Vande Bharat: ବନ୍ଦେ ଭାରତ ଏକ୍ସପ୍ରେସଠାରୁ ମଧ୍ୟ ଶସ୍ତା ହେବ 'ବନ୍ଦେ ଭାରତ ସ୍ଲିପର' ଭଡ଼ା!
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର ଆଣିଛି।
ଦିଲ୍ଲୀ ଏବଂ ବାରଣାସୀ ମଧ୍ୟରେ ଆରମ୍ଭ ହୋଇଥିବା ଅତ୍ୟାଧୁନିକ ବନ୍ଦେ ଭାରତ ସ୍ଲିପର ଟ୍ରେନର ଭଡ଼ାକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି।
ଆଶ୍ଚର୍ଯ୍ୟଜନକ ଭାବରେ, ଏହି ସ୍ଲିପର ଟ୍ରେନର କିଛି ଶ୍ରେଣୀର ଭଡ଼ା ପୂର୍ବରୁ ଚାଲୁଥିବା ସାଧାରଣ ବନ୍ଦେ ଭାରତ ଏକ୍ସପ୍ରେସ (ଚେୟାର କାର୍) ଠାରୁ ମଧ୍ୟ କମ୍ ରହିଛି।
Advertisment କେତେ ରହିଛି ଟିକେଟ୍ ଦର?
ଆରାମଦାୟକ ରାତି ଯାତ୍ରା ପାଇଁ ପ୍ରସ୍ତୁତ ଏହି ବନ୍ଦେ ଭାରତ ସ୍ଲିପର ଟ୍ରେନର ବିଭିନ୍ନ ବର୍ଗର ଭଡ଼ା ନିମ୍ନମତେ ସ୍ଥିର କରାଯାଇଛି | ଥର୍ଡ ଏସି (3AC)ର ଭଡା ୧,୯୧୫ ଟଙ୍କା ଥିବାବେଳେ ସେକେଣ୍ଡ ଏସିର ଭଡ଼ା ୨,୪୭୦ ଟଙ୍କା, ଫାଷ୍ଟ କ୍ଲାସ୍ ଏସିର ଭଡ଼ା ୩,୦୩୦ ଟଙ୍କା ରହିଛି | ଅନ୍ୟପଟେ ବାରଣାସୀ-ନୂଆଦିଲ୍ଲୀ ସାଧାରଣ ବନ୍ଦେ ଭାରତ ଏକ୍ସପ୍ରେସର ଏସି ଚେୟାର କାର୍ ଭଡ଼ା ପ୍ରାୟ ୧,୮୩୫ ଟଙ୍କା ଏବଂ ଏଗ୍ଜିକ୍ୟୁଟିଭ୍ କ୍ଲାସ୍ ଭଡ଼ା ୩,୩୮୫ ଟଙ୍କା ରହିଛି | ଏହାକୁ ତୁଳନା କଲେ ବନ୍ଦେ ଭାରତ ସ୍ଲିପରର ଥର୍ଡ ଏସି (3AC) ଭଡ଼ା ମାତ୍ର କିଛି ଅଧିକ ଟଙ୍କା ଦେଇ ଯାତ୍ରୀମାନଙ୍କୁ ଶୋଇକି ଯିବାର ସୁବିଧା ଯୋଗାଇଦେବ।
ଆହୁରି ପଢନ୍ତୁ: Drone Attack: ରୁଷର ତୈଳ ବିଶୋଧନାଗାର ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ରେଳ ବିଭାଗର ସୂଚନା ଅନୁଯାୟୀ, ଏହି ସ୍ଲିପର ଟ୍ରେନ୍ ଯାତ୍ରୀମାନଙ୍କୁ ବିମାନ ଭଳି ଅତ୍ୟାଧୁନିକ ଏବଂ ଆରାମଦାୟକ ଅନୁଭବ ପ୍ରଦାନ କରିବ।
ରାତିର ଯାତ୍ରାକୁ ଅଧିକ ସୁଖଦ ଓ ସୁରକ୍ଷିତ କରିବା ପାଇଁ ଏଥିରେ ସମସ୍ତ ପ୍ରକାର ଆଧୁନିକ ବ୍ୟବସ୍ଥା ଏବଂ ସୁରକ୍ଷା ବ୍ୟବସ୍ଥା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
