Bhalukahudi: ଭାଲୁକାହୁଡ଼ିରେ ସରୁନି କାନ୍ଦ: ଭୂତଳ ଜଳରେ ବିଷ, ଅଧା ଗାଁକୁ ଗ୍ରାସିଲାଣି କିଡନି ରୋଗ
"ରଗଡ଼ି (ପୀତବାସ ଭୂୟାଁ): ଛୋଟିଆ ଆଦିବାସୀ ଗାଁ ଭାଲୁକାହୁଡ଼ିରେ କାନ୍ଦ ସରୁନି।
ଜଣକର ଶୁଦ୍ଧିକ୍ରିୟା ନ ସରୁଣୁ ଆଉ ଜଣକର ପ୍ରାଣହାନି ଘଟୁଛି।
ଏଠାରେ କିଡନି ରୋଗର ଭୟାବହ ପ୍ରକୋପ କଥା କାହାକୁ ଅଛପା ନାହିଁ।
ପ୍ରତିବର୍ଷ ସ୍ବାସ୍ଥ୍ୟ ଟିମ୍ ଆସୁଛି, ନମୁନା ସଂଗ୍ରହ ହେଉଛି, ଯାଞ୍ଚ ହେଉଛି; ହେଲେ ସ୍ଥିତିରେ ସୁଧାର ଆସୁନି।
୧୦ ବର୍ଷ ତଳେ ଯେଉଁ ସ୍ଥିତି, ଆଜି ବି ସେଇ ସ୍ଥିତି।
କିଡନି ରୋଗ ଅଧା ଗାଁକୁ ଖାଇସାରିଲାଣି।
ଗତ କିଛିବର୍ଷ ମଧ୍ୟରେ ଏହି ଗାଁରୁ କିଡନି ରୋଗରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
ଆଖାପାଖ ଅଞ୍ଚଳରୁ ପ୍ରାୟ ୧୫୦ରୁ ଅଧିକ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି।
Advertisment Indravati: ଇନ୍ଦ୍ରାବତୀ ବିଦ୍ୟୁତ ଉତ୍ପାଦନରେ ନୂଆ ରେକର୍ଡ: ଲଗାଥାର ୧୮ଦିନ ୬୦୦ ମେଗାୱାଟ୍ ଘଣ୍ଟା ଉପରେ ଉତ୍ପାଦନ ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ତର୍ଗତ ପାଟରଙ୍ଗା ପଞ୍ଚାୟତର ଭାଲୁକାହୁଡ଼ି ଆଦିବାସୀ ଗାଁର ଏହି ସ୍ଥିତି ଲୋକଙ୍କୁ ଆତଙ୍କିତ କରିଛି।
ରୋଗର ନାଁ ଶୁଣିଲେ ଗ୍ରାମବାସୀଙ୍କ ମନରେ ଶିହରଣ ସୃଷ୍ଟି ହେଉଛି।
ଉପଯୁକ୍ତ ଚିକିତ୍ସା ଅଭାବ ସ୍ଥିତିକୁ ଆହୁରି ଗମ୍ଭୀର କରିଛି।
ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ, ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଏବଂ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ସତ୍ତ୍ୱେ ସ୍ଥିତିରେ ଆଶାନୁରୂପ ସୁଧାର ଆସିନାହିଁ।
କଳିଙ୍ଗନଗର ଶିଳ୍ପାଞ୍ଚଳ ସଂଲଗ୍ନ ଅଞ୍ଚଳରେ କିଡନି ରୋଗ ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବାବେଳେ ଯାଜପୁରରୋଡ୍ କିମ୍ବା କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଏଲିସିସ ସୁବିଧା ନଥିବା ରୋଗୀଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି।
ଏହିସବୁ ଅଞ୍ଚଳରେ ଏବେ ୫୦୦ରୁ ଅଧିକ ଲୋକ କିଡନି ରୋଗରେ ଆକ୍ରାନ୍ତ।
ଯଦିଓ କିଛିଦିନ ପୂର୍ବରୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡିଏମ୍ଏଫ୍ ପାଣ୍ଠିରୁ ଡାଏଲିସିସ୍ ସୁବିଧା ଉପଲବ୍ଧ ହୋଇଛି, ତାହାମାତ୍ର ୫ ଶଯ୍ୟାବିଶିଷ୍ଟ।
ଭୂତଳ ଜଳରେ ବିଷ, ଅଧା ଗାଁକୁ ଗ୍ରାସିଲାଣି କିଡନି ରୋଗହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ପଦକ୍ଷେପ ନେବାକୁ ଭୁଲିଗଲେ ଏଠାରେ ଦୈନିକ ୮ରୁ ୧୦ ଜଣଙ୍କୁ ଡାଏଲିସିସ କରାଯାଇପାରିବ।
