Two Robbery and Theft Cases in Bhadrak: ଧୂଷୁରୀରେ ଫାଙ୍କା ଗୁଳି ଫୁଟାଇ ୫.୮୦ ଲକ୍ଷ ଲୁଟ୍‌, ଭଣ୍ଡାରୀପୋଖରୀରେ ୨ ଲକ୍ଷ ଟଙ୍କା ଚୋରି

Oct 30, 2026 - 21:13
Two Robbery and Theft Cases in Bhadrak: ଧୂଷୁରୀରେ ଫାଙ୍କା ଗୁଳି ଫୁଟାଇ ୫.୮୦ ଲକ୍ଷ ଲୁଟ୍‌, ଭଣ୍ଡାରୀପୋଖରୀରେ ୨ ଲକ୍ଷ ଟଙ୍କା ଚୋରି

ଭଦ୍ରକ (ହରିହର ନାୟକ): ଧୂଷୁରୀ ଓ ଭଣ୍ଡାରୀପୋଖରୀ ଥାନା ଅଞ୍ଚଳରେ ଦୁଇଟି ପୃଥକ ଘଟଣାରେ ଡକାୟତି ଓ ଚୋରି ହୋଇଥିବାବେଳେ ମୋଟ ୭ ଲକ୍ଷ ୮୦ ହଜାର ଟଙ୍କାର ସମ୍ପତ୍ତି ଲୁଟ୍‌ ହୋଇଛି।

ଏହି ଘଟଣା ଦୁଇଟି ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ବାତାବରଣ ସୃଷ୍ଟି କରିଛି।

Advertisment Alleged Robbery Plot ତନ୍ତିଆପାଳରେ ଡକାୟତି ଯୋଜନା ପଣ୍ଡ, ୪ ଧରାପଡ଼ିଲେ, ଜଣେ ଦୌଡ଼ି ପଳାଇ‌ଲା ଧୂଷୁରୀ ଥାନା ଅନ୍ତର୍ଗତ କାନ୍ତିକା ଗ୍ରାମରେ ଗତ ୨୯ ତାରିଖ ରାତିରେ ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ଘରେ ପଶି ପରିବାର ସଦସ୍ୟଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଓ ଭୁଜାଲି ଦେଖାଇ ଆତଙ୍କ ସୃଷ୍ଟି କରିଥିଲେ।

ଏପରିକି ୫ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଘରୁ ପ୍ରାୟ ୫ ଲକ୍ଷ ୪୦ ହଜାର ଟଙ୍କାର ସୁନା ଅଳଙ୍କାର ଓ ୪୦ ହଜାର ଟଙ୍କା ନଗଦ ଲୁଟି ନେଇଥିଲେ।

ପରେ ମୋଟରସାଇକେଲ୍‌ରେ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ।

ଏନେଇ ଧୂଷୁରୀ ଥାନାରେ ୪୭୬/୨୦୨୬ ନମ୍ବରରେ ମାମଲା ରୁଜୁ ହୋଇଛି।

Major Robbery Plot Foiled ବହଳଦାରେ ବଡ଼ ଡକାୟତି ଯୋଜନା ପଣ୍ଡ, ୯ ପେଷାଦାର ଅପରାଧୀ ଗିରଫ ଅନ୍ୟ ଏକ ଘଟଣାରେ, ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ଗ୍ରାମର ଉର୍ମିଳା ନାୟକଙ୍କ ଘରେ ଗତ ୨୭ ଓ ୨୮ ତାରିଖ ମଧ୍ୟବର୍ତ୍ତୀ ରାତିରେ ଚୋରି ହୋଇଛି।

ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୮୦ ହଜାର ଟଙ୍କା, ସୁନା ଅଳଙ୍କାର, ଚାଉଳ ବସ୍ତା ଓ ଶାଢ଼ୀ ସମେତ ପ୍ରାୟ ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଯାଇଛନ୍ତି।

ଏ ନେଇ ଭଣ୍ଡାରୀପୋଖରୀ ଥାନାରେ ୫୨୬/୨୦୨୬ ନମ୍ବରରେ ମାମଲା ରୁଜୁ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)