Turtle rescue: କୁନିଛାତ୍ରୀର ମହାନତା; ରାସ୍ତାରୁ କଇଁଛ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

Oct 06, 2026 - 17:07
Turtle rescue: କୁନିଛାତ୍ରୀର ମହାନତା; ରାସ୍ତାରୁ କଇଁଛ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

"ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ବାପା...

ଏହାକୁ ବଞ୍ଚାଇବା।

ଏହି ତିନୋଟି ଶଦ୍ଦ କହିଥିବା କୁନିଝିଅର ଆବେଗଭରା କଥା ଏବେ ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଏବଂ ପ୍ରାକୃତିକ ପରିବେଶକୁ ଭଲ ପାଉଥିବା ଲୋକଙ୍କର ହୃଦୟ ଜିତିଛି।

ନିଜ ଜୀବନକୁ ବିପଦରେ ପକାଇ ନୁହେଁ; ବରଂ ଏକ ନିରୀହ ବନ୍ୟପ୍ରାଣୀର ଜୀବନ ବଞ୍ଚାଇବାକୁ ଆଗେଇ ଆସିଛି ଦ୍ୱିତୀୟ ଶ୍ରେଣୀ ଛାତ୍ରୀ କ୍ରିତିକା ଚୌଧୁରୀ।

Advertisment ପାଠପଢ଼ା ସାରି ସୁକୁମାରୁ ମାଲକାନଗିରି ଫେରୁଥିବା ବେଳେ ଅନ୍ତଃରାଜ୍ୟ ରାଜପଥ ଉପରେ କ୍ରିତିକାର ନଜର ପଡ଼ିଥିଲା ଏକ କଇଁଛ ଉପରେ।

ରାସ୍ତା ଉପରେ ଚାଲୁଥିବା କଇଁଛଟି ଯେକୌଣସି ସମୟରେ ଗାଡ଼ି ଚାପାରେ ପଡ଼ିପାରେ କିମ୍ବା ବୁଲା କୁକୁରଙ୍କ ଶିକାର ହୋଇପାରେ ଭାବି ସେ ତୁରନ୍ତ ବାପାଙ୍କୁ ଜଣାଇଥିଲା।

କେବଳ ସେତିକି ନୁହେଁ, ନିକଟସ୍ଥ ବସ୍ତିର ଲୋକଙ୍କ ହାତରେ କଇଁଛଟି ପଡ଼ିଲେ ତାହାକୁ ମାରି ମାଂସ ଭାବେ ବ୍ୟବହାର କରାଯାଇପାରେ ବୋଲି ମଧ୍ୟ କ୍ରିତିକା ଆଶଙ୍କା କରିଥିଲା।

ତେଣୁ କଇଁଛଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ତାହାର ପ୍ରାକୃତିକ ପରିବେଶରେ ଛାଡ଼ିବାକୁ ସେ ବାପାଙ୍କୁ ଅନୁରୋଧ କରିଥିଲା।

Turtles Smuggling: ୩୦ କଇଁଛ ଜବତ, ଅଭିଯୁକ୍ତ ଗିରଫ, ଜଣେ ଫେରାର ମାନବିକ ଉଦ୍ୟମକୁ ସମର୍ଥନକ୍ରିତିକାଙ୍କ ବାପା ନିଜେ ଜଣେ ପ୍ରାଣୀ ସଂରକ୍ଷକ ଓ ପ୍ରାଣୀପ୍ରେମୀ ହୋଇଥିବାରୁ ଝିଅର ଏହି ମାନବିକ ଉଦ୍ୟମକୁ ସମର୍ଥନ କରିଥିଲେ।

ତାଙ୍କ ସହଯୋଗରେ କଇଁଛଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ କୁମାର ରାଉତଙ୍କୁ ହସ୍ତାନ୍ତର କରିଥିଲେ।

କ୍ରିତିକାଙ୍କ ବଡ଼ ଭଉଣୀ ଆନନ୍ଦମୟୀ ଚୌଧୁରୀ ମଧ୍ୟ ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ।

କଇଁଛକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିବାରୁ ବନାଞ୍ଚଳ ଅଧିକାରୀ ରମେଶ କୁମାର ରାଉତ କ୍ରିତିକା ଓ ତାଙ୍କ ପରିବାରକୁ ସାଧୁବାଦ ଜଣାଇଛନ୍ତି।

ଏଥିସହ ରାସ୍ତା କିମ୍ବା ଜନବସତି ନିକଟରେ କୌଣସି ବନ୍ୟଜନ୍ତୁ ଦେଖିଲେ ନିଜେ ଧରିବା କିମ୍ବା କ୍ଷତି ନକରି ନିକଟସ୍ଥ ବନବିଭାଗକୁ ତୁରନ୍ତ ସୂଚନା ଦେବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

ଜଣେ ଦ୍ୱିତୀୟ ଶ୍ରେଣୀର କୁନି ଛାତ୍ରୀଙ୍କ ଏହି ଅନନ୍ୟ ପ୍ରାଣୀପ୍ରେମ ଓ ବନ୍ୟଜନ୍ତୁ ସୁରକ୍ଷା ପ୍ରତି ସଚେତନତା ନିଶ୍ଚିତ ଭାବେ ସମାଜ ପାଇଁ ଏକ ସୁନ୍ଦର ଓ ସକାରାତ୍ମକ ବାର୍ତ୍ତା ଦେଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)