‘Vande Mataram’ Row: ବନ୍ଦେ ମାତରମ୍ ଗାନକୁ କଂଗ୍ରେସର ଅବମାନନା, ରାଇରଙ୍ଗପୁର ବିଜେପିର ବିକ୍ଷୋଭ
"ରାଇରଙ୍ଗପୁର: ସ୍ୱାଧୀନତା ଦିବସ ପାଳନ ଅବସରରେ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ 'ବନ୍ଦେ ମାତରମ୍' ଗାନକୁ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ ପ୍ରମୁଖ ଅପମାନିତ କରିଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ଜାତୀୟସ୍ତରରେ ରାଜନୈତିକ ବିବାଦ ଆରମ୍ଭ ହୋଇଥିବା ବେଳେ ଆଜି (ରବିବାର) ରାଇରଙ୍ଗପୁର ବିଜେପି ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
Advertisment Vande Mataram: "ବନ୍ଦେ ମାତରମ୍" ଗାଇ ନ ଥିବାରୁ କେରଳ ସରକାରଙ୍କୁ ବିଜେପିର ତୀବ୍ର ପ୍ରତିବାଦ ଆଜି ସନ୍ଧ୍ୟାରେ ପଶ୍ଚିମ ମୟୂରଭଞ୍ଜ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଇରଙ୍ଗପୁରସ୍ଥ ଦୁର୍ଗା ମଣ୍ଡପଠାରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।
ବିଜେପିର ବରିଷ୍ଠ ନେତା ତଥା ସାଂସଦଙ୍କ ପ୍ରତିନିଧି ଅଶୋକ କୁମାର ମହାନ୍ତ କହିଛନ୍ତି, କଂଗ୍ରେସ କାର୍ଯ୍ୟାଳୟରେ ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍'ର ସମ୍ପୂର୍ଣ୍ଣ ସଂସ୍କରଣ ଗାନ କରାଯାଉଥିବା ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏହାକୁ ମଝିରୁ ବନ୍ଦ କରିବା ପାଇଁ କର୍ମୀମାନଙ୍କୁ ଇସାରା କରିଥିଲେ ।
ସେନେଇ କଂଗ୍ରେସ ଦଳ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦଳ ପକ୍ଷରୁ ଦେଶ ବାସୀଙ୍କୁ କ୍ଷମା ମାଗିବା ପାଇଁ ଦାବି ହୋଇଛି ।
Vande Mataram: "ବନ୍ଦେ ମାତରମ୍"କୁ "ଜନଗଣ ମନ" ସମାନ ଆଇନଗତ ସୁରକ୍ଷା ବିକ୍ଷୋଭ ପ୍ରଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସୁମନ୍ତ ବେହେରା, ଲଳିତ କଣ୍ଡେକଲ, ଜିଲ୍ଲା ଆଇଟି ସେଲ୍ ସଭାପତି ଶଶାଙ୍କ କୁମାର, ଯୁବ ମୋର୍ଚ୍ଚା ଟାଉନ୍ ସଭାପତି ହ୍ରିତିକ ରଞ୍ଜନ, ଟାଉନ୍ ସଭାପତି ସୁନିଲ କୁମାର ମହାନ୍ତ, ବିକାଶ ରାୟ, ଚନ୍ଦନ ମହାନ୍ତ, ରଣଜିତ୍ ବେହେରା, ମିଠୁ ବେହେରା, ସୂରଜ ସିଂ, ଦୀପକ ଶର୍ମା, ବହଳଦା ଯୁବ ମୋର୍ଚ୍ଚା ସଭାପତି ଲିଟୁ ମହାନ୍ତଙ୍କ ସମେତ ବହୁକର୍ମୀ ଉପସ୍ଥିତ ଥିଲେ ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
