Environmental warrior: ପରିବେଶ ଯୋଦ୍ଧା: କୁମ୍ଭୀର ରକ୍ଷକ ଯଶୋବନ୍ତ

Aug 04, 2026 - 07:03
Environmental warrior: ପରିବେଶ ଯୋଦ୍ଧା: କୁମ୍ଭୀର ରକ୍ଷକ ଯଶୋବନ୍ତ

"ପ୍ରକୃତିର ସୁରକ୍ଷା କେବଳ ଏକ ଦାୟିତ୍ୱ ନୁହେଁ, ଏହା ମଣିଷ ଓ ପୃଥିବୀ ମଧ୍ୟରେ ଥିବା ଏକ ଅତୁଟ ସମ୍ପର୍କର ପ୍ରତୀକ।

ଏହି ଚିନ୍ତାଧାରାକୁ ଜୀବନର ମନ୍ତ୍ର କରି ବହୁବର୍ଷ ଧରି ପରିବେଶ ସୁରକ୍ଷାରେ ନିଜକୁ ନିୟୋଜିତ କରିଆସୁଛନ୍ତି କେନ୍ଦ୍ରାପଡ଼ାର ୪୨ ବର୍ଷୀୟ ଯଶୋବନ୍ତ ବେହେରା।

୧୯୯୪ ମସିହାରୁ ଆରମ୍ଭ ହୋଇଥିବା ତାଙ୍କର ଏହି ପରିବେଶ ଯାତ୍ରା ଆଜି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।“ଆମେ ପ୍ରକୃତିକୁ ବ୍ୟବହାର କରୁଛୁ, ତେଣୁ ତାକୁ ସୁରକ୍ଷା ଯୋଗାଇ ଦେବା ମଧ୍ୟ ଆମର କର୍ତ୍ତବ୍ୟ”।

ଏହି ମହତ୍ ଚିନ୍ତାଧାରା ନେଇ ଯଶୋବନ୍ତ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ।

ଛୋଟ ଏକ ପ୍ରୟାସ ଭାବେ ବୃକ୍ଷରୋପଣରୁ ଆରମ୍ଭ ହୋଇଥିବା ତାଙ୍କର ଯାତ୍ରା ଆଜି ପରିବେଶ ସଂରକ୍ଷଣର ଏକ ବ୍ୟାପକ ଅଭିଯାନରେ ପରିଣତ ହୋଇଛି।

ବର୍ତ୍ତମାନ ସେ ଭିତରକନିକା ଜାତୀୟ ଉଦ୍ୟାନରେ ଡିଏଲ୍ ଭାବେ କାର୍ଯ୍ୟରତ ଅଛନ୍ତି।

ଏଠାରେ ସେ କେବଳ ଚାକିରି ନୁହେଁ, ପ୍ରକୃତି ପ୍ରତି ନିଜର ଭଲପାଇବାକୁ ଏକ ଅଭିଯାନ ଭାବେ ଜାରି ରଖିଛନ୍ତି।Advertisment Greater Rourkela: ବୃହତ୍‌ ରାଉରକେଲା ପାଇଁ ଆଶା ଫିଟିଲା; ଆଉଟର୍‌ ରିଂ ରୋଡ୍‌ ପାଇଁ ୩ଟି ନକ୍ସା ପ୍ରସ୍ତୁତ ବୃକ୍ଷରୋପଣ, ଜଙ୍ଗଲ କ୍ଷୟ ରୋକିବା ପାଇଁ ମଞ୍ଜିବୁଣିବା, ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଭଳି ଅନେକ କାର୍ଯ୍ୟରେ ସେ ସକ୍ରିୟ ଭାବେ ଯୋଗଦେଉଛନ୍ତି।

ବିଶେଷକରି କୁମ୍ଭୀର ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ।

କୁମ୍ଭୀର ଓ ସାପଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ସେମାନଙ୍କର ପ୍ରାକୃତିକ ବାସସ୍ଥାନରେ ଛାଡ଼ିବା, କୁମ୍ଭୀର ଅଣ୍ଡା ସଂରକ୍ଷଣ କରି ଛୁଆ ସୃଷ୍ଟି କରିବା ଏବଂ  ଚାରି ବର୍ଷ ପର୍ଯ୍ୟନ୍ତ ଲାଳନପାଳନ କରି ପୁଣି ନଦୀରେ ଛାଡ଼ିବା ଭଳି ଗୁରୁତ୍ୱପୂର୍ଣ୍ଣ କାମ ସେ କରୁଛନ୍ତି।

ପରିବେଶ ସୁରକ୍ଷାର ବାର୍ତ୍ତାକୁ ସମାଜର ପ୍ରତ୍ୟେକ ସ୍ତରକୁ ପହଞ୍ଚାଇବା ପାଇଁ ଯଶୋବନ୍ତ ଗାଁ ଲୋକ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି।

ତାଙ୍କର ଏହି ନିଷ୍ଠା ଓ ଅବଦାନ ପାଇଁ ସରକାରଙ୍କ ପକ୍ଷରୁ "ପ୍ରକୃତି ମିତ୍ର", "ପ୍ରକୃତି ବନ୍ଧୁ" ପୁରସ୍କାର ସମେତ ବିଭିନ୍ନ ସଂସ୍ଥା ଦ୍ୱାରା ସମ୍ମାନିତ ହୋଇଛନ୍ତି।

ପ୍ରକୃତିର ସୁରକ୍ଷା ପାଇଁ ଯଶୋବନ୍ତଙ୍କ ଯାତ୍ରା ଏବେ ବି ଜାରି ରହିଛି।

ଆଗାମୀ ଦିନରେ ଅଧିକ ଲୋକଙ୍କୁ ପରିବେଶ ସୁରକ୍ଷା ସହ ଯୋଡ଼ିବା ଓ ନୂଆ ଅଭିଯାନ ଆରମ୍ଭ କରିବା ତାଙ୍କର ଲକ୍ଷ୍ୟ।

Education: ବିର୍ଲା ସ୍କୁଲ୍‌ ଅଫ୍‌ ଲରେ ଶିକ୍ଷାରମ୍ଭ ଉତ୍ସବ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।