UP Election: ବିଜେପିର ୟୁପି ନିର୍ବାଚନ ପ୍ରସ୍ତୁତି: ୮ ରାଜ୍ୟରୁ ମହିଳା କର୍ମୀଙ୍କୁ ଦାୟିତ୍ୱ

Nov 23, 2026 - 19:16
UP Election: ବିଜେପିର ୟୁପି ନିର୍ବାଚନ ପ୍ରସ୍ତୁତି: ୮ ରାଜ୍ୟରୁ ମହିଳା କର୍ମୀଙ୍କୁ ଦାୟିତ୍ୱ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ସାଂଗଠନିକ ପ୍ରସ୍ତୁତିକୁ ଜୋରଦାର କରିଛି ବିଜେପି।

ରାଜ୍ୟର ସମସ୍ତ ୪୦୩ଟି ବିଧାନସଭା ଆସନରେ ଦଳର ସ୍ଥିତି ପରଖିବା ପାଇଁ ଆଠଟି ରାଜ୍ୟରୁ ମହିଳା କର୍ମୀ ଓ ନେତ୍ରୀଙ୍କୁ ନିୟୋଜିତ କରାଯାଇଛି।

ମହିଳା ମୋର୍ଚ୍ଚାର ଏହି କର୍ମୀମାନଙ୍କୁ 'ମହିଳା ବିସ୍ତାରକ' ଭାବେ ନିଯୁକ୍ତ କରାଯାଇ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ବିଧାନସଭା କ୍ଷେତ୍ରର ଦାୟିତ୍ୱ ଦିଆଯାଇଛି।

Advertisment ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ଦିଲ୍ଲୀ, ବିହାର, ଛତିଶଗଡ଼ ଓ ରାଜସ୍ଥାନରୁ ଏହି ମହିଳା କର୍ମୀମାନେ ଉତ୍ତରପ୍ରଦେଶ ଆସିଛନ୍ତି।

ମଧ୍ୟପ୍ରଦେଶରୁ ୪୦ରୁ ଅଧିକ ମହିଳା ମୋର୍ଚ୍ଚା ନେତ୍ରୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି।

ନଭେମ୍ବର ୨୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ମହିଳା ଭୋଟରଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ ପ୍ରଥମ ପର୍ଯ୍ୟାୟରେ ମହିଳା ବିସ୍ତାରକମାନେ ନିଜ ନିଜ ନିର୍ଦ୍ଦିଷ୍ଟ ନିର୍ବାଚନମଣ୍ଡଳୀରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରୁଛନ୍ତି।

ମଣ୍ଡଳ ସ୍ତରର ପଦାଧିକାରୀଙ୍କଠାରୁ ଆରମ୍ଭ କରି ତୃଣମୂଳ ସ୍ତରର କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ସାଂଗଠନିକ ମତାମତ ସଂଗ୍ରହ କରାଯାଉଛି।

ଏହା ପରେ ସେମାନେ ଭୋଟରଙ୍କ ସହ, ବିଶେଷକରି ମହିଳା ଭୋଟରଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବେ।

ଏହି ସର୍ଭେରେ ସ୍ଥାନୀୟ ସଂଗଠନର ସ୍ଥିତି, ବିଧାୟକମାନଙ୍କ କାର୍ଯ୍ୟଦକ୍ଷତା, ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କ ମତାମତ ଓ ନିର୍ବାଚନମଣ୍ଡଳୀର ରାଜନୈତିକ ପରିବେଶକୁ ଅନୁଧ୍ୟାନ କରାଯିବ।

୨୦୨୨ ନିର୍ବାଚନରେ ଯେଉଁ ଆସନଗୁଡ଼ିକରେ ବିଜେପି ପରାଜିତ ହୋଇଥିଲା, ସେଠାରେ କେଉଁ ବ୍ୟକ୍ତି ପ୍ରାର୍ଥୀ ହେଲେ ଉପଯୁକ୍ତ ହେବେ, ସେ ସମ୍ପର୍କରେ ମଧ୍ୟ ମତାମତ ସଂଗ୍ରହ କରାଯିବ।

Elections: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ଏସ୍‌ପି-କଂଗ୍ରେସ ଆସନ ବଣ୍ଟନ ଫର୍ମୁଲା ସ୍ଥିର ମଧ୍ୟପ୍ରଦେଶର ମହିଳା ମୋର୍ଚ୍ଚା ନେତ୍ରୀ ଲଳିତା ପୂର୍ବେୟାଙ୍କ କହିବା ଅନୁଯାୟୀ, ନଭେମ୍ବର ୨୦ରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚାର ଜାତୀୟ ଅଧ୍ୟକ୍ଷା ରୂପକୁମାରୀ ଚୌଧୁରୀ ମାର୍ଗଦର୍ଶନ କରିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୨୨ ନିର୍ବାଚନ ସମୟରେ ମଧ୍ୟ ବିଜେପି ଅନ୍ୟ ରାଜ୍ୟରୁ ମହିଳା କର୍ମୀଙ୍କୁ ଆଣି ଘରକୁ ଘର ସମ୍ପର୍କ ଅଭିଯାନରେ ନିୟୋଜିତ କରିଥିଲା।

ଏଥର ନିର୍ବାଚନର ବହୁ ପୂର୍ବରୁ ଏହି ଅଭିଯାନ ଆରମ୍ଭ କରି ଦଳ ନିଜର ସାଂଗଠନିକ ସ୍ଥିତି ଓ ମହିଳା ଭୋଟରଙ୍କ ସହ ସମ୍ପର୍କକୁ ମଜଭୁତ କରିବାକୁ ଉଦ୍ୟମ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)