UPI: ୧୫ରୁ ଦୋକାନରେ ପେମେଣ୍ଟ୍‌ ବିଭ୍ରାଟ ଆଶଙ୍କା; ୧୫ରେ ସରିବ ପୁନଃ-କେୱାଇସି ମହଲତ

Sep 04, 2026 - 19:46
UPI: ୧୫ରୁ ଦୋକାନରେ ପେମେଣ୍ଟ୍‌ ବିଭ୍ରାଟ ଆଶଙ୍କା; ୧୫ରେ ସରିବ ପୁନଃ-କେୱାଇସି ମହଲତ

"ମୁମ୍ବାଇ: ଆଉ କିଛି ଦିନ ପରେ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ୟୁପିଆଇ ଭଳି ଡିଜିଟାଲ ପେମେଣ୍ଟରେ ବିଭ୍ରାଟ ଦେଖାଦେଇପାରେ।

ଡିଜିଟାଲ ପେମେଣ୍ଟ ବ୍ୟବହାର କରୁଥିବା ସବୁ ବ୍ୟବସାୟୀଙ୍କ ପୁନଃ-କେୱାଇସି କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍‌, ଫୋନ୍‌ପେ ଓ ଗୁଗଲ୍‌ପେ ଭଳି ପେମେଣ୍ଟ ଏଗ୍ରିଗେଟର (ପିଏ) ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment ସେହି ମହଲତ ଚଳିତ ମାସ ୧୫ରେ ଶେଷ ‌ହେବାକୁ ଯାଉଛି।

ବର୍ତ୍ତମାନ ସୁଦ୍ଧା ବହୁ ସଂଖ୍ୟାରେ ଦୋକାନୀଙ୍କ ପୁନଃ-‌କେୱାଇସି ହୋଇପାରିନାହିଁ।

ସେଥିପାଇଁ ଏହି ମହଲତକୁ ଆଉ କିଛି ଦିନ ବଢ଼ାଇବା ପାଇଁ ପିଏଗୁଡ଼ିକ ରିଜର୍ଭ ବ୍ୟାଙ୍କକୁ ନିବେଦନ କରିଛନ୍ତି।କରୋନା ମହାମାରୀ ପରେ ଦେଶରେ ୟୁପିଆଇ ଓ କ୍ୟୁଆର୍‌ କୋଡ୍‌ ଆଧାରିତ ଡିଜିଟାଲ ପେମେଣ୍ଟରେ ଯଥେଷ୍ଟ ଉନ୍ନତି ହୋଇଛି।

ବଡ଼ ବଡ଼ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପ୍ରାୟ ସବୁ ‌ଛୋଟ ବଡ଼ ଦୋକାନରେ କ୍ୟୁଆର୍‌ କୋଡ୍‌ ଆଧାରିତ ୟୁପିଆଇ ପେମେଣ୍ଟ ସୁବିଧା ରହିଛି।

ଏତେ ସଂଖ୍ୟକ ଦୋକାନ ବା ବ୍ୟବସାୟ ପ୍ରତିଷ୍ଠାନର ପୁନଃ-କେୱାଇସି କରିବା ଏକ କଷ୍ଟକର ବ୍ୟାପାର।

ପେମେଣ୍ଟ ଏଗ୍ରିଗେଟର ସଂସ୍ଥାଗୁଡ଼ିକ ସେହି କାର୍ଯ୍ୟ କରିପାରିନାହାନ୍ତି।

ଗତବର୍ଷ ସେପ୍ଟେମ୍ବରୁ ସେମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା।

କିନ୍ତୁ ନିର୍ଦ୍ଧାରିତ ସମୟ ଭିତରେ ସବୁ ବ୍ୟବସାୟୀଙ୍କ ପୁନଃ-କେୱାଇସି ହେବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ।

ଡିଜିଟାଲ ପେମେଣ୍ଟ ବେଳେ ଠକେଇରୁ କିପରି ସୁରକ୍ଷିତ ରହିବେ?

ଏହି ପ୍ରକ୍ରିୟାରେ ସବୁଠୁ ବଡ଼ ପ୍ରତିବନ୍ଧକ ସାଜିଛି ରିଜର୍ଭ ବ୍ୟାଙ୍କର କ‌ଠୋର ନିର୍ଦ୍ଦେଶ।

ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି ଯେ ପେମେଣ୍ଟ ଏଗ୍ରିଗେଟର କର୍ମଚାରୀ ବ୍ୟବସାୟୀଙ୍କ ପାଖରେ ପ୍ରତ୍ୟକ୍ଷ ଭାବେ ପହଞ୍ଚି ପୁନଃ କେୱାଇସି କରିବେ।

କୌଣସି ତୃତୀୟ ପକ୍ଷ ସଂସ୍ଥାକୁ ନିୟୋଜିତ କରିପାରିବେ ନାହିଁ।

ପେମେଣ୍ଟ ଏଗ୍ରିଗେଟରମାନଙ୍କ ପାଖରେ ଏତେ ସଂଖ୍ୟକ କର୍ମଚାରୀ ନାହାନ୍ତି ଯେଉଁମାନେ ଏତେ ବଡ଼ କାମକୁ ସୂଚାରୁ ରୂପେ କରିପାରିବେ।

କେୱାଇସି (ଆପଣଙ୍କ ଗ୍ରାହକଙ୍କ ଜାଣନ୍ତୁ) ହେଉଛି ଗ୍ରାହକଙ୍କ ପରିଚୟ ଓ ଠିକଣା ଯାଞ୍ଚ କରିବାର ଏକ ପ୍ରକ୍ରିୟା।

ଦେଶରେ ଡିଜିଟାଲ ଠକେଇ ଓ ମନି ଲଣ୍ଡରିଂ ଏକ ବଡ଼ ଚିନ୍ତାର ବିଷୟ ହୋଇଥିବାରୁ ତାହା ଉପରେ ଲଗାମ କଷିବା ପାଇଁ ରିଜର୍ଭ ବ୍ୟାଙ୍କ କେୱାଇସି ନିୟମକୁ ବେଶ କଡ଼ାକଡ଼ି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)