UPI: ୟୁପିଆଇ ଶୁଳ୍କ କାର୍ଯ୍ୟକାରୀ ବିଳମ୍ବ ହୋଇପାରେ
ନୂଆଦିଲ୍ଲୀ: କେତେକ ନିର୍ଦ୍ଦିଷ୍ଟ ୟୁପିଆଇ କାରବାର ଉପରେ କାର୍ଯ୍ୟକାରୀ ହେବାକୁ ଥିବା ଏମ୍ଡିଆର୍ (ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍) ଶୁଳ୍କ ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେବା ସମ୍ଭାବନା କମ୍।
୨୦୨୭ ପ୍ରଥମାର୍ଦ୍ଧରେ ଦେଶର ୫ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ଅଛି।
ତେଣୁ ସେ ପର୍ଯ୍ୟନ୍ତ ଏହି ଶୁଳ୍କ ଲାଗୁ ହୋଇ ନପାରେ।
Advertisment ଅତିବେଶିରେ ଏହି ସମୟ ପର୍ଯ୍ୟନ୍ତ ଘୁଞ୍ଚିପାରେ ବୋଲି ଏହି ଶିଳ୍ପ ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଅଧିକାରୀଙ୍କ କହିବାନୁଯାୟୀ, ଆଗାମୀ ମାସଗୁଡ଼ିକରେ ଶୁଳ୍କକୁ କାର୍ଯ୍ୟକାରୀ କରିବା ଜଟିଳ ହେବ।
ଲୋକମାନେ ବର୍ଷ ଶେଷ ସପିଂ କରିବେ।
ତାହା ପରେ କେନ୍ଦ୍ର ବଜେଟ୍ ଏବଂ ବିଧାନସଭା ନିର୍ବାଚନ ରହିଛି।
ଯଦିଓ ଅଧିକାଂଶ ପର୍ବ ଶେଷ ହୋଇଯାଇଛି ଏସବୁ ପାଇଁ ୟୁପିଆଇ ଶୁଳ୍କ କାର୍ଯ୍ୟକାରୀ କରିବା ତାରିଖ ପ୍ରଭାବିତ ହୋଇପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
