Turkey: ଦଶନ୍ଧି ଧରି ଚାଲିଥିବା ରକ୍ତାକ୍ତ ସଂଘର୍ଷର ହେବ ଅନ୍ତ: କ୍ଷମା ପ୍ରଦାନ ବିଲ୍‌କୁ ଅନୁମୋଦନ କଲା ତୁର୍କୀ ସଂସଦ

Aug 11, 2026 - 12:25
Turkey: ଦଶନ୍ଧି ଧରି ଚାଲିଥିବା ରକ୍ତାକ୍ତ ସଂଘର୍ଷର ହେବ ଅନ୍ତ: କ୍ଷମା ପ୍ରଦାନ ବିଲ୍‌କୁ ଅନୁମୋଦନ କଲା ତୁର୍କୀ ସଂସଦ

"ଆଙ୍କାରା: ତୁର୍କୀର ସଂସଦ କୁର୍ଦ୍ଦିସ୍ ବିଦ୍ରୋହୀମାନଙ୍କୁ ସର୍ତ୍ତମୂଳକ କ୍ଷମା ପ୍ରଦାନ କରୁଥିବା ଏକ ଐତିହାସିକ ବିଲ୍‌କୁ ଅନୁମୋଦନ କରିଛି।

ଏହି ବିଲ୍ ସପକ୍ଷରେ ୪୬୮ ଭୋଟ୍ ଦିଆଯାଇଥିବାବେଳେ ବିପକ୍ଷରେ କେବଳ ୮୮ ଦିଆଯାଇଛି।

ଏହି ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦଶନ୍ଧି ଧରି ଚାଲିଥିବା ସଂଘର୍ଷର ଅନ୍ତ କରିବା।

ସଂସଦ ଦ୍ୱାରା ଗୃହୀତ ଏହି ଐତିହାସିକ ଆଇନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦନ ପରେ ହିଁ କାର୍ଯ୍ୟକାରୀ ହେବ।

ବିଲ୍ ଅନୁସାରେ କୁର୍ଦିସ୍ତାନ ୱାର୍କର୍ସ ପାର୍ଟି (ପିକେକେ‌)କୁ ଅସ୍ତ୍ରଶସ୍ତ୍ର ସମର୍ପଣ କରିବାକୁ ଏବଂ ସଂଗଠନକୁ ସ୍ଥାୟୀ ଭାବରେ ଭାଙ୍ଗିବାକୁ ପଡ଼ିବ।

ଏହି ପ୍ରମୁଖ ପଦକ୍ଷେପ ଦ୍ବାରା ଉପସାଗରୀୟ ଅଞ୍ଚଳରେ କୂଟନୈତିକ ସ୍ଥିରତା ଆସିବ ବୋଲି ଆଶା କରାଯାଉଛି।

ଏହି ଐତିହାସିକ ବିଲ୍ ଦଶନ୍ଧି ଧରି ଚାଲିଥିବା ରକ୍ତାକ୍ତ ସଂଘର୍ଷର ଅନ୍ତ ଘଟାଇବା ପାଇଁ ଲକ୍ଷ୍ୟ ରଖିଛି।

ଯାହା ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି।

ଜେଲରେ ଥିବା କୁର୍ଦ୍ଦିସ୍ ନେତା ଅବଦୁଲ୍ଲା ଓକାଲାନଙ୍କ ଆବେଦନ ପରେ, ପିକେକେ ସରକାରଙ୍କ ବିରୋଧରେ ସଶସ୍ତ୍ର ଅଭିଯାନ ବନ୍ଦ କରିବାର ଘୋଷଣା କରିଛି।

ନୂତନ ଆଇନ ଅନୁଯାୟୀ, ଗୁରୁତର ମାମଲା ବ୍ୟତୀତ ଅନ୍ୟ ତଦନ୍ତ ପାଞ୍ଚରୁ ଦଶ ବର୍ଷ ପାଇଁ ସ୍ଥଗିତ ରହିବ।

