Education: ଛାତ୍ରଛାତ୍ରୀଙ୍କୁ ସଶକ୍ତ କରୁଛି ଓୟୁଟିଆର୍ର ସିଓଇଡିଏମ୍
"ଭୁବନେଶ୍ୱର: ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର୍), ଭୁବନେଶ୍ୱର ପକ୍ଷରୁ ଏକ ସମ୍ପୂର୍ଣ୍ଣ ସୁବ୍ୟବସ୍ଥିତ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଅନ୍ ଡିଜିଟାଲ ମାନୁପ୍ୟାକ୍ଚରିଂ (ସିଓଇଡିଏମ୍) ସ୍ଥାପନ କରାଯାଇଛି।
ଏହି ସେଣ୍ଟର ଆଡିଟିଭ ଓ ସବ୍ଟ୍ରାକ୍ଟିଭ ମାନୁଫ୍ୟାକ୍ଚରିଂ ଟେକ୍ନୋଲୋଜିଗୁଡ଼ିକର ଏକ ବିସ୍ତୃତ ଶୃଙ୍ଖଳାକୁ ଏକାଠି କରିଛି, ଯାହା ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଦେଶବ୍ୟାପୀ ଅଗ୍ରଣୀ ଏରୋସ୍ପେସ, ପ୍ରତିରକ୍ଷା, ଅଟୋମୋଟିଭ ଓ ଆଡ୍ଭାନ୍ସଡ ଇଞ୍ଜିନିୟରିଂ ଶିଳ୍ପରେ ବ୍ୟବହୃତ ମେସିନ୍ଗୁଡ଼ିକ ପାଇଁ ପ୍ରତ୍ୟକ୍ଷ ପହଞ୍ଚ ପ୍ରଦାନ କରୁଛି।Advertisment ସିଓଇଡିଏମ୍ କେବଳ ଗ୍ରାଜୁଏଟ୍ ସୃଷ୍ଟି କରିବ ନାହିଁ ବରଂ ସେମାନଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରିବ ବୋଲି ଓୟୁଟିଆର୍ କୁଳପତି ପ୍ରଫେସର ବିବି ବିଶ୍ୱାଳ କହିଛନ୍ତି।
ବାସ୍ତବ ଶିଳ୍ପ କ୍ଷମତା ପ୍ରଦାନ କରିବା କ୍ଷେତ୍ରରେ ଓୟୁଟିଆରକୁ ସହଯୋଗ କରି ଆମେ ଗର୍ବିତ ବୋଲି ଫିଲିପ୍ସ ମେସିନ ଟୁଲ୍ସର ଫେଡେରାଲର ଜେନେରାଲ ମ୍ୟାନେଜର ବିନୋଦ କୁମାର କହିଛନ୍ତି ।
ଜିଆଇଏଫଟି ଛାତ୍ରଛାତ୍ରୀମାନେ ଓୟୁଟିଆରରେ ଆଡ୍ଭାନ୍ସଡ ମାନୁଫ୍ୟାକ୍ଚରିଂ ଟେକ୍ନୋଲୋଜିଗୁଡ଼ିକ ସହ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଛନ୍ତି ଯାହା ସେମାନଙ୍କୁ ସଫଳ ଇଞ୍ଜିନିୟରିଂ କ୍ୟାରିୟର ପାଇଁ ଆବଶ୍ୟକ ଦକ୍ଷତା ଦେବାରେ ସାହାଯ୍ୟ କରିଛି ବୋଲି ଜିଆଇଏଫ୍ଟି ଅଟୋନୋମସ, ଭୁବନେଶ୍ୱର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଡ.
ପତିତ ପଣ୍ଡା ମତ ଦେଇଛନ୍ତି।
Auditorium: ଅଧାଗଢ଼ା ଓୟୁଟିଆର ଅଡିଟୋରିୟମ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।