UNESCO: ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ଆଶା ଜାଗିଲା: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
"ପୁରୀ: ରଥଯାତ୍ରାକୁ ୟୁନେସ୍କୋ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଆଶା ଜାଗିଛି।
ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ତ୍ବରିତ ପଦକ୍ଷେପ ପାଇଁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ନଥିପତ୍ର ପଠାଯାଇଥିବା ସୂଚନା ମିଳିଛି।
ଏ ବାବଦରେ ପୂର୍ବରୁ ନାମାଙ୍କନ ଦାଖଲ ଶେଷ ହୋଇଛି।
ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଶ୍ରୀମନ୍ଦିର ପ୍ରଶାସନ ନାମାଙ୍କନପତ୍ର ଦାଖଲ କରିଛନ୍ତି।
ନିକଟ ଅତୀତରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.
ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
ରଥଯାତ୍ରା ଭଳି ବିଶ୍ବ ପ୍ରସିଦ୍ଧ ଯାତ୍ରାର ମହାନତା ଉପଲବଧି କରି ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ରଖାଯାଇଛି।Advertisment Flood In Bhadrak: ବନ୍ୟା ପରେ ଭଙ୍ଗା ଘରେ ଆଶ୍ରୟ ଖୋଜୁଛି ଅସହାୟ ମଣିଷ ଏନେଇ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ଚନ୍ଦନ ଯାତ୍ରା, ରଥଯାତ୍ରା ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ପରମ୍ପରାର ଭିଡିଓ ଫୁଟେଜ୍ ଦାଖଲ କରାଯାଇଛି।
ଅନ୍ୟପକ୍ଷରେ ପ୍ୟାରିସରେ ବସିବାକୁ ଥିବା ଆସନ୍ତା ଯୁନେସ୍କୋ ବୈଠକରେ ବିଭିନ୍ନ ଦେଶର ଭୋଟିଂକୁ ଅପେକ୍ଷା ରହିଛି।
ଏହି ବୈଠକ ନଭେମ୍ବରରେ ହୋଇପାରେ।
ୟୁନେସ୍କୋ ତାଲିକାରେ ରଥଯାତ୍ରା ଯୋଡ଼ି ହେଲେ ସମଗ୍ର ବିଶ୍ବବାସୀ ଏହାର ଐତିହ୍ୟ, ରୀତିନୀତି, ପରମ୍ପରାର ସ୍ବତନ୍ତ୍ରତା ବାବଦରେ ଅବଗତ ହୋଇପାରିବେ।
ବିଶ୍ୱରେ ୪୦ରୁ ଅଧିକ ବର୍ଗର ପର୍ବକୁ ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ (ଇନ୍ଟାନ୍ଜିବୁଲ୍ କଲ୍ଚୁରାଲ୍ ହେରିଟେଜ୍) ମାନ୍ୟତା ଦେଇଥିବା ବେଳେ ଭାରତର ହିମାଚଳ ପ୍ରଦେଶର ରମ୍ମନ, କୁମ୍ଭମେଳା, ଦୁର୍ଗାପୂଜା ଭଳି ପର୍ବକୁ ମାନ୍ୟତା ମିଳିସାରିଛି।
୨୦୨୨ ଅକ୍ଟୋବର ମାସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଉକ୍ତ ବର୍ଷ ନଭେମ୍ବର ୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ଚିଠି ଦେଇଥିଲେ।
ଚିଠି ମୁତାବକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା।
ସେଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ୨ ଜଣ ମଠାଧୀଶ ରହିଥିଲେ।
Horoscope 2026 August 04: ଜାଣନ୍ତୁ ଆଜିର ରାଶିଫଳ...
ରିପୋର୍ଟ ୨୦୨୩ ମସିହାରୁ ପ୍ରସ୍ତୁତି ସରିଥିଲା।
ଉକ୍ତ ବର୍ଷ ଫେବ୍ରୁଆରି ମାସରେ ମ୍ୟାନେଜିଂ କମିଟି ସଦସ୍ୟଙ୍କୁ ପ୍ରସ୍ତୁତ ହୋଇଥିବା ରିପୋର୍ଟ ତର୍ଜମା କରିବାକୁ ଦିଆଯାଇଥିଲା।
ତତ୍କାଳୀନ ଶ୍ରୀମନ୍ଦିର ପରିଚାଳନା କମିଟିର ୫ ଜଣ ସେବାୟତ ସଦସ୍ୟ ଉକ୍ତ ରିପୋର୍ଟକୁ ଅନୁଧ୍ୟାନ କରି ସଂଶୋଧନ କରିଥିଲେ।
ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ମଧ୍ୟ ଏହି ରିପୋର୍ଟ ପଠାଯାଇଥିଲା।
ମାର୍ଚ୍ଚ ମାସ ଶେଷ ସୁଦ୍ଧା ରିପୋର୍ଟ ଦିଆଯାଇଥିଲା।
ତେବେ ବିଳମ୍ବ ଯୋଗୁଁ ଉକ୍ତ ବର୍ଷ ଏହି ମାନ୍ୟତା ପାଇବା ନେଇ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ହୋଇପାରି ନଥିଲା।
ଏନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ଡକ୍ୟୁମେଣ୍ଟେସନ୍ ହେବା ପରେ ଆମେ ବିଭିନ୍ନ ପ୍ରକ୍ରିୟା ଦେଇ କାମ କରୁଛୁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।