ଦୁର୍ଘଟଣାରେ ବଦଳିଗଲା ଜୀବନ, ଚିକିତ୍ସା ପାଇଁ ଅର୍ଥ ବାଧକ

Oct 06, 2026 - 17:34
ଦୁର୍ଘଟଣାରେ ବଦଳିଗଲା ଜୀବନ, ଚିକିତ୍ସା ପାଇଁ ଅର୍ଥ ବାଧକ

 ବଲାଙ୍ଗୀର : ରୋଗଶଯ୍ୟାରେ ଘରର ରୋଜଗାରିଆ । ଦାଦନ ଖଟିବାକୁ ଯାଇ ବଦଳିଗଲା ଜୀବନ। ଦୁର୍ଘଟଣା ଦୋହଲାଇଦେଲା ଜୀବନର ଗତିପଥ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ  ଦନ୍ଦରା ଗାଁର ଜ୍ଞାନେଶ୍ୱର ସାଣ୍ଡ। ମୁମ୍ବାଇରେ ଦାଦନ ଶ୍ରମିକ ଭାବେ କାମ କରୁଥିବାବେଳେ ପ୍ରାୟ ୬ ମାସ ତଳେ ତିନି ମହଲାରୁ ଖସି ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ପରଠାରୁ ସେ ଆଉ ଚାଲିପାରୁନାହାନ୍ତି। ଘରର ରୋଜଗାରିଆ ମଣିଷ ଏବେ ଶଯ୍ୟାଶାୟୀ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚଳୁଛନ୍ତି। ଶୌଚ ଠାରୁ ଆରମ୍ଭ କରି ଦିନରାତି ଦେଖାଶୁଣା କରୁଛନ୍ତି ସ୍ତ୍ରୀ।

ଯିଏ ଦିନେ ପରିବାର ଚଳାଉଥିଲେ ସେ ଏବେ ଅସହାୟ ହୋଇ ଅନ୍ୟର ସାହାଯ୍ୟ ଉପରେ ନିର୍ଭରଶୀଳ। ସ୍ୱାମୀଙ୍କ ଚିକିତ୍ସା ଓ ପରିବାରର ଦାୟିତ୍ୱ ସବୁକିଛି ଏବେ ପତ୍ନୀଙ୍କ ଉପରେ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ଧାର ଉଧାର କରି ଚିକିତ୍ସା କରୁଛନ୍ତି ସ୍ତ୍ରୀ। ତାରି ଭିତରେ ପିଲାଙ୍କ ପାଠପଢ଼ା, ଘର ଖର୍ଚ୍ଚ ଓ ଚିକିତ୍ସା ସବୁକିଛି ନେଇ ପରିବାର ଏବେ ଚିନ୍ତାରେ। ଅନ୍ୟପଟେ ଏକ ଟିମ ତାଙ୍କ ଘରକୁ ଯିବା ସହ ଉତ୍ତମ ଚିକିତ୍ସା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରାଯିବ ବୋଲି ବଲାଙ୍ଗୀର ସିଡିଏମଓ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)