpur: ଅନ୍ୟକୁ ଉପଦେଶ ଦେବା ବନ୍ଦ କର, ବାରାଣସୀ ଓ ନାଗପୁର ପରାଜୟର ସମୀକ୍ଷା କର: ମୋଦୀଙ୍କୁ କଂଗ୍ରେସର ଜବାବ

ନୂଆଦିଲ୍ଲୀ: ବିଧାନ ପରିଷଦ ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟାକ୍ଷ କରିବା ପରେ ତାଙ୍କୁ ପାଲଟା ଜବାବ ଦେଇଛି କଂଗ୍ରେସ।

ଅନ୍ୟମାନଙ୍କୁ ସମାଲୋଚନା ଓ ଉପଦେଶ ଦେବା ବନ୍ଦ କରି ନିଜ ଦଳର ପରାଜୟର ସମୀକ୍ଷା କରିବାକୁ ମୋଦୀଙ୍କୁ କହିଛି ଦଳ।

ବିଶେଷକରି ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ଉତ୍ତରପ୍ରଦେଶର ବାରାଣସୀରେ ବିଜେପି ଉଭୟ ବିଧାନ ପରିଷଦ ଆସନ ହାରିବା ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଗଡ଼ ଭାବେ ପରିଚିତ ମହାରାଷ୍ଟ୍ରର ନାଗପୁରରେ କଂଗ୍ରେସର ବିଜୟକୁ ନେଇ ଦଳ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି।

Advertisment କଂଗ୍ରେସର ମହାସଚିବ ତଥା ଯୋଗାଯୋଗ ବିଭାଗ ଦାୟିତ୍ୱରେ ଥିବା ଜୟରାମ ରମେଶ ଗୁରୁବାର ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଏକ ପୋଷ୍ଟ କରି ମୋଦୀଙ୍କୁ ଆତ୍ମସମୀକ୍ଷା କରିବାକୁ କହିଛନ୍ତି।

କଂଗ୍ରେସ କେତୋଟି ଆସନ ଜିତିଲା, ତାହା ଗଣିବା ପୂର୍ବରୁ ନିଜ ନିର୍ବାଚନମଣ୍ଡଳୀରେ ବିଜେପି କାହିଁକି ଉଭୟ ଆସନ ହାରିଲା ଏବଂ ନାଗପୁରରେ କଂଗ୍ରେସ କିପରି ବିଜେପିକୁ ପରାସ୍ତ କଲା, ସେ ବିଷୟରେ ପ୍ରଧାନମନ୍ତ୍ରୀ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି।

ଲୋକଙ୍କ ସମସ୍ୟା ଉପରେ ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ରମେଶ ଆହୁରି କହିଛନ୍ତି, ଦେଶର କୋଟି କୋଟି ପରିବାର ଅତ୍ୟଧିକ ଦରଦାମ୍ ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି।

ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ଅଭାବ ରହିଥିବା ବେଳେ ଘରୋଇ କ୍ଷେତ୍ରରେ ପୁଞ୍ଜିନିବେଶ ମଧ୍ୟ ମନ୍ଥର ହୋଇପଡ଼ିଛି।

ଏଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ମୋଦୀ ବିରୋଧୀଙ୍କୁ ସମାଲୋଚନା କରୁଛନ୍ତି।

ଅହଂକାର ତ୍ୟାଗ କରି ଲୋକଙ୍କ ସମସ୍ୟା ଉପରେ ଚିନ୍ତା କରିବାକୁ ରମେଶ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ବାରାଣସୀ ଓ ନାଗପୁର ସମେତ ଲକ୍ଷ୍ନୌ, ପ୍ରୟାଗରାଜ ଓ ପାଟନାରେ ନିର୍ବାଚନୀ ଫଳାଫଳକୁ ଉଲ୍ଲେଖ କରି ରମେଶ କହିଛନ୍ତି, ଏହି ସହରଗୁଡ଼ିକର ଭୋଟରମାନେ ସରକାରଙ୍କ ନୀତି ବିରୋଧରେ ଅନାସ୍ଥା ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚାରିଟି ରାଜ୍ୟରେ ବିଧାନ ପରିଷଦର ୨୮ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକ ୧୬ଟି ଆସନ ଜିତିଥିଲେ।

କଂଗ୍ରେସ ମାତ୍ର ଗୋଟିଏ ଆସନ ପାଇଥିବା ବେଳେ ଉତ୍ତରପ୍ରଦେଶ ରେ ସମାଜବାଦୀ ପାର୍ଟି ପାଞ୍ଚଟି ଆସନ ଜିତିଥିଲା।

ଏଥିରେ ବାରାଣସୀର ଉଭୟ ଆସନ ରହିଛି।

୨୪ତମ ପିଏମ୍ କିଷାନ କିସ୍ତି: ଓଡ଼ିଶାର ୩୫ ଲକ୍ଷ ଚାଷୀ ପାଇବେ ୭୦୦ କୋଟି ଟଙ୍କା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)