ଯାହାକି ସ୍ଥାନୀୟ ଅଞ୍ଚଳରେ ରୋଗୀସଂଖ୍ୟା ଦୃଷ୍ଟିରୁ ପର୍ଯ୍ୟାପ୍ତ ନୁହେଁ।
ଫଳରେ ଗୁରୁତର ରୋଗୀ ଚିକିତ୍ସା ପାଇଁ କଟକ ନ ହେଲେ ଭୁବନେଶ୍ୱର ଯାଉଛନ୍ତି।
ଯାତାୟାତ ଓ ଚିକିତ୍ସା ଖର୍ଚ୍ଚ ଗରିବ ପରିବାରଗୁଡ଼ିକ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦି ଦେଉଛି ବୋଲି ଜଣେ ରୋଗୀ ଅଭିଯୋଗ କରିଛନ୍ତି।
ଗାଁରେ ରୋଗର ସ୍ଥିତି ଅନୁଧ୍ୟାନ ପାଇଁ ବର୍ଷେ ପୂର୍ବରୁ ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପରିବେଶ ସୁରକ୍ଷା ବିଭାଗ, କୃଷି ବିଭାଗ, ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗ (ଆର୍ଡବ୍ଲ୍ୟୁଏସ୍ଏସ୍) ଏବଂ ଖାଦ୍ୟ ନିରାପତ୍ତା ବିଭାଗର ମିଳିତ ସହଯୋଗରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା।
ଯେଉଁଥିରୁ ୧୨୦ ଜଣଙ୍କ ରକ୍ତ ଓ ମୂତ୍ର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା।
ସେଥିରୁ ୩୦ ଜଣଙ୍କଠାରେ କିଡନି ରୋଗ ଚିହ୍ନଟ ମଧ୍ୟ ହୋଇଥିଲା।
ଏହାପୂର୍ବରୁ ୮୯ ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ ୪୫ ଜଣଙ୍କଠାରେ ଏହି ରୋଗ ଚିହ୍ନଟ ହୋଇଥିଲା।
ଏବେ କିନ୍ତୁ ଗାଁରେ ରୋଗୀସଂଖ୍ୟା ୧୫୦ ଡେଇଁଲାଣି।
National Mining Policy: ଜାତୀୟ ଖଣି ନୀତି ୨୦୧୯ର ସମୀକ୍ଷା ହେବ; ଗଠନ ହେବ ୯ ଜଣିଆ କମିଟି ଅନ୍ୟପକ୍ଷରେ ଗାଁରେ କିଡନି ରୋଗ ବୃଦ୍ଧି ପଛରେ ପାନୀୟଜଳର ଗୁଣବତ୍ତାକୁ ସମ୍ଭାବ୍ୟ କାରଣ ଭାବେ ଦେଖାଯାଉଛି।
ଭୂତଳ ଜଳରେ ମାତ୍ରାଧିକ ଲୌହ ଅଂଶ ରହିଥିବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଥିବାବେଳେ ଜଳ ପ୍ରଦୂଷଣ ଓ କିଡନି ରୋଗ ମଧ୍ୟରେ ସମ୍ପର୍କ ସ୍ପଷ୍ଟ କରିବା ପାଇଁ ଏହା ଉପରେ ଅଧିକ ପରୀକ୍ଷାନିରୀକ୍ଷା କରାଯିବା ଜରୁରୀ ଥିଲା।
ଯାହା ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗ ତଥା ପ୍ରଶାସନ ପକ୍ଷରୁ କରାଗଲା ନାହିଁ।
କେବଳ ଗ୍ରାମରେ ଖରାପ ପାଣି ବାହାରୁଥିବା କିଛି ନଳକୂପକୁ ବନ୍ଦ କରାଯାଇଛି।
ବିଶୁଦ୍ଧ ପାନୀୟଜଳ ଲାଗି ଗୋଟିଏ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ସରପଞ୍ଚ ରଞ୍ଜନ କୁମାର ଦାସ କହିଛନ୍ତି।
ଭାଲୁକାହୁଡ଼ିର ଏହି ଉଦ୍ବେଗଜନକ ସ୍ଥିତି ସୁରକ୍ଷିତ ପାନୀୟଜଳ ଯୋଗାଣ ଓ ଗ୍ରାମୀଣ ସ୍ୱାସ୍ଥ୍ୟସେବାର ଦୁର୍ବଳତାକୁ ସାମନାକୁ ଆଣିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
