Farmer Dies due to crop Damage ଅର୍ଣ୍ଣବ ବର୍ଷାରେ ଉଜୁଡ଼ିଗଲା ୩୭ ଏକର ଫସଲ, ବିଷ ପିଇଦେଲେ ଗଞ୍ଜାମର ଚାଷୀ

Nov 01, 2026 - 20:00
Farmer Dies due to crop Damage ଅର୍ଣ୍ଣବ ବର୍ଷାରେ ଉଜୁଡ଼ିଗଲା ୩୭ ଏକର ଫସଲ,  ବିଷ ପିଇଦେଲେ ଗଞ୍ଜାମର ଚାଷୀ

ଶେରଗଡ଼(ସୁବ୍ରତ ପଣ୍ଡା): ଧାରଉଧାର କରି ନିଜର ଓ ଭାଗ ଜମିରେ ପରିବା ଏବଂ ଧାନ ଚାଷ କରିଥିଲେ।

'ଅର୍ଣ୍ଣବ' ବାତ୍ୟା ଦ୍ବାରା ହୋଇଥିବା ଅବିଶ୍ରାନ୍ତ ବର୍ଷା ଓ ବନ୍ୟାରେ ସବୁ ଧୋଇଗଲା।

ଜୀବନରେ ଏଭଳି କ୍ଷତି ପୂର୍ବରୁ ସହି ନଥିଲେ।

ଉଜୁଡ଼ା ଜମିକୁ ଦେଖି ନିଜକୁ ସମ୍ଭାଳିପାରିଲେ ନାହିଁ।

ଶେଷରେ ଚାଷୀ ଅର୍ଜୁନ ପଣ୍ଡା ବିଷ ପିଇ ଜୀବନ ହାରିଛନ୍ତି।

ବର୍ଷା ବିତ୍ପାତରେ ସର୍ବାଧିକ କ୍ଷତି ସହିଥିବା ଗଞ୍ଜାମ ଜିଲ୍ଲାର ଶେରଗଡ଼ ଅଞ୍ଚଳରେ ଏଭଳି ଘଟଣା ଭବିଷ୍ୟତର ଚାଷ ଓ ଚାଷୀଙ୍କ ଉଦ୍‌ବେଗଜନକ ସ୍ଥିତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

Advertisment ଅଦିନିଆ ବର୍ଷାରେ ଗଲା ୯ଏକର ଫସଲ: ବିଷ ପିଇ ଜୀବନ ହାରିଲେ ଚାଷୀ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଓ ବ୍ଲକ୍‌ ଅଧୀନ ଡେଙ୍ଗାପଦର ପଞ୍ଚାୟତ ବାକିଲିକଣା ଗ୍ରାମର ଚାଷୀ ଅର୍ଜୁନ ପଣ୍ଡା (୬୨)।

ଚଳିତ ବର୍ଷ ନିଜର ୧୨ ଏକର ଜମି ଓ ଭାଗରେ ୨୫ ଏକର ଏଭଳି ମୋଟ ୩୭ ଏକର ଜମିରେ ପନିପରିବା ଏବଂ ଧାନଚାଷ କରିଥିଲେ।

ଫସଲ ମଧ୍ୟ ଭଲ ହୋଇଥିଲା।

ତେବେ ବାତ୍ୟା ଅର୍ଣ୍ଣବ ଓ ବର୍ଷା ବିତ୍ପାତ ଅର୍ଜୁନଙ୍କ ସମସ୍ତ ସ୍ବପ୍ନକୁ ଧୋଇପୋଛି ମାଟିରେ ମିଶାଇଦେଲା।

ୟୁପିଏସସି ପରୀକ୍ଷା ଫଳ ବାହାରିବା ପରେ ଜୀବନ ହାରିଲେ ଚାଷୀଙ୍କ ଝିଅ ବନ୍ୟାରେ ଫସଲ କ୍ଷତି ହେବା ଦେଖି ଅର୍ଜୁନ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ।

ଗତକାଲି (ଶନିବାର) ସନ୍ଧ୍ୟାରେ ନିଜ ଗୁହାଳରେ କୀଟନାଶକ ପିଇ ଦେଇଥିଲେ।

ହିଞ୍ଜିଳି ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ବିଳମ୍ବିତ ରାତିରେ ଅର୍ଜୁନ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି।

ଆଜି (ରବିବାର) ଅପରାହ୍ନରେ ଗାଁରେ ଅନ୍ତିମ ସତ୍କାର ହୋଇଥିବା ବେଳେ ତହସିଲଦାର ତ୍ରିଦେବ ରଥ ମୃତକଙ୍କ ପରିବାରବର୍ଗକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତାରାଶି ପ୍ରଦାନ କରିଛନ୍ତି।

ଫସଲହାନି ଯୋଗୁଁ ବିଷ ପିଇ ଜୀବନ ହାରିଲେ ଚାଷୀ !

ଅର୍ଜୁନଙ୍କ ପୁଅ ସୁନୀଲ କହିଛନ୍ତି, ଚଳିତବର୍ଷ ଅର୍ଜୁନ ନିଜ ସଞ୍ଚୟ ଟଙ୍କାରେ ଚାଷ ପାଇଁ ମନ ବଳାଇଥିଲେ।

ଏଥିପାଇଁ ଉନ୍ନତମାନର ବିହନ ସହ ଖତ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ କିଣିଥିଲେ।

ଏଥର ଭଲ ଅମଳ ଓ ଆୟ ଆଶା ରଖିଥିଲେ।

ଫସଲ ମଧ୍ୟ ଭଲ ହୋଇଥିଲା।

ତେବେ ବନ୍ୟା ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା କ୍ଷତି ହୋଇଥିଲା।

ଗଞ୍ଜାମରେ ଜୀବନ ହାରିଲେ ଚାଷୀ ଅନ୍ୟପକ୍ଷରେ ଏହି ଘଟଣାକୁ ପ୍ରାକ୍ତନ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ତୀବ୍ର ନିନ୍ଦା କରିଛନ୍ତି।

ବାତ୍ୟା ପରିଚାଳନାରେ ସରକାର ବିଫଳ ହୋଇଛନ୍ତି, ଫଳରେ ଏହାର କରୁଣ ପରିଣତି ଦେଖିବାକୁ ମିଳୁଛି ବୋଲି କହିଛନ୍ତି।

ଜାତିସଂଘ ପକ୍ଷରୁ ପୂର୍ବ ବିଜେଡି ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନୀତିକୁ ଆପଣାଇବାକୁ ଶ୍ରୀ ସାହୁ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)