ଯଦି ଏହି ସମୟ ମଧ୍ୟରେ କୌଣସି ନୂତନ ଅପରାଧ ନଘଟିବ ତେବେ ସମସ୍ତ ମାମଲା ପ୍ରତ୍ୟାହାର କରାଯିବ।

ଯାହା ଦ୍ବାରା କୁର୍ଦ୍ଦିସ୍ ବିଦ୍ରୋହୀମାନଙ୍କୁ ମୁଖ୍ୟଧାରାକୁ ଫେରିବା ପାଇଁ ଅଧିକ ସୁଯୋଗ ମିଳିବ।Advertisment ଅସ୍ତ୍ର ହସ୍ତାନ୍ତର କରିବା ନେଇ ବିଚାର ତେବେ ଯୋଜନାବଦ୍ଧ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଏବଂ ୨୦୦୫ ପୂର୍ବରୁ ଆଜୀବନ କାରାଦଣ୍ଡ ପାଇଥିବା ବ୍ୟକ୍ତିମାନେ ଏହାର ଲାଭ ପାଇବେ ନାହିଁ।

ଶୀର୍ଷ ପିକେକେ ନେତା ଅବଦୁଲ୍ଲା ଓକାଲାନଙ୍କୁ ମଧ୍ୟ ଏଥିରୁ ବାଦ୍ ଦିଆଯିବ।

ସରକାରୀ ଗେଜେଟରେ ପ୍ରକାଶନ ପରେ ସଂଗ୍ରାମୀମାନେ ଆବେଦନ କରିବା ପାଇଁ କେବଳ ଛଅ ମାସ ସମୟ ପାଇବେ।

ଏହି ବିଲ୍ ଦ୍ବାରା ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍‌ଙ୍କୁ କୁର୍ଦ୍ଦିସ୍ ସମର୍ଥକ ଡିଇଏମ୍ ପାର୍ଟିର ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସମର୍ଥନ ମିଳିବାର ଆଶା ଥିବା କୁହାଯାଉଛି।

ଯଦି ସଂସଦୀୟ ସମୟ ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ ତେବେ ଏର୍ଦୋଗାନ୍ ତାଙ୍କ କାର୍ଯ୍ୟକାଳ ସୀମା ପୂରଣ ହେବା ପରେ ମଧ୍ୟ ପୁନର୍ବାର ରାଷ୍ଟ୍ରପତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ପାଇପାରିବେ।

ପିକେକେ କହିଛି ​​ଯେ, ସେମାନଙ୍କର ନେତା ଅବଦୁଲ୍ଲା ଓକାଲାନଙ୍କୁ ମୁକ୍ତ ନ କରାଯିବା ପର୍ଯ୍ୟନ୍ତ ନିରସ୍ତ୍ରୀକରଣ ପ୍ରକ୍ରିୟା ଆଗକୁ ବଢ଼ିବ ନାହିଁ।

ବିଦ୍ରୋହୀମାନଙ୍କୁ ବିଚାର ଏବଂ ରାଜନୈତିକ ସ୍ୱାଧୀନତାରୁ ସୁରକ୍ଷା ପ୍ରଦାନ କରାଯିବା ପରେ ସେମାନେ ତୁର୍କୀ ସେନାକୁ ସେମାନଙ୍କର ଅସ୍ତ୍ର ହସ୍ତାନ୍ତର କରିବା ନେଇ ବିଚାର କରିବେ।

Hormuz Crisis: ହର୍ମୁଜ୍ ସଙ୍କଟ ମଧ୍ୟରେ ହଠାତ୍ ହଟ୍ ଲାଇନରେ ଆଲୋଚନା କଲେ ଇରାନ ଏବଂ ଜର୍ମାନୀ ସଂସଦରେ ଗୁଡ୍ ପାର୍ଟିର ନେତା ମୁସାଭାତ ଡେରଭିସୋଗଲୁ ବିଲ୍‌କୁ ବିରୋଧ କରି ଅଭିଯୋଗ କରିଛନ୍ତି ଯେ, ଏହା କେବଳ ଏର୍ଦୋଗାନ୍‌ଙ୍କ କ୍ଷମତାକୁ ବଜାୟ ରଖିବା ପାଇଁ ଏକ ପ୍ରୟାସ ।

କୁର୍ଦ୍ଦିସ୍ ସମର୍ଥକ ନେତା ଗୁଲସାନ କିଲିକ୍ କୋସିୟିଙ୍ଗ୍‌ ଏହାକୁ ଦେଶରେ ଶାନ୍ତି ପ୍ରତିଷ୍ଠା ଏବଂ ଗଣତନ୍ତ୍ରକୁ ସୁଦୃଢ଼ ​​କରିବାର ଏକ ଐତିହାସିକ ସୁଯୋଗ ବୋଲି କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media