US Temperature: ଆମେରିକା ପାଲଟିଛି ତାତିଲା କଡ଼େଇ: ୯୦ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା
"ୱାସିଂଟନ: ଆମେରିକାରେ ଚଳିତ ବର୍ଷ ଜୁଲାଇ ମାସର ଗରମ ପୂର୍ବ ରେକର୍ଡ ଭାଙ୍ଗି ଦେଇଛି।
ଏହା ଆମେରିକାର ସବୁଠାରୁ ଗରମ ମାସ ଭାବେ ରେକର୍ଡର ଶୀର୍ଷରେ ରହିଛି।
ଆମେରିକାର ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ଏନଓଏଏ) ଏହା ଘୋଷଣା କରିଛି।
ଏହା ବ୍ୟତୀତ, ବର୍ତ୍ତମାନ ଆମେରିକାର କାଲିଫର୍ନିଆ ଏବଂ ନେଭାଡା ରାଜ୍ୟର ସୀମାର ଜଙ୍ଗଲ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।
ଏହା ୧୫ ହଜାର ଏକର ଜଙ୍ଗଲ ଜମିରେ ବ୍ୟାପିଛି ।
ଏନେଇ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଜୁଲାଇ ମାସରେ ୪୮ ଟି ଆମେରିକୀୟ ରାଜ୍ୟରେ ହାରାହାରି ତାପମାତ୍ରା ୭୬.୯ ଡିଗ୍ରି ଫାରେନହାଇଟ୍ ବା ୨୪.୯ ଡିଗ୍ରି ସେଲସିୟସ୍ ଥିଲା।
ଏନଓଏଏ ପାଖରେ ୧୩୨ ବର୍ଷର ରେକର୍ଡ ରହିଛି।
ରେକର୍ଡ ଅନୁସାରେ ଚଳିତ ବର୍ଷ ଜୁଲାଇ ରେକର୍ଡରେ ସବୁଠାରୁ ଗରମ ମାସ ଥିଲା।
ଏହି ରେକର୍ଡ ଆଲାସ୍କା, ହାୱାଇ ଏବଂ ଅନ୍ୟାନ୍ୟ ଆମେରିକୀୟ ବିଦେଶୀ ଅଞ୍ଚଳଗୁଡ଼ିକୁ ବାଦ୍ ଦେଇଛି।
ଜୁଲାଇ ମାସର ହାରାହାରି ତାପମାତ୍ରା ୨୦ ଶତାବ୍ଦୀର ହାରାହାରି ତାପମାତ୍ରାଠାରୁ ୩.୩ ଡିଗ୍ରି ଫାରେନହାଇଟ୍ ଅଧିକ ଥିଲା।
ରେକର୍ଡ ଅନୁସାରେ ପୂର୍ବରୁ ସବୁଠାରୁ ଗରମ ମାସ ୧୯୩୬ ଜୁଲାଇ ଥିଲା।
ସେତେବେଳେ ହାରାହାରି ତାପମାତ୍ରା ୭୬.୮ ଡିଗ୍ରି ଫାରେନହାଇଟ୍ ଥିଲା।Advertisment ମାନବର ବିଭିନ୍ନ କାର୍ଯ୍ୟ ଯୋଗୁଁ ଉତ୍ତାପ ବୃଦ୍ଧି: ବୈଜ୍ଞାନିକ ଆମେରିକାରେ ରେକର୍ଡ ହୋଇଥିବା ପାଞ୍ଚଟି ଗରମ ମାସ ମଧ୍ୟରେ ଜୁଲାଇ ୨୦୧୨, ଜୁଲାଇ ୨୦୦୬ ଏବଂ ଜୁଲାଇ ୨୦୨୨କୁ ଅନ୍ତର୍ଭୁକ୍ତ କରାଯାଇଛି।
ବୈଜ୍ଞାନିକଙ୍କ ମତରେ, ମାନବର ବିଭିନ୍ନ କାର୍ଯ୍ୟ ଯୋଗୁଁ ସୃଷ୍ଟି ହୋଇଥିବା ଜଳବାୟୁ ପରିବର୍ତ୍ତନ ଦ୍ବାରା ବୃଦ୍ଧି ପାଉଥିବା ଉତ୍ତାପରେ ଏକ ପ୍ରମୁଖ କାରଣ।
ମୁଖ୍ୟତଃ କୋଇଲା, ତେଲ ଏବଂ ଗ୍ୟାସ୍ ଭଳି ଜୀବାଶ୍ମ ଇନ୍ଧନ ଜାଳିବା ଯୋଗୁଁ ଏଭଳି ସ୍ଥିତି ଦେଖାଦେଇଛି।
ତେବେ ୧୯୩୬ରେ ଦେଖାଦେଇଥିବା ଅସହ୍ୟ ଗରମର କାରଣ ଭିନ୍ନ ଥିଲା।
ସେହି ସମୟରେ, ଗ୍ରେଟ୍ ପ୍ଲେନ୍ସ ଅଞ୍ଚଳରେ ମରୁଡି ଏବଂ ପ୍ରଚଣ୍ଡ ଗରମ ଅନୁଭବ ହୋଇଥିଲା।
ଏହା ଭୂମିକୁ ଶୁଷ୍କ କରିଥିଲା।
ଫଳସ୍ୱରୂପ ଏହା ଉତ୍ତର ଆମେରିକା ଏବଂ ୟୁରୋପ ତଥା ପୂର୍ବ ଏସିଆ ପର୍ଯ୍ୟନ୍ତ ତାପମାତ୍ରାକୁ ପ୍ରଭାବିତ କରିଥିଲା।
କାଲିଫର୍ନିଆ-ନେଭାଡା ସୀମା ନିକଟରେ ଲାଗିଥିବା ଜଙ୍ଗଲ ନିଆଁ ସ୍ଥ୍ତିତିକୁ ସଙ୍କଟଜନକ କରୁଛି।
କାଲିଫର୍ନିଆର ଅଗ୍ନିଶମ ସଂସ୍ଥାର ସଦ୍ୟତମ ଅପଡେଟ୍ ଅନୁଯାୟୀ, କେବଳ ୩%ନିଆଁକୁ ଆୟତ୍ତ କରାଯାଇ ପାରିଛି।
ଉତ୍ତର ୱାଶୋ କାଉଣ୍ଟିର ଅନେକ ଅଞ୍ଚଳ ଖାଲି କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଏବଂ ଚେତାବନୀ ଜାରି କରାଯାଇଛି।
ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିବାରୁ କିଛି ଅଞ୍ଚଳରେ ଏହି ନିର୍ଦ୍ଦେଶଗୁଡ଼ିକୁ କୋହଳ କରାଯାଇଛି।
ଜଙ୍ଗଲ ନିଆଁ ଯୋଗୁଁ ହାହାକାର ସୃଷ୍ଟି ହୋଇଛି।
Oil Tankers Seized: ଭେନେଜୁଏଲାରୁ ଜବତ ହୋଇଥିବା ୨ ତେଲ ଟ୍ୟାଙ୍କରକୁ ସ୍କ୍ରାପ୍ ଭାବରେ ବିକ୍ରୟ କଲା ଆମେରିକା ଲୋକଙ୍କୁ ସତର୍କ ରହିବାକୁ ଏବଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ସ୍ଥାନାନ୍ତର ନିର୍ଦ୍ଦେଶ ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି।
ପରିସ୍ଥିତି ଦ୍ରୁତ ଗତିରେ ପରିବର୍ତ୍ତନ ହୋଇପାରେ ବୋଲି ଅଧିକାରୀମାନେ ସତର୍କ କରାଇ ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
