US Green Card: ଆମେରିକାରେ ଗ୍ରୀନ୍ କାର୍ଡ ଆବେଦନକାରୀଙ୍କୁ ଝଟକା, ୩୫ ହଜାରରୁ ଅଧିକଙ୍କ ୱାର୍କ ପରମିଟ୍ ଆବେଦନ ଖାରଜ

Oct 19, 2026 - 15:32
US Green Card: ଆମେରିକାରେ ଗ୍ରୀନ୍ କାର୍ଡ ଆବେଦନକାରୀଙ୍କୁ ଝଟକା, ୩୫ ହଜାରରୁ ଅଧିକଙ୍କ ୱାର୍କ ପରମିଟ୍ ଆବେଦନ ଖାରଜ

"ୱାସିଂଟନ: ଆମେରିକାରେ ସ୍ଥାୟୀ ଭାବେ ରହିବା ପାଇଁ ଗ୍ରୀନ୍ କାର୍ଡ ଆବେଦନ କରିଥିବା ବିଦେଶୀ ନାଗରିକଙ୍କ ପାଇଁ ଆସିଛି ଏକ ବଡ଼ ଝଟକା।

ହଜାର ହଜାର ଆବେଦନକାରୀଙ୍କ ୱାର୍କ ପରମିଟ୍ ବା କାର୍ଯ୍ୟ ଅନୁମତି ଆବେଦନକୁ ଆମେରିକା କର୍ତ୍ତୃପକ୍ଷ ଖାରଜ କରିଛନ୍ତି।

୨୦୨୬ ଆର୍ଥିକ ବର୍ଷର ଏପ୍ରିଲ୍‌ରୁ ଜୁନ୍ ମାସ ମଧ୍ୟରେ ମୋଟ ୩୫,୭୬୭ଟି ଆବେଦନ ପ୍ରତ୍ୟାଖ୍ୟାନ ହୋଇଛି।

ଏହା ସହିତ ୱାର୍କ ପରମିଟ୍ ଆବେଦନ ଖାରଜ ହାର ପ୍ରାୟ ୪୪ ପ୍ରତିଶତରେ ପହଞ୍ଚିଛି।Advertisment ଆମେରିକାର ନାଗରିକତା ଓ ଇମିଗ୍ରେସନ୍ ସେବା (USCIS)ର ତଥ୍ୟ ଅନୁସାରେ, ଗ୍ରୀନ୍ କାର୍ଡ ଆବେଦନର ବିଚାରାଧୀନ ଅବସ୍ଥାରେ କାମ କରିବା ପାଇଁ ଅନୁମତି ଲୋଡ଼ୁଥିବା ବିଦେଶୀଙ୍କୁ ଏବେ ଅଧିକ ପ୍ରତ୍ୟାଖ୍ୟାନର ସାମ୍ନା କରିବାକୁ ପଡ଼ୁଛି।

ଏହା ପୂର୍ବରୁ ୨୦୨୫ ଅକ୍ଟୋବରରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଏହି ବର୍ଗର ଆବେଦନ ପ୍ରତ୍ୟାଖ୍ୟାନ ହାର ପ୍ରାୟ ୨୫ ପ୍ରତିଶତ ଥିଲା।

ମାତ୍ର ପରବର୍ତ୍ତୀ ତିନି ମାସରେ ଏହା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି।

୪୪%କୁ ବୃଦ୍ଧି ପାଇଲା ଆବେଦନ ପ୍ରତ୍ୟାଖ୍ୟାନ ହାର ତଥ୍ୟ ଅନୁଯାୟୀ, ଏପ୍ରିଲ୍‌ରୁ ଜୁନ୍ ମଧ୍ୟରେ USCIS ପାଖରେ ଏହି ବର୍ଗରେ ମୋଟ ୧,୫୩,୦୩୯ଟି ଆବେଦନ ପହଞ୍ଚିଥିଲା।

