Vaibhav Sooryavanshi Smashes Fastest Double Century: କ୍ରିକେଟ୍ ଇତିହାସରେ ବିଶ୍ୱ ରେକର୍ଡ ରଚିଲେ ବୈଭବ, କ୍ରିକେଟ୍ ଜଗତ ସ୍ତବ୍ଧ!
୫୨ ବଲ୍ରେ ଦ୍ୱିଶତକ।
କ୍ରିକେଟ୍ ଇତିହାସରେ ନୂଆ ଅଧ୍ୟାୟ ଲେଖିଲେ ବୈଭବ ସୂର୍ଯ୍ୟବଂଶୀ।
ମଇଦାନରେ ଚାଲିଲା ୧୫ ବର୍ଷୀୟ ବୈଭବଙ୍କ ବ୍ୟାଟ୍ର ଗର୍ଜନ।
ଲଗାତାର ଦୁଇଟି ଛକା ମାରି ମାତ୍ର ୫୨ ବଲ୍ରେ ଦ୍ୱିଶତକ ପୂରଣ କରିଛନ୍ତି ସେ।
ଏହା ସହ ବରିଷ୍ଠ ପେସାଦାର କ୍ରିକେଟ୍ ଇତିହାସରେ ଦ୍ରୁତତମ ଦ୍ୱିଶତକ ହାସଲ କରିବାର ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି।
Advertisment ବୈଭବଙ୍କ ଏହି ବିସ୍ଫୋରକ ଇନିଂସ ଦେଖି ପଡ଼ିଆରେ ଦର୍ଶକ ଓ ସାଥୀ ଖେଳାଳି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ।
ଦ୍ୱିଶତକ ପୂରଣ କରିବା ପରେ ମଧ୍ୟ ବଡ଼ ସଟ୍ ଖେଳିବାକୁ ଯାଇ ସେ ଲଙ୍ଗ୍-ଅଫ୍ରେ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ।
ମାତ୍ର ୫୩ ବଲ୍ରେ ୨୦୪ ରନ୍ କରି ତାଙ୍କ ଐତିହାସିକ ଇନିଂସର ଅନ୍ତ ଘଟିଥିଲା।
ଏହି ପାଳିରେ ବୈଭବ କେବଳ ଦ୍ୱିଶତକ ନୁହେଁ, ନିଜ ନାଁରେ ଅନେକ ନୂଆ କୀର୍ତ୍ତିମାନ ଯୋଡ଼ି ଦେଇଛନ୍ତି।'
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
