Welcome!

Unlock your personalized experience.
Sign Up

Ayodhya Ram Mandir: ରାମମନ୍ଦିର ପାଣ୍ଠି ହେରଫେର୍‌ ମାମଲାରେ: ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କ ଇସ୍ତଫା

Jun 26, 2026 - 15:51
Ayodhya Ram Mandir: ରାମମନ୍ଦିର ପାଣ୍ଠି ହେରଫେର୍‌ ମାମଲାରେ: ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କ ଇସ୍ତଫା

ଲକ୍ଷ୍ନୌ: ଅଯୋଧ୍ୟା ରାମମନ୍ଦିର ପାଣ୍ଠି ହେରଫେର୍‌ ମାମଲାରେ ୮ ଜଣ ଗିରଫ ହେବା ପରେ ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଟ୍ରଷ୍ଟର ଅନ୍ୟ ଜଣେ ପ୍ରମୁଖ ସଦସ୍ୟ ଅନିଲ ମିଶ୍ର ଇସ୍ତଫା ଦେଇଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦାନ ଚୋରିରେ ମାମଲାରେ ଏହି ସମସ୍ତେ ସମ୍ପୃକ୍ତ ଥିବା ସ୍ୱୀକାର କରିବାର କିଛି ମିନିଟ୍ ପରେ ଚମ୍ପତ ରାୟ ଓ ଅନିଲ ମିଶ୍ର ଇସ୍ତଫା ଦେଇଛନ୍ତି। ଯୋଗୀ ଆଦିତ୍ୟନାଥ ଏହି ଅବସରରେ ବିରୋଧୀ ଦଳମାନଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଏହା ଅଯୋଧ୍ୟାକୁ ବଦନାମ କରିବାର ପ୍ରୟାସ ଓ ‘ରାମ ଭକ୍ତ’ଙ୍କ ଭାବନାକୁ ଆଘାତ ଦେଇଛି। ଦେଓରିଆରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଦୁଇ ଥରର ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଉତ୍ତର ପ୍ରଦେଶ ସରକାର ରାମ ମନ୍ଦିର ଦାନର କଥିତ ଆତ୍ମସାତ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଗଠନ କରିଛନ୍ତି ଓ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ଉପସ୍ଥାପନ ହୋଇପାରେ ସମାନ ନାଗରିକ ସଂହିତା ବିଲ୍

ରାମ ମନ୍ଦିର ପାଣ୍ଠି ହେରଫେର ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି ଉତ୍ତରପ୍ରଦେଶ ସରକାର ନିକଟରେ ଏହାର ପ୍ରାଥମିକ ରିପୋର୍ଟ ଦାଖଲ କରିବାର ୨ ଦିନ ପରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଟିନ୍ନୁ ଯାଦବ ଓ ଅନୁକଳ୍ପ ମିଶ୍ରଙ୍କ ସମେତ ମୋଟ୍‌ ୮ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ଏସ୍‌ଆଇଟି କରିିଥିବା ସୁପାରିସ ଆଧାରରେ ଉକ୍ତ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ ‌କ୍ଷେତ୍ର ଟ୍ରଷ୍ଟ୍‌ର ସଦସ୍ୟ ଶ୍ରୀ କୃଷ୍ଣ ମୋହନ ପ୍ରଥମେ ଏହି ମାମଲାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଏସ୍‌ଆଇଟି ଗଠନ କରିଥିଲେ। ଏସ୍‌ଆଇଟିର ପ୍ରାଥମିକ ରିପୋର୍ଟରେ ମାମଲାରେ ପରବର୍ତ୍ତୀ ବିଚାରଣ ପାଇଁ ସୁପାରିସ କରାଯିବାପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୬, ୩୧୬ (୫), ୩୧୭ (୪), ୩୧୭ (୫) ଏବଂ ୩ (୫) ଅଧୀନରେ ଏହି ମାମଲାରେ ରାମଶଙ୍କର ଯାଦବ (ଟିନ୍ନୁ ଯାଦବ), ଅନୁକଳ୍ପ ମିଶ୍ର, ଅବିନାଶ ଶୁକ୍ଳା, ମନୀଷ ଯାଦବ, ଲବକୁଶ ମିଶ୍ର, ରାମଶଙ୍କର ମିଶ୍ର , ସୁଭାଷ ଶ୍ରୀବାସ୍ତବ ଓ କରୁଣେଶ ପାଣ୍ଡେ ଓ କେତେକ ଅଜ୍ଞାତ ଲୋକଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ଏହାପରେ ସମସ୍ତ ୮ଜଣଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ପୁଲିସ ହେପାଜତରେ ଅଛନ୍ତି ଓ ପୁଲିସ ସେମାନଙ୍କୁ ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: ବଲାଙ୍ଗିର ସହରରେ ନିଆଁ ଲାଗି ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି