Two Bike-Borne Youths Killed in Accident: ବାଇକକୁ ଧକ୍କା ଦେଇ ଫେରାର ଅଜଣା ଗାଡି, ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ
ବଲାଙ୍ଗିରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ।
ଘଟଣା ଘଟିଛି ବଲାଙ୍ଗିର ସହରର ପ୍ୟାଲେସ୍ ଲାଇନ୍ ପଡ଼ା ଓମେନ୍ସ କଲେଜ ଛକରେ।
ଗତକାଲି ବିଳମ୍ବିତ ରାତିରେ ଦୁଇ ଯୁବକ ବାଇକ୍ ରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।
Advertisment ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା।
ମୃତକଙ୍କ ମଧ୍ୟରୁ ଜଣେ ବଲାଙ୍ଗିରର ହୋଇଥିବା ବେଳେ ଅନ୍ୟ ଜଣେ ପାଟଣାଗଡ଼ ଅଞ୍ଚଳର।
ଖବର ପାଇ ଟାଉନ୍ ପୋଲିସ ପହଞ୍ଚି ମୃତଦେହକୁ ଭୀମଭୋଇ ମେଡିକାଲ ନେଇଛି।
ଅନ୍ୟପଟେ ଫେରାର ଅଜଣା ଗାଡ଼ିକୁ ଚିହ୍ନଟ କରିବା ସହ ଦୁର୍ଘଟଣାର କାରଣ ଖୋଜୁଛି ଟାଉନ୍ ପୋଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
