Vaibhav Suryavanshi: ‘ଯୁବରାଜ ସାର୍‌ଙ୍କ ଅଧଘଣ୍ଟାର ଟିପ୍ସ କାମ ଦେଲା’, ବଡ଼ ଖୁଲାସା କଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ

Nov 25, 2026 - 17:56
Vaibhav Suryavanshi: ‘ଯୁବରାଜ ସାର୍‌ଙ୍କ ଅଧଘଣ୍ଟାର ଟିପ୍ସ କାମ ଦେଲା’, ବଡ଼ ଖୁଲାସା କଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ/ଦୋହା: ଏସିଆ କପ୍ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟରେ ୟୁଏଇ (UAE) ବିପକ୍ଷରେ ମାତ୍ର ୫୩ ବଲ୍‌ରୁ ୨୦୪ ରନ୍‌ର ବିସ୍ଫୋରକ ଦ୍ୱିଶତକୀୟ ପାଳି ଖେଳି ଇତିହାସ ରଚିଛନ୍ତି ଭାରତର ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ।

ଏହି ଐତିହାସିକ ସଫଳତା ପଛରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଗୁରୁମନ୍ତ୍ର ରହିଥିବା ସେ ପ୍ରକାଶ କରିଛନ୍ତି।

ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଯୁବରାଜଙ୍କ ସହ ଫୋନ୍‌ରେ ପ୍ରାୟ ଅଧଘଣ୍ଟା ଧରି ହୋଇଥିବା ଆଲୋଚନା ତାଙ୍କୁ ନିଜ ବ୍ୟାଟିଂ ତ୍ରୁଟି ସୁଧାରିବାରେ ବେଶ୍ ସାହାଯ୍ୟ କରିଥିଲା ବୋଲି ବୈଭବ କହିଛନ୍ତି।

Advertisment ଆହୁରି ପଢନ୍ତୁ : Maharastra: ନଡା ଗଦାରୁ ମିଳିଲା ସାଢେ ୩ କୋଟି ଟଙ୍କା ବିସିସିଆଇ (BCCI) ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ବୈଭବ କହିଛନ୍ତି ଯେ, ଗତ ଦୁଇଟି ମ୍ୟାଚ୍ ଏବଂ ଘରୋଇ କ୍ରିକେଟ୍‌ରେ ରନ୍ ନ କରିପାରିବାରୁ ସେ ମାନସିକ ସ୍ତରରେ ସାମାନ୍ୟ ଚିନ୍ତିତ ଥିଲେ।

ମ୍ୟାଚ୍ ପୂର୍ବରୁ ସେ ମୋଟ ୪ ଜଣଙ୍କ ସହ କଥା ହୋଇଥିଲେ ତାଙ୍କ ବାପା, ପିଲାଦିନର କୋଚ୍ ମନୀଷ ଓଝା, ଅଣ୍ଡର-୧୯ ସାଥୀ ଖେଳାଳି ପ୍ରଥମ ଏବଂ ତାଙ୍କ ଆଦର୍ଶ ଯୁବରାଜ ସିଂହ।

ଆହୁରି ପଢନ୍ତୁ : Antibiotics for Children: ପିଲାଙ୍କୁ ବଳକା ଆଣ୍ଟିବାୟୋଟିକ୍ ଦେଉଛନ୍ତି କି?

ସାବଧାନ!

ଏହି ଭୁଲ ପଡ଼ିପାରେ ମହଙ୍ଗା ନିଜ ଅଭିଜ୍ଞତା ବାଣ୍ଟି ବୈଭବ କହିଛନ୍ତି, "ମୁଁ ଯୁବରାଜ ସାର୍‌ଙ୍କ ସହ ପ୍ରାୟ ଅଧଘଣ୍ଟା ଫୋନ୍‌ରେ କଥା ହୋଇଥିଲି।

ମୋ ବ୍ୟାଟିଂରେ ହେଉଥିବା ସମସ୍ୟା ବିଷୟରେ ତାଙ୍କୁ ଖୋଲାଖୋଲି ଜଣାଇଥିଲି।

ସେ ମୋତେ ବହୁତ ଭଲ ଭାବେ ସବୁକିଛି ବୁଝାଇଥିଲେ ଏବଂ କହିଥିଲେ ଯେ ଯଦି ତୁ ୨୦ଟି ବଲ୍ ଖେଳିଯିବୁ, ତେବେ ସ୍କୋର ନିଶ୍ଚୟ ଅଲଗା ହେବ।

ଏହା ସହ ସେ ମୋତେ ବ୍ୟାଟିଂ ଟେକ୍‌ନିକ୍ ଉପରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଥିଲେ।" ଆହୁରି ପଢନ୍ତୁ : Violence prevention: ଗଞ୍ଜାମରେ ଲିଙ୍ଗଭିତ୍ତିକ ହିଂସା ନିରୋଧ ୧୬ ଦିନିଆ ଅଭିଯାନର ଶୁଭାରମ୍ଭ ଯୁବରାଜଙ୍କ ପରାମର୍ଶ ପରେ ବୈଭବ ନିଜ ପୁରୁଣା ବ୍ୟାଟିଂ ଭିଡିଓ ଦେଖି କେଉଁଠି ଭୁଲ୍ ହେଉଛି ତାହା ଚିହ୍ନଟ କରିଥିଲେ।

ୟୁଏଇ ବିପକ୍ଷ ମ୍ୟାଚ୍‌ରେ ସେ ସେହି ଭୁଲ୍ ନ ଦୋହରାଇବାକୁ ଚେଷ୍ଟା କରିଥିଲେ ଏବଂ ପିଚ୍‌ରୁ ବ୍ୟାଟ୍‌କୁ ବଲ୍ ଭଲ ଭାବେ ଆସୁଥିବା ଦେଖି ନିଜ ସ୍ୱାଭାବିକ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ।

ସୂଚନାଯୋଗ୍ୟ ଯେ, ବୈଭବଙ୍କ ଏହି ଐତିହାସିକ ପାଳିରେ ୨୮ଟି ଛକା ଓ ୭ଟି ଚୌକା ସାମିଲ ଥିଲା, ଯାହା ବଳରେ ଭାରତ-ଏ ଦଳ ମାତ୍ର ୧୪.୨ ଓଭରରେ ୨୫୦ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)