ସେଥିମଧ୍ୟରୁ ୪୬,୪୦୫ଟି ଆବେଦନକୁ ମଞ୍ଜୁରି ମିଳିଥିବା ବେଳେ ୩୫,୭୬୭ଟି ଖାରଜ ହୋଇଛି।

ଅନ୍ୟପକ୍ଷରେ, ଜୁନ୍ ଶେଷ ସୁଦ୍ଧା ୬,୭୧,୩୬୨ଟି ଆବେଦନ ବିଚାରାଧୀନ ରହିଥିଲା।

ଏହି ଆବେଦନଗୁଡ଼ିକର ପ୍ରକ୍ରିୟାକରଣ ପାଇଁ ମଧ୍ୟମ ସମୟ ପ୍ରାୟ ୬.୪ ମାସ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

କେବଳ ଗ୍ରୀନ୍ କାର୍ଡ ଆବେଦନକାରୀ ନୁହନ୍ତି, ଅନ୍ୟ କେତେକ ଇମିଗ୍ରେସନ୍ ବର୍ଗରେ ମଧ୍ୟ ଆବେଦନ ଖାରଜ ହାର ବୃଦ୍ଧି ପାଇଛି।

ଅସ୍ଥାୟୀ ଭାବେ ଆମେରିକାରେ କାମ କରିବା ପାଇଁ ଦାଖଲ ହେଉଥିବା I-129 ଆବେଦନର ପ୍ରତ୍ୟାଖ୍ୟାନ ହାର ପ୍ରାୟ ୨୨ ପ୍ରତିଶତରେ ପହଞ୍ଚିଛି।

ସେହିପରି ପରିବାରଭିତ୍ତିକ ଇମିଗ୍ରେସନ୍ ଆବେଦନରେ ମଧ୍ୟ ପୂର୍ବ ତୁଳନାରେ ଅଧିକ ଆବେଦନ ଖାରଜ ହୋଇଛି।

ଏହା ଆମେରିକାରେ କାମ କରିବା ଓ ସ୍ଥାୟୀ ଭାବେ ରହିବାକୁ ଚାହୁଁଥିବା ବିଦେଶୀଙ୍କ ପାଇଁ ଚିନ୍ତା ବଢ଼ାଇଛି।

୨୦୨୮ରେ କର୍ଣ୍ଣାଟକରେ ଜେଡିଏସ୍‌-ବିଜେପି ମେଣ୍ଟ ସରକାର ଗଠନ ହେବା ନିଶ୍ଚିତ ୱାର୍କ ପରମିଟ୍ ଆବେଦନ ଖାରଜ ହେବା ଏବଂ ଗ୍ରୀନ୍ କାର୍ଡ ଆବେଦନ ଖାରଜ ହେବା ଦୁଇଟି ଭିନ୍ନ ବିଷୟ।

ତେଣୁ ୱାର୍କ ପରମିଟ୍ ଆବେଦନ ପ୍ରତ୍ୟାଖ୍ୟାନ ହେଲେ ଗ୍ରୀନ୍ କାର୍ଡ ଆବେଦନ ମଧ୍ୟ ଖାରଜ ହୋଇଗଲା ବୋଲି ଧରିନେବା ଠିକ୍ ନୁହେଁ।

ତଥାପି, ଏହି ପରିସ୍ଥିତି ଆମେରିକାରେ ଚାକିରି କରିବାକୁ ଅନୁମତି ଅପେକ୍ଷାରେ ଥିବା ବିଦେଶୀ ନାଗରିକଙ୍କ ଯୋଜନାକୁ ପ୍ରଭାବିତ କରିପାରେ।

ଆଗାମୀ ଦିନରେ USCISର ନୂଆ ତଥ୍ୟ ଏହି ପ୍ରତ୍ୟାଖ୍ୟାନ ହାରରେ ଆହୁରି ବୃଦ୍ଧି ହେଉଛି କି ନାହିଁ, ତାହା ସ୍ପଷ୍ଟ କରିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)