School Cook Training, ଜିଲ୍ଲା ବିଦ୍ୟାଳୟ ପାଚିକା ଓ ସହାୟିକାମାନଙ୍କ ପ୍ରଶିକ୍ଷଣ ଶିବିର

Aug 04, 2026 - 21:19
School Cook Training, ଜିଲ୍ଲା ବିଦ୍ୟାଳୟ ପାଚିକା ଓ ସହାୟିକାମାନଙ୍କ ପ୍ରଶିକ୍ଷଣ ଶିବିର

"ଭୁବନେଶ୍ବର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଆନୁକୂଲ୍ୟରେ ଆଜି ଖୋର୍ଦ୍ଧା ବ୍ଲକର ୧୩ ଟି କ୍ଲଷ୍ଟରରେ  ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣରେ ୨୯୪ ଜଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣରେ ୬୫ ଜଣ ପାଚିକା ଓ ସହାୟିକା ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

Advertisment Nutrition: ପେଟ ପୁରୁଛି, ମିଳୁନି ପୋଷଣତତ୍ବ : ଦୁର୍ବଳ ହେଉଛି ରାୟଗଡ଼ାପ୍ରତ୍ୟେକ କ୍ଲଷ୍ଟରରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନଙ୍କ ନେତୃତ୍ୱରେ ଏହି ଶିବିର ସଫଳ ରୂପାୟନ ନେଇଛି।

ପ୍ରାୟ ୩୫୯ ଜଣ ରୋଷେଇୟା ଏଥିରେ ପ୍ରଶିକ୍ଷିତ ହୋଇ ବିଦ୍ୟାଳୟସ୍ତରରେ ଏସବୁ ଉଚିତ ଭାବରେ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

School lunch: ସ୍କୁଲରେ ମଧ୍ୟାହ୍ନ ଭୋଜନ: ଅଣ୍ଡା ବଦଳରେ ମିଳୁନି ଫଳ, ସୋମବାର ଉପବାସରେ ରହୁଛନ୍ତି ପିଲାକେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାକୁ ଅଧିକ ସ୍ୱଚ୍ଛ ତଥା ଉନ୍ନତ ମାନର କରିବା ପାଇଁ ଏହା ଏକ ସୁନ୍ଦର ପ୍ରୟାସ ଅଟେ ।

ପରିଷ୍କାର ପରିଚ୍ଛନ୍ନତା ଠାରୁ ଆରମ୍ଭ କରି ଫର୍ଟି ଫାଏଡ୍ ଚାଉଳ ବିଷୟରେ ବହୁମୂଲ୍ୟ ତଥ୍ୟ ଏହି ପ୍ରଶିକ୍ଷଣରେ ଭିଡିଓ ମାଧ୍ୟମରେ ପ୍ରଦାନ କରାଯାଇଛି ।

ମଧ୍ୟାହ୍ନ ‌ଭୋଜନ ଖର୍ଚ୍ଚ ପୁଣି ବଢ଼ିଲା: ପ୍ରଥମରୁ ପଞ୍ଚମ ୭୪ ପଇସା, ଷଷ୍ଠରୁ ୮ମ ୧ଟଙ୍କା ୧୨ପଇସାଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ମୋନାଲିସା ନାୟକ ନିଜେ କିଛି ଶିବିରକୁ ଯାଇ ଏହି କାର୍ଯ୍ୟକ୍ରମର ତତ୍ତ୍ୱାବଧାନ କରିବା ସହ ରୋଷେଇୟାମାନଙ୍କୁ ଆବଶ୍ୟକୀୟ ଉପଦେଶ ପ୍ରଦାନ କରିଛନ୍ତି ।ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଲଷ୍ମୀପ୍ରିୟା ନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭରତ ଚନ୍ଦ୍ର ପ୍ରଧାନ ମଧ୍ୟ ବିଭିନ୍ନ ବିଦ୍ୟାଳୟକୁ ଯାଇ ରୋଷେଇୟାମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି।

ପ୍ରଶିକ୍ଷଣ ପରିଚାଳନାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ସିଆରସିସି ସହାୟତା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।