Maa Mangala Temple କାକଟପୁର ମା’ ମଙ୍ଗଳା ପୀଠ ପାଇଁ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍‌

Aug 04, 2026 - 20:21
Maa Mangala Temple କାକଟପୁର ମା’ ମଙ୍ଗଳା ପୀଠ ପାଇଁ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍‌

"ଭୁବନେଶ୍ୱର:  ପୁରୀ ଜିଲ୍ଲା କାକଟପୁର ମା"ମଙ୍ଗଳା ପୀଠର ବିକାଶ ପାଇଁ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

Advertisment କାକଟପୁରର ମା" ମଙ୍ଗଳା: ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ହୁଏ ଚଣ୍ଡୀପାଠ ଏହି ବୈଠକରେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଳେ।

ବୈଠକରେ, ମା"ମଙ୍ଗଳା ପୀଠର ବିଜେସ୍ଥଳୀ ଓ ପାରିପାର୍ଶ୍ଵିକ ଅଞ୍ଚଳର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ ନେଇ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ଯୋଜନାରେ, ମୁଖ୍ୟ ମନ୍ଦିରର ମରାମତି, ରୋଷଗୃହ ନିର୍ମାଣ, ପାର୍କିଂ ସ୍ଥଳୀର ଉନ୍ନତିକରଣ, ସେବାୟତ ଭବନ ନିର୍ମାଣ, ଯାତ୍ରୀନିବାସ ଓ ଚନ୍ଦନଘାଟର ଆଧୁନିକୀକରଣ, ଭୋଗ ଦୋକାନ ଓ ଐତିହ୍ୟ ଗେଟ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି।

କାକଟପୁର: କାକଟପୁର-ନୟାହାଟ ରାସ୍ତାର ଜଗନ୍ନାଥପୁର ନିକଟରେ ଓଲଟିଲା ପିକଅପ୍ , ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ।

ଏଥି ସହିତ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ସମନ୍ୱିତ ଉନ୍ନତୀକରଣ ପ୍ରକଳ୍ପ, ବଣଭୋଜି ଜୋନ୍‌, ପ୍ରାଚୀ ନଦୀରେ ଐତିହ୍ୟ ଘାଟ ନିର୍ମାଣ, ସ୍ୱତନ୍ତ୍ର ସେତୁ ନିର୍ମାଣ, ଛୋଟପିଲାଙ୍କ ଲାଗି ପାର୍କ ନିର୍ମାଣ, ମନ୍ଦିର କାର୍ଯ୍ୟାଳୟ ଓ ଜୋତାଷ୍ଟାଣ୍ଡ ନିର୍ମାଣ ଲାଗି ସର୍ଭେ କରି ରିପୋର୍ଟ ଦେବା ଲାଗି ଆଲୋଚନା ହୋଇଥିଲା।

କାକଟପୁରର ପାନବରଜ ପୋଲିଂ ବୁଥ୍: ସୋସିଆଲ ମିଡ଼ିଆରେ ଭାଇରାଲ ଏହି ବୈଠକରେ ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ୍‌ ସାହା, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଦେବୋତ୍ତର କମିସନର ସତ୍ୟନାରାୟଣ ଷଡ଼ଙ୍ଗୀ, ଇଆଇସି ସିଭିଲ୍‌ ଇଂ ସତ୍ୟବ୍ରତ ବେହେରା, ଇଆଇସି ବିଲ୍‌ଡିଂ ଇଂ ପ୍ରିୟବ୍ରତ ସାମନ୍ତରାୟ ଓ ମୁଖ୍ୟଯନ୍ତ୍ରୀ ଇଂ ତ୍ରିନାଥ ବେହେରାଙ୍କ ସମେତ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ ଉପସ୍ଥିତ ଥିଲେ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।