Upendra Tripathy: ଆଜି ଜନ୍ମଦିନ: ଉପେନ୍ଦ୍ର ତ୍ରିପାଠୀ

Sep 10, 2026 - 07:10
Upendra Tripathy: ଆଜି ଜନ୍ମଦିନ: ଉପେନ୍ଦ୍ର ତ୍ରିପାଠୀ

"ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଜଣେ ଯୁଗସ୍ରଷ୍ଟା କବି।

୧୯୦୩ ମସିହା ସେପ୍‌ଟେମ୍ବର ଆଜି ଦିନରେ, ଯାଜପୁର ଜିଲ୍ଲାର ମୁରାରିପୁର ଗ୍ରାମରେ ତାଙ୍କର ଜନ୍ମ।

ଜଣେ ଆଦର୍ଶ ଶିକ୍ଷକ, ଔପନ୍ୟାସିକ, କବି, ଗୀତିକାର ଏବଂ ସର୍ବୋପରି ଜଣେ ସଫଳ ଶିଶୁସାହିତ୍ୟ ସ୍ରଷ୍ଟା ଭାବେ ସେ ସୁପରିଚିତ।

ସାତ ଦଶନ୍ଧିରୁ ଅଧିକ କାଳ ନିରବଚ୍ଛିନ୍ନ ଭାବେ ଲେଖନୀ ଚାଳନା କରି ସେ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିଲେ।

ସରଳ ଓ ବୋଧଗମ୍ୟ ଶବ୍ଦ ମାଧ୍ୟମରେ ସେ ମାଟି ଓ ମାଆର ସଂସ୍କୃତି ଏବଂ ଶିଶୁ ଓ କାବ୍ୟପ୍ରେମୀମାନଙ୍କ ସହ ସମ୍ପର୍କର ସେତୁ ବାନ୍ଧି ପାରିଥିଲେ।

କବିଙ୍କ ସମ୍ମୁଖରେ ଯାହା କିଛି ଦୃଷ୍ଟିଗୋଚର ହୋଇଛି, ତାକୁ କବିତାର ରୂପ ଦେବାରେ ସେ ଯେ ସିଦ୍ଧହସ୍ତ, ତାହା ତାଙ୍କ ସୃଷ୍ଟି ସମ୍ଭାର "ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଗ୍ରନ୍ଥାବଳୀ"ରୁ ବାରି ହୋଇପଡ଼େ।

Advertisment Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ ସାହିତ୍ୟ ସାଧନାର ସ୍ୱୀକୃତି ସ୍ବରୂପ ୧୯୫୪ ମସିହାରେ ସେ ଓଡ଼ିଆ ସାହିତ୍ୟର ସର୍ବପ୍ରଥମ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ। "ପିଲାଙ୍କ ପଶୁପକ୍ଷୀ ପୁରାଣ" ପାଇଁ  ଭାରତ ସରକାର ଏବଂ ପରେ "ବେଙ୍ଗ-ବାହାଦୁର", "ଚିତ୍ରା" ଓ "ନିଶାରାକ୍ଷସୀ" ପୁସ୍ତକ ପାଇଁ ଓଡ଼ିଶା ସରକାର ପୁରସ୍କୃତ କରିଥିଲେ।

ଓଡ଼ିଶା ଶିଶୁସାହିତ୍ୟ ପରିଷଦ ତାଙ୍କୁ "ଉତ୍କଳଚନ୍ଦ୍ର" ଉପାଧିରେ ଭୂଷିତ କରିଥିଲା।

ତାଙ୍କ ଆତ୍ମଜୀବନୀ "ଗୋଟାଏ କଲମ, ଟୋପାଏ କାଳି" ତତ୍‌କାଳୀନ ସାମାଜିକ, ରାଜନୈତିକ ଓ ଐତିହାସିକ ପୃଷ୍ଠଭୂମିର ଏକ ଦସ୍ତାବିଜ କହିଲେ ଅତ୍ୟୁକ୍ତି ହେବନାହିଁ।

୧୯୯୪ ଡିସେମ୍ବର ୨୩ ତାରିଖରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କର ପରଲୋକ ହୋଇଥିଲା।- ହିମାଂଶୁ ଶତପଥୀମୋ: ୯୦୯୦୯୭୨୭୨୭ Congress: ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିରେ ୫୧ କର୍ମକର୍ତ୍ତା, ୨୫ କାର୍ଯ୍ୟକାରିଣୀ କମିଟିକୁ ମନୋନୀତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)