Udhayanidhi Stalin: ଗିରଫଦାରୀର ୪ ଘଣ୍ଟା ପରେ ମୁକ୍ତ ହେଲେ ଉଧୟନିଧି ଷ୍ଟାଲିନ

Aug 04, 2026 - 19:43
Udhayanidhi Stalin: ଗିରଫଦାରୀର ୪ ଘଣ୍ଟା ପରେ ମୁକ୍ତ ହେଲେ ଉଧୟନିଧି ଷ୍ଟାଲିନ

"ଚେନ୍ନାଇ: ଅଭିନେତ୍ରୀ ତ୍ରିଷାଙ୍କ ବିରୋଧରେ ଆପତ୍ତିଜନକ ଦ୍ୱିଅର୍ଥବୋଧକ ଟିପ୍ପଣୀ କରିବା ଅଭିଯୋଗରେ ଗିରଫ ହେବାର ପ୍ରାୟ ୪ ଘଣ୍ଟା ପରେ ଡିଏମ୍‌କେ ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ନେତା ଉଧୟନିଧି ଷ୍ଟାଲିନଙ୍କୁ ପୁଲିସ ହାଜତରୁ ମୁକ୍ତ କରାଯାଇଛି।

ମାଡ୍ରାସ ହାଇକୋର୍ଟ ତାମିଲନାଡୁ ପୁଲିସକୁ ଜେରା ଶେଷ କରିବା ପରେ ତାଙ୍କୁ ତୁରନ୍ତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହିତ ହାଇକୋର୍ଟ ଡିଏମ୍‌କେ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଗାମୀ ଦିନରେ ଯେତେବେଳେ ବି ଆବଶ୍ୟକ ପଡ଼ିବ, ସେ ଏହି ମାମଲାର ତଦନ୍ତରେ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ।

ମାମଲାର ଶୁଣାଣି ସମୟରେ ତାଞ୍ଜାଭୁର ପୁଲିସ ପକ୍ଷରୁ ହାଇକୋର୍ଟରେ ହାଜର ହୋଇ ଆଡଭୋକେଟ୍ ଜେନେରାଲ ବିଜୟ ନାରାୟଣନ କହିଛନ୍ତି ଯେ, ଉଧୟନିଧିଙ୍କୁ ପୁଲିସ ଜେଲ୍ ପଠାଇବାକୁ ଚାହୁନାହିଁ।

ରାଜ୍ୟ ପ୍ରଶାସନର ଉଦ୍ଦେଶ୍ୟ କେବଳ ତାଙ୍କୁ ପଚରାଉଚରା କରିବା ଥିଲା।Advertisment ଗତ ସୋମବାର ତାଞ୍ଜାଭୁରଠାରେ କାବେରୀ ନଦୀ ଜଳ ବିବାଦ ପ୍ରସଙ୍ଗରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଦେଇଥିବା ବକ୍ତବ୍ୟ ପାଇଁ ନୀଳାଙ୍କରାଇସ୍ଥିତ ବାସଭବନରେ ଆଜି ପୁଲିସ ପହଞ୍ଚିବା ମାତ୍ରେ ଉଧୟନିଧିଙ୍କ ପକ୍ଷରୁ ଏକ ଆଗୁଆ ଜାମିନ ଆବେଦନ ମଧ୍ୟ କରାଯାଇଥିଲା।

ପୁଲିସ ଗାଡ଼ିରେ ବସିବା ପୂର୍ବରୁ ଉଧୟନିଧି ଷ୍ଟାଲିନ ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ, ମୁଁ ସେହି ପ୍ରତିବାଦ ସଭାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଉ କାହାର ନାମ ନେଇଥିଲି କି?

ଯଦି ନାମ ନେଇନାହିଁ, ତେବେ ଏସବୁ କାହିଁକି କରାଯାଉଛି ବୋଲି ଆପଣମାନେ ଭାବୁଛନ୍ତି?

ବର୍ତ୍ତମାନ ଏହି ପ୍ରସଙ୍ଗରେ କୋର୍ଟ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ପୋଲିସ ତାଙ୍କ ବିରୋଧରେ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିବା ଏବଂ ମହିଳାଙ୍କ ସମ୍ମାନ ହାନି କରିବା ସହ ଦଙ୍ଗା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉସକାଇବା, ସାମ୍ପ୍ରଦାୟିକ ଶତ୍ରୁତା ବଢ଼ାଇବା ଏବଂ ଆପରାଧିକ ଧମକ ଚମକ ଦେବା ଭଳି ସର୍ବମୋଟ ୯ଟି ସଂଗୀନ ଧାରା ଲଗାଇଛି।

ଏହାସହ ତାମିଲନାଡୁ ମହିଳା ନିର୍ଯାତନା ନିରୋଧ ଆଇନର ବିଭିନ୍ନ ପ୍ରାବଧାନ ମଧ୍ୟ ଲାଗୁ କରାଯାଇଛି। congress: ତାମିଲନାଡୁ ଗ୍ୟାସ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ କଂଗ୍ରେସର ପ୍ରତିନିଧି ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ଟିଭିକେର ତାଞ୍ଜାଭୁର କେନ୍ଦ୍ରୀୟ ଜିଲ୍ଲା ମହିଳା ମୋର୍ଚ୍ଚା ସଂଯୋଜିକା ଏସ୍ ଭୈରବୀଙ୍କ ଦ୍ୱାରା ତାଞ୍ଜାଭୁର ପୂର୍ବ ଥାନାରେ ଏହି ଲିଖିତ ଅଭିଯୋଗ କରାଯାଇଥିଲା।

ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୩ ତାରିଖ ଭାଷଣ ସମୟରେ ଯେତେବେଳେ ସେଠାରେ ଉପସ୍ଥିତ ଜନତା "ତ୍ରିଷା, ତ୍ରିଷା" ବୋଲି ଚିତ୍କାର କରିଥିଲେ, ସେତେବେଳେ ବିରୋଧୀ ଦଳ ନେତା ଏକ ଅଶ୍ଳୀଳ ଦ୍ୱିଅର୍ଥବୋଧକ ଟିପ୍ପଣୀ ଦେଇଥିଲେ।

ଏହି ଘଟଣାର ଏକ ଭିଡିଓକୁ ସାମାଜିକ ଗଣମାଧ୍ୟମ ଏକ୍ସରେ ଜାଣିଶୁଣି ପ୍ରସାରିତ କରାଯାଇ ମହିଳାମାନଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଇଛି ବୋଲି ଦର୍ଶାଯାଇ ଜାତୀୟ ମହିଳା କମିସନଙ୍କ ନିକଟରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା।

ଅନ୍ୟପକ୍ଷରେ, ଉଧୟନିଧିଙ୍କ ଗିରଫଦାରୀକୁ ନେଇ ସମଗ୍ର ରାଜ୍ୟରେ ଡିଏମକେ କର୍ମୀମାନେ ଜୋରଦାର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।