TV channels: ଟିଭି ଚ୍ୟାନେଲ୍ଙ୍କୁ କେନ୍ଦ୍ରର ଚେତାବନୀ: ଏଆଇ ଅପବ୍ୟବହାର ରୋକ
ନୂଆଦିଲ୍ଲୀ: ଦେଶର ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶନାମା ଜାରି କରାଯାଇଛି। ଟିଭି ଚ୍ୟାନେଲ୍ଗୁଡ଼ିକୁ ‘ପ୍ରୋଗ୍ରାମ୍ କୋଡ୍’ କଡ଼ାକଡ଼ି ପାଳନ କରିବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି। ଏହାର ଉଲ୍ଲଂଘନ କଲେ କେବୁଲ ଟେଲିଭିଜନ ନେଟ୍ୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ ଚେତାବନୀ ଦେଇଛି। ବିଭିନ୍ନ ଘରୋଇ ଚ୍ୟାନେଲ୍ ଦ୍ୱାରା ପ୍ରୋଗ୍ରାମ୍ କୋଡ୍ ଏବଂ କେବୁଲ ଟେଲିଭିଜନ ନେଟ୍ୱର୍କ ନିୟମ ଉଲ୍ଲଂଘନ କରାଯାଉଥିବା ନଜରକୁ ଆସିବା ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।
Education: ଯାଜପୁର ଜିଲ୍ଲାର ପ୍ରଥମ କୁଣ୍ହା କିଷାନ ଆଦିବାସୀ ଡାକ୍ତରୀ ପଢ଼ିଲେ
ଚ୍ୟାନେଲ୍ଗୁଡ଼ିକୁ ସମ୍ପୂର୍ଣ୍ଣ ଦାୟିତ୍ୱବାନ ଭାବେ ଖବର ପରିବେଷଣ କରିବାକୁ କୁହାଯିବା ସହ ଆତଙ୍କବାଦ ବିରୋଧୀ ଅଭିଯାନର ସିଧାପ୍ରସାରଣ (ଲାଇଭ୍ କଭରେଜ୍) ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ହିଂସାତ୍ମକ ଦୃଶ୍ୟ ପ୍ରଦର୍ଶନ ଉପରେ କଟକଣା, ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କ ପରିଚୟ ସୁରକ୍ଷିତ ରଖିବା ଏବଂ ଭାରତର କେବଳ ପ୍ରାମାଣିକ ମାନଚିତ୍ର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି। ଆଇଡିସି ବୈଠକ ସମୟରେ ଏକାଧିକ ଚ୍ୟାନେଲ୍ରେ ସମାନ ବିଷୟବସ୍ତୁ ଓ ଦୃଶ୍ୟ ବାରମ୍ବାର ପ୍ରସାରିତ ହେଉଥିବା ଦେଖାଯାଇଥିଲା। କମିଟି ପକ୍ଷରୁ ଗଣମାଧ୍ୟମରେ କୌଣସି ପ୍ରକାରର ଅଶୋଭନୀୟ ବ୍ୟବହାର କିମ୍ବା ଅଶ୍ଳୀଳ ଭାଷାର ପ୍ରୟୋଗକୁ ସାଧାରଣ ବୋଲି ନ ଭାବିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
ସାମ୍ପ୍ରଦାୟିକ ଓ ଦେଶବିରୋଧୀ ମନୋଭାବକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ
ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ
ବିତର୍କ କାର୍ଯ୍ୟକ୍ରମ ତଥା ଲାଇଭ୍ ଡିବେଟ୍ ଏବଂ ପ୍ୟାନେଲ୍ ଆଲୋଚନା ସମୟରେ ସାମ୍ପ୍ରଦାୟିକ ସଦ୍ଭାବନା ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପ୍ରକାଶ କରିଛି। ଚ୍ୟାନେଲ୍ଗୁଡ଼ିକ ନିଶ୍ଚିତ କରିବା ଉଚିତ ଯେ ସେମାନଙ୍କ କାର୍ଯ୍ୟକ୍ରମ ଦ୍ୱାରା ଯେପରି ସାମ୍ପ୍ରଦାୟିକ ଉତ୍ତେଜନା କିମ୍ବା ଦେଶବିରୋଧୀ ମନୋଭାବ ପ୍ରୋତ୍ସାହିତ ନହୁଏ। ଏହା ସହିତ କାର୍ଯ୍ୟକ୍ରମ, ଗ୍ରାଫିକ୍ସ ଏବଂ ଭର୍ଚୁଆଲ୍ ସମ୍ବାଦ ପରିବେଷଣ ସମୟରେ କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ‘ଜେନେରେଟିଭ୍ ଏଆଇ’ ଉପକରଣର ବ୍ୟବହାର ବେଳେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପ୍ରସାରଣକାରୀଙ୍କୁ ପରାମର୍ଶ ଦିଆଯାଇଛି। ଖବରର ସଠିକତା, ପ୍ରାମାଣିକତା ଏବଂ ସମ୍ବେଦନଶୀଳତାକୁ କ୍ଷତି ନପହଞ୍ଚାଇ ଏଆଇ ଉପକରଣକୁ କେବଳ ସହାୟକ କ୍ଷମତାରେ ସୀମିତ ରଖାଯାଇପାରିବ।
Indravati: ଇନ୍ଦ୍ରାବତୀ ବିଦ୍ୟୁତ ଉତ୍ପାଦନରେ ନୂଆ ରେକର୍ଡ: ଲଗାଥାର ୧୮ଦିନ ୬୦୦ ମେଗାୱାଟ୍ ଘଣ୍ଟା ଉପରେ ଉତ୍ପାଦନ
ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରସାରଣକାରୀ ସଂସ୍ଥାକୁ ସେମାନଙ୍କର ସମ୍ପାଦକୀୟ ଏବଂ କଣ୍ଟେଣ୍ଟ ରିଭ୍ୟୁ (ବିଷୟବସ୍ତୁ ସମୀକ୍ଷା) ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବାଦ ସଂଗ୍ରହ, ସମ୍ପାଦନା, ପ୍ରଯୋଜନା, ପ୍ରସାରଣ ଏବଂ ଟେଲିକାଷ୍ଟ ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ କର୍ମଚାରୀଙ୍କୁ ନିୟମିତ ଭାବେ ସଚେତନ କରିବା ସହ ତାଲିମ ପ୍ରଦାନ କରିବାକୁ କୁହାଯାଇଛି। ଯଦି ଏହି ନିର୍ଦ୍ଦେଶାବଳୀର ଉଲ୍ଲଂଘନ ହୁଏ, ତେବେ ୧୯୯୫ର ଆଇନ ଅନୁଯାୟୀ କଠୋର ଆପରାଧିକ କାର୍ଯ୍ୟାନୁଷ୍ଠାନ ଓ କଟକଣା ପ୍ରୟୋଗ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
